ବାଲିକୁଦା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ): ଭଙ୍ଗା କୁଡିଆ ରେ ଛିଣ୍ଡା ଜରି ପାଲ ତଳେ ଜୀବନ କାଟୁଛନ୍ତି ଭାରତୀ ଙ୍କ ପରିବାର- ଜୀବନ କାହା ପାଇଁ କେମିତି । କିଏ ଉଆସ ଭଳି କୋଠାରେ ରହୁଛି ତ, ଆଉ କାହାକୁ ମୁଣ୍ଡ ଗୁଞ୍ଜିବା ପାଇଁ ଛଣ ଛପର କୁଡ଼ିଆ ବି ମିଳୁନାହିଁ । ସରକାରଙ୍କ ଆବାସ ଯୋଜନାରେ ପକ୍କାଘର ଖଣ୍ଡେ ପାଇବା ତାଙ୍କ ପାଇଁ ସାତସପନ । ଜଗତସିଂହପୁର ବାଲିକୁଦା ବ୍ଲକ ଅନ୍ତର୍ଗତ ଅଳବାଳ ପଞ୍ଚାୟତର ଭାରତୀ ମାଲେଇ ଗ୍ରାମର , ସ୍ୱାମୀ ପ୍ରଭାକର ମାଲେଇ । ଅତି ଗରିବ ପରିବାର । କିନ୍ତୁ ମହାବାତ୍ୟା କୁ ୨୬ବର୍ଷ ବିତିଯାଇଥିଲେ, ସୁଦ୍ଧା ସେହି ଭଙ୍ଗା ଘରେ ଜୀବନ ଅତିବାହିତ କରୁଛନ୍ତି ଭାରତୀ ମଳେଇ ପରିବାର । ବାରମ୍ବାର ଆବେଦନ ସତ୍ତ୍ୱେ କେମିତି ତାଙ୍କୁ ଘର ଖଣ୍ଡେ ମିଳୁନି ସେ ଜାଣି ପାରୁନାହାନ୍ତି । ସରକାରି ନୀତି ନିୟମ ଅନୁଯାୟୀ ସେ ଘର ପାଇଁ ଅନ୍ ଲାଇନ୍ ରେ ଆବେଦନ କରିଥିଲେ । ସେହି ଅନୁସାରେ ବିଭିନ୍ନ ପର୍ଯ୍ୟାୟରେ ସରକାର ସ୍ତରରେ ତନଖି କରଯାଇଥିଲା । । ଯୋଗ୍ୟ ହିତାଧିକାରୀ ଭାବରେ ମାତ୍ର ସେଥିରେ ଭାରତୀ ମାଳେଇ ନାମ ନାହିଁ ।ବର୍ଷା ପବନ ନା ଶୁଣିଲେ ଭାରତୀ ମନରେ ଛନକା ପଶେ । ପରିବାର ଲୋକେ ଥରି ଉଠନ୍ତି । ଖାଲି ଭାରତୀ ନୁହେଁ ତାଙ୍କ ଭଳି ଅନେକ ଗରିବ ଲୋକ ଘର ପାଇବା ତାଲିକା ରୁ ବଞ୍ଚିତ ହୋଇଛନ୍ତି । ପ୍ରଶାସନକୁ ଦୃଷ୍ଟି ଆଢ଼ୁଆଳରେ ରଖି ଗଳା ବାଟ ଦେଇ ଅନେକ ଭାରତୀ ମଳେଇ ଙ୍କ ଭଳି ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି । ବହୁବାର ଦରଖାସ୍ତ କରିଥିଲେ ବି ତାଙ୍କ ଗୁହାରି କେହି କର୍ଣ୍ଣପାତ କରିନାହାନ୍ତି । ଅନେକ ସମୟରେ ସରକାରୀ ଅଧିକାରୀ ଓ ଜନପ୍ରତିନିଧିଙ୍କ ଠାରୁ କେବଳ ପୁଳାପୁଳା ମିଥ୍ୟା ପ୍ରତିଶ୍ରୁତି ଓ ଆଶ୍ୱାସନା ମିଳିଛି, ହେଲେ କିଛି ବି ସୁଫଳ ଏପର୍ଯ୍ୟନ୍ତ ମିଳି ପାରିଲା ନାହିଁ । ଉପାୟ ଶୁନ୍ୟ ହୋଇ ଝଡ, ବର୍ଷା, ଖରା, ଶୀତ, କାକର ରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି । ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ତଦନ୍ତ ପୂର୍ବକ ତାଙ୍କୁ ଘର ଖଣ୍ଡେ ଯୋଗାଇ ଦେବାକୁ ସେ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି।
ରାଜ୍ୟ
ଆବାସ ଯୋଜନା ସାତସପନ, ଭଙ୍ଗା କୁଡ଼ିିଆରେ ବିତୁଛି ଜୀବନ
- Hits: 8