ହେଡଲାଇନସ୍:

ସୋହେଲାରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଶତବାର୍ଷିକୀ ଉତ୍ସବ: ଭବ୍ୟ ଆୟୋଜନରେ ୭୦୦ରୁ ଅଧିକ ସ୍ବୟଂସେବକଙ୍କ ଅଂଶଗ୍ରହଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ସୋହେଲା :-ବିଶ୍ୱର ସର୍ବଶ୍ରେଷ୍ଠ ସାମାଜିକ ଓ ଜାତିୟ ସଂଗଠନ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର.ଏସ.ଏସ.) ନିଜ ଶତାବ୍ଦୀ ବର୍ଷ ପାଳନ ଅବସରରେ ସମଗ୍ର ଦେଶରେ ଉତ୍ସବ ପାଳନ କରୁଛି। ଏହି ଶତବାର୍ଷିକୀ ଉତ୍ସବକୁ ନେଇ ସମସ୍ତ ମଣ୍ଡଳ ଓ ଜିଲ୍ଲା ସ୍ତରରେ ସ୍ବୟଂସେବକମାନେ ବିଭିନ୍ନ ଆୟୋଜନ ମାଧ୍ୟମରେ ଜାତିପ୍ରେମ, ସଂଘଠନ ଓ ସମାଜସେବାର ମେସେଜ ପ୍ରସାର କରୁଛନ୍ତି।
ଏହି ଶୃଙ୍ଖଳାରେ ବରଗଡ଼ ଜିଲ୍ଲାର ସୋହେଲା ଠାରେ ଆଜି ରବିବାର ଦିନ ଜିଲ୍ଲା ସ୍ତରୀୟ ଶତାବ୍ଦୀ ଉତ୍ସବ ଭବ୍ୟ ଭାବରେ ପାଳନ କରାଯାଇଛି। ସକାଳ ୯ଟାରେ ସମସ୍ତ ସ୍ବୟଂସେବକ ଉଗ୍ରସେନ ଭବନ ଠାରୁ ଏକ ଶିଷ୍ଟ, ଶୃଙ୍ଖଳାବଦ୍ଧ ଓ ଦେଶପ୍ରେମମୟ ପଥ ସଞ୍ଚଳନ ଆରମ୍ଭ କରି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସମ୍ମୁଖରେ ଥିବା ଆଥଲେଟିକ ଆସୋସିଏସନ ପଡ଼ିଆ ଯାଇ ଏକତ୍ରିତ ହୋଇଥିଲେ। ଭାରତ ମାତାକୁ ସମ୍ମାନ ଜଣାଇ ଜୟଘୋଷ ସହ ଉତ୍ସବର ଆରମ୍ଭ ହୋଇଥିଲା।
ଉତ୍ସବରେ ପଶ୍ଚିମ ଓଡ଼ିଶାର ଜଣାଶୁଣା କଳାକାର ଓ ସଂସ୍କୃତି ଜଗତର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଗୁର୍ଲା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ସ୍ବୟଂସେବକମାନଙ୍କୁ ମାନବିକତା, ଜାତିସେବା ଓ ସଂଘଶିଳ ଜୀବନ ଉପରେ ମାର୍ଗଦର୍ଶନ ଦେଇଥିଲେ। ସେ ନିଜ ଅଭିଭାଷଣରେ କହିଥିଲେ —
ସଂଘ କେବଳ ଜଣେ ସଂଗଠନ ନୁହେଁ, ଏହା ଏକ ଜୀବନ ଶୈଳୀ। ଯେଉଁଠାରେ ଜାତି, ଧର୍ମ ଓ ମାନବତା ମିଶି ଏକ ସୁନ୍ଦର ସମାଜ ଗଠନ କରିଥାଏ।”
ତାଙ୍କ ପରେ ମୁଖ୍ୟ ବକ୍ତା ଭାବରେ ଉପସ୍ଥିତ ହୋଇଥିଲେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଓଡ଼ିଶା ପଶ୍ଚିମ ପ୍ରାନ୍ତର ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ଓ ସଂଘଚାଳକ ଶ୍ରୀ ବିପିନ ବିହାରୀ ନନ୍ଦ। ସେ ତାଙ୍କ ବିସ୍ତୃତ ଓ ପ୍ରେରଣାଦାୟକ ଉପସ୍ଥାପନାରେ ସଂଘର ସ୍ଥାପନା ସନ ୧୯୨୫ ଠାରୁ ଆଜି ପର୍ଯ୍ୟନ୍ତ ଶତବର୍ଷର ଗୌରବମୟ ଯାତ୍ରା ବିଷୟରେ ବିସ୍ତାରିତ ଭାବେ କହିଥିଲେ। ସେ କହିଥିଲେ —
ଏହି ୧୦୦ ବର୍ଷରେ ସଂଘ ଜଣେ ଲୋକ ନୁହେଁ, ଲକ୍ଷେ ଲକ୍ଷ ସ୍ବୟଂସେବକଙ୍କ ତ୍ୟାଗ, ସେବା ଓ ସଂଘର୍ଷର ଫଳ। ସଂଘର ଲକ୍ଷ ହେଉଛି — ଏକ ସଂଘଠିତ, ସଶକ୍ତ ଓ ସୁସଂସ୍କୃତ ଭାରତ ଗଠନ।”
ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୭୦୫ ଜଣ ସ୍ବୟଂସେବକ ତଥା ୨୦୦ ରୁ ଅଧିକ ନିମନ୍ତ୍ରିତ ଅତିଥିବୃନ୍ଦ ଅଂଶଗ୍ରହଣ କରିଥିଲେ। ସଂଘୀୟ ପୋଷାକ ପିନ୍ଧି ସୁସଂଖଳିତ ଭାବରେ ଅଗ୍ରସେନ ଭବନ ଠାରୁ ଆଥଲେଟିକ ପଡ଼ିଆ ପର୍ଯ୍ୟନ୍ତ ସଞ୍ଚଳନ କରୁଥିବା ସ୍ବୟଂସେବକମାନଙ୍କ ଦୃଶ୍ୟ ଦେଖି ସୋହେଲା ଅଞ୍ଚଳର ଲୋକମାନେ ଗର୍ବ ଅନୁଭବ କରିଥିଲେ।
ମଞ୍ଚରେ ଅଧ୍ୟକ୍ଷତା କରୁଥିଲେ ମାନନୀୟ ଜିଲ୍ଲା ସଂଘଚାଳକ ଶ୍ରୀ ରୋହିତ କୁମାର ମେହେର। ସେ ତାଙ୍କ ସଂକ୍ଷିପ୍ତ ଅଭିଭାଷଣରେ ସଂଘର ମୂଳମନ୍ତ୍ର "ନିଜକୁ ଜାଣ, ଜାତିକୁ ଜାଣ" ଉପରେ ଆଲୋକପାତ କରି ସମସ୍ତ ସ୍ବୟଂସେବକଙ୍କୁ ଜାତିସେବାରେ ଆଗକୁ ଆସିବାକୁ ଆହ୍ୱାନ କରିଥିଲେ।
ଏହି ଅବସରରେ ପୂର୍ବ କ୍ଷେତ୍ର ସହ କ୍ଷେତ୍ର କାର୍ଯ୍ୟବାହ ଶ୍ରୀ ଦୁର୍ଗାପ୍ରସାଦ ସାହୁ, ଓଡ଼ିଶା ପଶ୍ଚିମ ପ୍ରାନ୍ତର କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ଗଣେଶ ମହାପାତ୍ର, ପ୍ରାନ୍ତ ପ୍ରଚାରକ ଶ୍ରୀ ଶଙ୍କର ପଣ୍ଡା, ସହ ଜିଲ୍ଲା ସଂଘଚାଳକ ଡ଼ଃ ସତ୍ୟସାଇ ନାୟକ, ଏବଂ ସମଗ୍ର ଜିଲ୍ଲା କାର୍ଯ୍ୟକାରିଣୀ ମଞ୍ଚାସିନ ହୋଇଥିଲେ।
ଜିଲ୍ଲା କାର୍ଯ୍ୟବାହ ଶ୍ରୀ ତାରାଚାନ୍ଦ କଣ୍ଟା ଅତିଥି ପରିଚୟ ଓ ଧନ୍ୟବାଦ ଜଣାଇ ସମାରୋହର ସଫଳ ସମାପନ କରିଥିଲେ। କାର୍ଯ୍ୟକ୍ରମ ମଧ୍ୟରେ ସଂଘ ପ୍ରାର୍ଥନା ଗାୟନ, ସଂସ୍କୃତିକ ପ୍ରସ୍ତୁତି ଓ ଦେଶଭକ୍ତିମୟ ଗୀତ ସମାବେଶ ହୋଇଥିଲା।
ଶତାବ୍ଦୀ ଉତ୍ସବ ଅବସରରେ ସମସ୍ତ ସ୍ବୟଂସେବକଙ୍କ ମନରେ ଏକ ସଂଘୀୟ ଉତ୍ସାହ ଓ ଜାତିପ୍ରେମର ଜ୍ୱାଲା ପ୍ରଜ୍ଜ୍ୱଳିତ ହୋଇଥିଲା। ସୋହେଲା ଅଞ୍ଚଳ ସାରାଦିନ ଧରି ସଂଘୀୟ ଭଜନ, ଶିଷ୍ଟାଚାର ଓ ସେବା ଭାବନାରେ ମୁଗ୍ଧ ହୋଇ ରହିଥିଲା।

0
0
0
s2sdefault