ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବାଉଁଶପୋଲା ରାଜୀବ ଗାନ୍ଧୀ ଖେଳପଡ଼ିଆ ଠାରେ ମା’ ଦଶମତି ଏକଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭାରତୀୟ ସେନାରେ କାର୍ଯ୍ୟରତ ଜବାନ ଅନନ୍ତ ବିଶି ଓ ରେଭେନ୍ୟୁ ଇନ୍ସପେକ୍ଟର ପ୍ରକାଶ ମିଶ୍ର ଉପସ୍ଥିତ ହୋଇ ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବାଉଁଶପୋଲାର ବ୍ୟବସାୟୀ ଓ ରାଇସ୍ ମିଲ୍ ମାଲିକ ପିନ୍ଟୁ ସାହୁ ଉପସ୍ଥିତ ଥିଲେ।
ପ୍ରଥମ ମେଚ୍ ଇଚ୍ଛାପୁର ଓ ମାଝିପାଲି ମଧ୍ୟରେ ହୋଇଥିଲା, ଯେଉଁଠି ଇଚ୍ଛାପୁର ଟ୍ରାଇବେକର ଜରିଆରେ ପ୍ରଥମ ସେମିଫାଇନାଲ୍କୁ ଯାଇଥିଲେ। ଦ୍ୱିତୀୟ ମେଚ୍ ଖରମୁଣ୍ଡା ଓ ତେଲିପାଲି ମଧ୍ୟରେ ହୋଇଥିଲା, ଯେଉଁଠି ଖରମୁଣ୍ଡା ଦଳ ୦୧ ଗୋଲ୍ ସ୍କୋର କରି ସେମିଫାଇନାଲକୁ ପ୍ରବେଶ କରିଥିଲେ।
ତୃତୀୟ ମେଚ୍ ଗର୍ଭଣା ଓ ଡୁମେରପାଲି ମଧ୍ୟରେ ହୋଇଥିଲା, ଯେଉଁଠି ଗର୍ଭଣା ଟ୍ରାଇବେକର ଜରିଆରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଥିଲେ।
ପ୍ରଥମ ସେମିଫାଇନାଲ୍ ଇଚ୍ଛାପୁର ଓ ଖରମୁଣ୍ଡା ମଧ୍ୟରେ ହୋଇଥିଲା, ଯେଉଁଠି ଇଚ୍ଛାପୁର ଟ୍ରାଇବେକରେ ଜିତି ଫାଇନାଲ୍କୁ ପହଞ୍ଚିଥିଲା। ଦ୍ୱିତୀୟ ସେମିଫାଇନାଲ୍ ଗର୍ଭଣା ଓ କାଇଁସିର୍ ମଧ୍ୟରେ ହୋଇଥିଲା, ଯେଉଁଠି ଟ୍ରାଇବେକର ଜରିଆରେ କାଇଁସିର୍ ଫାଇନାଲ୍କୁ ପ୍ରବେଶ କରିଥିଲା।
ଫାଇନାଲ୍ ମେଚ୍ ଇଚ୍ଛାପୁର ଓ କାଇଁସିର୍ ମଧ୍ୟରେ ହୋଇଥିଲା। କାଇଁସିର୍ ଦଳ ୦୨ ଗୋଲ୍ ସ୍କୋର କରି ବିଜୟୀ ହୋଇଥିଲେ ଓ ଇଚ୍ଛାପୁର ଦଳ ଉପବିଜେତା ହୋଇଥିଲେ।
ଇଚ୍ଛାପୁର ଦଳର ରାମଚନ୍ଦ୍ର ନାୟକଙ୍କୁ “ସର୍ବଶ୍ରେଷ୍ଠ ଖେଳାଳି” ଭାବେ ଟ୍ରଫି ପ୍ରଦାନ କରାଯାଇଥିଲା। ଖେଳ ପରିଚାଳନାରେ ଗୈରାଙ୍ଗ ପାଣ୍ଡେ, ଶିବୁ ଓ ଅଜୟ ପ୍ରଧାନ ଭୂମିକା ନେଇଥିଲେ। ନେତାଜୀ କ୍ଲବ୍ର ସମସ୍ତ ସଦସ୍ୟ ମିଶି ସଫଳ ଭାବେ ଆୟୋଜନକୁ ସମ୍ପନ୍ନ କରିଥିଲେ l
ରାଜ୍ୟ
ମା’ ଦଶମତି ଏକଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ
- Hits: 9











