ନୂଆପଡା ଜିଲ୍ଲାପାଳ ଜିଲ୍ଲାର ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ସାଧୁତାର ଶପଥ ପାଠ କରାଇଲେ l

ନୂଆପଡ଼ା ଜିଲ୍ଲା ରୁ କଲିମ୍ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ନାଗରିକଙ୍କ ପାଇଁ ସାଧୁତାର ଶପଥ ପାଠ କରାଇଥିଲେ l ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ପ୍ରଫୁଲ୍ଲ କୁଜୁର, ଡିଏସ୍ ପି ଦୁର୍ନୀତି ନିବାରଣ ବିଭାଗ ଦୀନବନ୍ଧୁ ବେହେରା , ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ତଥା ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ l ଜିଲ୍ଲାପାଳ ଜିଲ୍ଲାର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ସାଧୁତା ସଚ୍ଚୋଟତା ଓ ସତ୍ୟନିଷ୍ଠା ସହିତ ଆଇନର ଅନୁପାଳନ କରି କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ଆହ୍ବାନ ଦେଇଛନ୍ତିl ଏହାସହିତ ସମଗ୍ର ଜିଲ୍ଲାର ବିଭିନ୍ନ ବ୍ଲକ୍ , ତହସିଲ,ସମସ୍ତ ଜିଲ୍ଲା ସ୍ତରୀୟ କାର୍ଯ୍ୟାଳୟରେ ଏହି ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠତ ହୋଇଥିଲା l ବହୁ ସଂଖ୍ୟାରେ ଅଧିକାରୀ ଓ କର୍ମଚାରୀ ମାନେ ଏଥିରେ ଅଂଶ ଗ୍ରହଣ କରି ସାଧୁତାର ଶପଥ ପାଠ କରିଥିଲେ l











