ସାଇବର ସୁରକ୍ଷା ଅଭିଯାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ: ଆଜି ମାଲକାନଗିରି ଜିଲ୍ଲା ଏମ ଭି ୭୯ ଥାନା ପ୍ରାଙ୍ଗଣରେ ପୋଲିସ ବିଭାଗ ପକ୍ଷରୁ “ସାଇବର ସୁରକ୍ଷା ଅଭିଯାନ” ଆୟୋଜିତ କରାଯାଇଛି। କାର୍ଯ୍ୟକ୍ରମରେ ସ୍ଥାନୀୟ ଅଧିକାରୀମାନେ ଓ ସାଧାରଣ ଲୋକ ଯୋଗଦେଇଥିଲେ।

ଏମ ଭି ୭୯ ଥାନା ଅଧିକାରୀ IIC ଶ୍ରୀ ଚନ୍ଦ୍ରକାନ୍ତ ତାଣ୍ଡି ଲୋକମାନଙ୍କୁ ଅନଲାଇନ୍ ଠକେଇ, ଫେସବୁକ ଓ ହ୍ୱାଟସଅପ୍ ମାଧ୍ୟମରେ ହୋଇଥିବା ଠକେଇ, ଏବଂ ବ୍ୟାଙ୍କ ଫ୍ରଡ୍‌ରୁ ସତର୍କ ରହିବା ଉପରେ ଜଣାଇଥିଲେ। ସାଇବର ଅପରାଧ ବିଷୟରେ ସଚେତନତା ବଢ଼ାଇବା ଓ ସାଧାରଣ ଜନତାଙ୍କୁ ସୁରକ୍ଷିତ ରଖିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।

ଅଧିକାରୀମାନେ ଲୋକଙ୍କୁ ସଲହା ଦେଇଥିଲେ ଯେ, କୌଣସି ଅଜଣା ଲିଙ୍କ୍ ଉପରେ କ୍ଲିକ୍ ନ କରିବା, ବ୍ୟକ୍ତିଗତ ସୂଚନା ଅନଲାଇନ୍‌ରେ ଶେୟାର୍ ନ କରିବା ଓ ସନ୍ଦେହଜନକ କାର୍ଯ୍ୟ ହେଲେ ତାହା ପୋଲିସଙ୍କୁ ଜଣାଇବା ଉଚିତ।

ଏହି ଅବସରରେ ପୋଲିସ ଅଧିକାରୀମାନେ ସାଇବର ହେଲ୍ପଲାଇନ୍ ନମ୍ବର 1930 ଓ ସାଇବର କ୍ରାଇମ ପୋର୍ଟାଲ୍ www.cybercrime.gov.in ବିଷୟରେ ସମସ୍ତଙ୍କୁ ଅବଗତ କରାଇଲେ।

କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ସାଇବର ସୁରକ୍ଷା ପାଇଁ ସଂକଳ୍ପ ନେଇ ଅଭିଯାନକୁ ସଫଳ କରିବାକୁ ଆହ୍ୱାନ ଦିଆଗଲା।

0
0
0
s2sdefault