୬୬ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): କେନ୍ଦ୍ରାପଡ଼ା ଜିଲ୍ଲାର ଜଜାଙ୍ଗ ରିଜର୍ଭ ପୋଲିସ ପଡିଆଠାରେ ଆଜି ଗମ୍ଭୀର ପରିବେଶରେ ୬୬ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କୋଟାରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶହୀଦ ସ୍ମାରକୀରେ ପୁଷ୍ପାଞ୍ଜଳି ଅର୍ପଣ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅଧିକ୍ଷକ କୋଟାରିଆ ଏହି ସୁଯୋଗରେ ଦେଶର ନିରାପତ୍ତା ଓ ଲୋକଶାନ୍ତି ପାଇଁ ନିଜ ଜୀବନ ନିବେଶ କରିଥିବା ସମସ୍ତ ଶହୀଦ ପୋଲିସ ଯବାନଙ୍କ ତ୍ୟାଗ ଓ ସାହସକୁ ସ୍ମରଣ କରି କହିଥିଲେ, ପୋଲିସ ଯବାନମାନଙ୍କ ନିଷ୍ଠା, ଶୌର୍ଯ୍ୟ ଓ ବୀରତା ଆମ ସମସ୍ତଙ୍କ ପାଇଁ ଏକ ପ୍ରେରଣା ସ୍ରୋତ। ତାଙ୍କ ତ୍ୟାଗକୁ ସମାଜ କେବେ ଭୁଲିପାରିବ ନାହିଁ। ଏହି ଅବସରରେ ଜିଲ୍ଲା ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ, ବିଭିନ୍ନ ଥାନାର ପୋଲିସ ଅଧିକାରୀ ଓ ସିପାଇମାନେ ଉପସ୍ଥିତ ଥିଲେ। ସମସ୍ତେ ଶହୀଦଙ୍କ ସ୍ମୃତିରେ ନିରବତା ପାଳନ କରି ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ।
କାର୍ଯ୍ୟକ୍ରମ ଶେଷରେ ଆରକ୍ଷୀ ଅଧିକ୍ଷକ ତଥା ଅନ୍ୟ ପଦାଧିକାରୀ ମାନେ ଶହୀଦ ପରିବାରଙ୍କ ପ୍ରତି ସମବେଦନା ଜଣାଇ,ତାଙ୍କ ସେବା ଓ ତ୍ୟାଗକୁ ସଦା ସ୍ମରଣୀୟ ରଖିବାକୁ ସଂକଳ୍ପ କରିଥିଲେ। ସମଗ୍ର କାର୍ଯ୍ୟକ୍ରମଟି ଗମ୍ଭୀର ଓ ଶୋକାକୁଳ ପରିବେଶରେ ଅନୁଷ୍ଠିତ ହୋଇ, ଜଜାଙ୍ଗ ରିଜର୍ଭ ପୋଲିସ ପଡିଆରେ ଜାତି ପାଇଁ ନିଜ ଜୀବନ ଦେଇଥିବା ବୀର ପୋଲିସ ଯବାନମାନଙ୍କ ସ୍ମୃତିରେ ଭରିଯାଇଥିଲା।

0
0
0
s2sdefault