ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ତଲାସୀ ଅଭିଯାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡା,(ଉପେନ୍ଦ୍ର ହରିଜନ): ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ତଲାସୀ ଅଭିଯାନ ଜୋର୍ ହୋଇଛି l ବିଭାଗୀୟ ଅଧିକାରୀ ଯାଞ୍ଚ କରି ୨୯୫ ହାତ ରନ୍ଧା ମଦ,୨୫ଲି ବାହାର ଭାଟି ମଦ ଏବଂ ୭୯୫୦ କେଜି ମହୁଲ ପୋଚ ଜବତ କରିଛନ୍ତି l ଏସବୁର ଆନୁମାନିକ ମୂଲ୍ୟ ୪ଲକ୍ଷ ୬୨ ହଜାର ଟଙ୍କା ହେବ l ଅଦ୍ୟାବଧି ଅବକାରୀ ବିଭାଗ ୬୩ଲି ବିଅର୍, ୩୨.୫ଲି ବିଦେଶୀ ମଦ, ୩୪୧୦ଲି ହାତ ରନ୍ଧା ମଦ,୫୭୦ଲି ବାହାର ଭାଟି ମଦ ,୪ କେଜି ଗଞ୍ଜେଇ ଏବଂ ୭୮,୩୦୦ କେଜି ମହୁଲ ପୋଚ ଜବତ କରିଛନ୍ତି l ଏସବୁର ଆନୁମାନିକ ମୂଲ୍ୟ ୪୯ ଲକ୍ଷ ୮୭ ହଜାର ଟଙ୍କା ହେବ l ଏହା ସହିତ ତିନୋଟି ବାଇକ୍ ମଧ୍ୟ ଅବକାରୀ ବିଭାଗ ଜବତ କରିଛନ୍ତି l ବେଆଇନ୍ ଅବକାରୀ ସାମଗ୍ରୀ ଚାଲାଣ ଓ କାର୍ଯ୍ୟକଳାପ ସମ୍ପୂର୍ଣ ବନ୍ଦ କରିବା ପାଇଁ ଜିଲ୍ଲାପାଳ ନିୟୋଜିତ ସମସ୍ତ ଟିମ୍ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l

0
0
0
s2sdefault