ମହଙ୍ଗା ପଡ଼ିଲା ନିଶାଖାଇ ଉତ୍ପାତ ଘଟଣା, ଏଏସ୍‌ଆଇ ଓ କନେଷ୍ଟବଳ ନିଲମ୍ବିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲା ସଦରଥାନା ନିକଟରେ ଥାନାରେ କାର୍ଯ୍ୟରତ ଏଏସ୍‌ଆଇ ପ୍ରଭାସ ଶବର ଏବଂ କନେଷ୍ଟବଳ ପ୍ରସନ୍ନ ପ୍ରଧାନ ନିଶା ଖାଇ ଉତ୍ପାତ ହେବା କାରଣରୁ ନିଲମ୍ବିତ ହୋଇଛନ୍ତି । ନିଶାଶକ୍ତ ଅବସ୍ଥାରେ ସାଧାରଣ ଲୋକଙ୍କୁ ଅଶ୍ଲିଳ ଗାଳି ଗୁଲଜ କରିବା, ନିଶାଶକ୍ତ ଅବସ୍ଥାରେ ବାଇକ ଉପରେ ଶୋଇ ପଡ଼ିବା ଘଟଣାକୁ ନେଇ ଖବର ପ୍ରକାଶ ପରେ ବିଭିନ୍ନ ମହଲରୁ ଘଟଣାକୁ ଦୃଢ଼ ନିନ୍ଦା କରାଯାଇଛି । ପ୍ରକାଶିତ ଖବରକୁ ଟୁଇଟ୍ କରାଯିବା ପରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏବଂ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ପକ୍ଷରୁ ଘଟଣାର ତଦନ୍ତ ଓ କାଜ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଥିଲା । ଯାହାକୁ ନେଇ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀ ଉଭୟଙ୍କୁ ନିଲମ୍ବନ କରିଛନ୍ତି । ଦୁଇ ପୁଲିସ କର୍ମଚାରୀଙ୍କ ନିଶା ସେବନ କରି ଉତ୍ପାତ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ତଥା ଆଇନଜୀବୀ ରଣଜିତ ଦାଶ ।

0
0
0
s2sdefault