ମାଲକାନଗିରି ତା ୨୭/୧୦ ମାଲକାନଗିରି ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ରେ ସପଥପାଠ କାର୍ଯ୍ୟକ୍ରମଅନୁଷ୍ଠିତ ହୋଇଯାଇଛି। ବିଭାଗ ପକ୍ଷରୁ ନାଗରିକଙ୍କ ପାଇଁ ସତ୍ୟନିଷ୍ଠା ଶପଥ ପାଠ କରିଛନ୍ତି।ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ ବିଭାଗ ଅଧିକାରୀ ଗୋଲକ ଚନ୍ଦ୍ର ଦଳେଇଙ୍କ ନେତୃତ୍ୱରେ ପରିସଂଖ୍ୟନ ଅଧିକାରୀ, ପରମେଶ୍ବର ରାଉତ, ବରିଷ୍ଠ ଅର୍ଥନୈତିକ ଅନୁସନ୍ଧାନ କରି, ଧନପତି ଇନ୍ଦ୍ରଜିତ, ସୂର୍ଯ୍ୟ କାନ୍ତ ମଲ୍ଲିକ, ସୁଚିତ୍ରା ମାଝୀ, କୈଳାସ ଚନ୍ଦ୍ର ସେଠି, ସୁବ୍ରତ ମହାରଣା ଓ କାର୍ଯ୍ୟାଳୟ ର ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ସପଥପାଠ କରିଥିଲେ। ଆମ ଦେଶର ଅର୍ଥନୈତିକ, ରାଜନୈତିକ ତଥା ସାମାଜିକ ବିକାଶରେ ଦୁର୍ନୀତି ଏକ ପ୍ରମୁଖ ବାଧକ । ଦୁର୍ନୀତିର ଉଜ୍ଜ୍ବଳନ ନିମନ୍ତେ ସମସ୍ତ ସମ୍ପୃକ୍ତ ଅଂଶୀଦାର ଯଥା ସରକାର, ପ୍ରତ୍ୟେକ ନାଗରିକ ଏବଂ ଘରୋଇ କ୍ଷେତ୍ର ଐକ୍ୟବଦ୍ଧ ଭାବେ ଉଦ୍ୟମ କରିବାର ଆବଶ୍ୟକତା ରହିଛି । ପ୍ରତ୍ୟେକ ନାଗରିକ ସର୍ବଦା ସତର୍କତା ଅବଲମ୍ବନ କରିବା ସହ ସାଧୁତା ଓ ସଚ୍ଚୋଟତାର ସର୍ବୋଚ୍ଚ ମାନକକୁ ଅନୁସରଣ କରିବା ଉଚିତ ଏବଂ ଦୁର୍ନୀତି ବିରୋଧରେ ସଂଗ୍ରାମକୁ ସର୍ମଥନ କରିବା ଉଚିତ ।
ତେଣୁ, ମୁଁ ଶପଥ ନେଉଅଛି ଯେ : ଜୀବନର ସବୁ କ୍ଷେତ୍ରରେ, ସାଧୁତା ସହକାରେ ଏବଂ ଆଇନ ଅନୁଯାୟୀ କାର୍ଯ୍ୟ କରିବି;
ଲାଞ୍ଚ ନେବି ନାହିଁ କି ଦେବି ନାହିଁ;
ସମସ୍ତ କାର୍ଯ୍ୟ ସାଧୁତା ଏବଂ ସ୍ବଚ୍ଛତାର ସହ ସମ୍ପାଦନ କରିବି;
ଜନହିତ ପାଇଁ କାର୍ଯ୍ୟ କରିବି;
ବ୍ୟକ୍ତିଗତ ବ୍ୟବହାରରେ ସାଧୁତା ପ୍ରଦର୍ଶନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବି;
ଯେକୌଣସି ଦୁର୍ନୀତି ସମ୍ପର୍କରେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରିବି । ଏହିସବୁ ସପଥପାଠ କରିଥିଲେ।











