ହେଡଲାଇନସ୍:

ଲକ୍ଷ୍ମଣ ମଲ୍ଲିକ ଙ୍କ ବ୍ୟକ୍ତିତ୍ବ ହିଁ ତାଙ୍କ ପରିଚୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୧୯.୧୦.୨୦୨୫/ସୁମନ୍ତ କୁମାର ଦାସ: ଲକ୍ଷ୍ମଣ ମଲ୍ଲିକ ଙ୍କ ୧୧ ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ସଭା। ବର୍ଷିୟାନ୍ ରାଜନେତା, ପୂର୍ବତନ ମନ୍ତ୍ରୀ, ପୂର୍ବତନ ସାଂସଦ, ପ୍ରଥମ ଜିଲ୍ଲା ପରିଷଦ ସଭାପତି ସ୍ବର୍ଗତ ଲକ୍ଷ୍ମଣ ମଲ୍ଲିକ ଙ୍କ ଏଗାର ତମ ଶ୍ରାଦ୍ଧ ବାର୍ଷିକୀ‌ ଉପଲକ୍ଷେ ଲକ୍ଷ୍ମଣ ମଲ୍ଲିକ ସ୍ମୃତି କମିଟି ପକ୍ଷରୁ ସ୍ମୃତି କମିଟିର ସଭାପତି ବିପ୍ଳବ ଚୌଧୁରୀ ଙ୍କ ସଭାପତିତ୍ବରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର ଓ ରାଜନୈତିକ ବିଶ୍ଲେଷକ ରବି ଦାସ ଯୋଗ ଦେଇ "ଲକ୍ଷ୍ମଣ ମଲ୍ଲିକ ଙ୍କ ବ୍ୟକ୍ତିତ୍ବ ହିଁ ତାଙ୍କ ପରିଚୟ" ବୋଲି ମତବ୍ୟକ୍ତ କରିବା ସହ ତାଙ୍କ ରାଜନୈତିକ ଓ ସାମାଜିକ କାର୍ଯ୍ୟଶୈଳର ଭୁୟଂଶି ପ୍ରଶଂସା କରିଥିଲେ।ଜଣେ ରାଜନେତା ଭାବରେ ସେ ସମସ୍ତଙ୍କର ପ୍ରିୟ ଭାଜନ ହେବା ସହିତ ବିଶେଷ କରି ଜଗତସିଂହପୁରରେ ତାଙ୍କର ଉନ୍ନୟନମୂଳକ କାର୍ଯ୍ୟଧାରା ଅନ୍ୟ ରାଜନୈତିକ ବ୍ୟକ୍ତିବିଶେଷଙ୍କ ଠାରୁ ସଂପୂର୍ଣ୍ଣ ନିଆରା ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ବକ୍ତା ଭାବେ ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ ଯୋଗଦେଇ ସ୍ବର୍ଗତ ମଲ୍ଲିକ ଙ୍କ କାର୍ଯ୍ୟଦକ୍ଷତାର ରୁପାୟନ କରିବା ସହିତ ଜଣେ ରାଜନେତା ଭାବରେ ପ୍ରତିଷ୍ଠା ଅର୍ଜନ କରି ସେ ଯେପରି ସଫଳତାର ଶିର୍ଷ ସୋପାନରେ ପହଞ୍ଚି ପାରିଥିଲେ, ଆଜିର ସମୟରେ ଏପରି ରାଜନୈତିକ ବ୍ୟକ୍ତି ମିଳିବା କଷ୍ଟକର ବୋଲି ମତବ୍ୟକ୍ତ କରିଥିଲେ।
ଅନ୍ୟତମ ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଭାପତି ନଟବର ବାରିକ ଯୋଗଦେଇ ମାନବ ସେବା ହିଁ ମାଧବ ସେବା ଏହାହିଁ ଥିଲା ସ୍ବର୍ଗତ ଲକ୍ଷ୍ମଣ ମଲ୍ଲିକ ଙ୍କ ଜୀବନର ମୁଳମନ୍ତ୍ର ବୋଲି ମତବ୍ୟକ୍ତ କହିବା ସହ ଛାତ୍ର ଜୀବନରୁ ଆଜି ପର୍ଯ୍ୟନ୍ତ ମୋର ରାଜନୈତିକ ଜୀବନର ମାର୍ଗଦର୍ଶକ ଭାବେ ତାଙ୍କର ପ୍ରେରଣା ମୋ ପାଇଁ ସବୁଦିନ ସ୍ମରଣୀୟ ହୋଇରହିବ। ଅନ୍ୟତମ ଅତିଥି ଭାବରେ ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ଇଂ ନଳିନୀ କୁମାର ସ୍ବାଇଁ, ପାରାଦ୍ଵୀପ ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ନିରଞ୍ଜନ ନାୟକ, ସାମ୍ବାଦିକ ଶଶାଙ୍କ ଶେଖର ପଣ୍ଡା,ଶିକ୍ଷାବିତ୍ ନିକୁଞ୍ଜ କିଶୋର ବେହେରା,ପ୍ରଶାନ୍ତ ମଲ୍ଲିକ,ମାନସ କୁମାର ରଥ,ବେଦଦ୍ୟୁତ ପୃଷ୍ଟି, ଅଶୋକ ଜେନା, ସୁଦର୍ଶନ ବେହେରା, ସର୍ବେଶ୍ଵର ପଣ୍ଡା, ଲକ୍ଷ୍ମୀ ନାରାୟଣ ସାମନ୍ତରାୟ, ଅଦ୍ଵୈତ କୁମାର ଜେନା,ପ୍ରିୟମ୍ବଦା ପାଣି, ଜ୍ଞାନ ରଞ୍ଜନ ପୃଷ୍ଟି, ପୂର୍ଣଚନ୍ଦ୍ର ପ୍ରଧାନ, ନିହାର ନାୟକ ପ୍ରମୁଖ ଯୋଗଦେଇ ଦିବଂଗତ ନେତାଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।
ଏହି ଅବସରରେ ଲକ୍ଷ୍ମଣ ମଲ୍ଲିକ ସ୍ମୃତି କମିଟି ପକ୍ଷରୁ ବିଶିଷ୍ଟ ଶିକ୍ଷାବିତ୍ ଅକ୍ଷୟ କୁମାର ଦାସ,ନାରିନେତ୍ରୀ ସୁଚିତ୍ରା ବେହୁରା,ଭରତ ଚନ୍ଦ୍ର ସାହୁ, ବରିଷ୍ଠ ରାଜନେତା ବୈଷ୍ଣବ ଚରଣ ନାୟକ, ଗୁଣନିଧି ତ୍ରିପାଠୀ, କାଳନ୍ଦୀ ଦାସ‌ ପ୍ରଭୁତି ଙ୍କୁ ଲକ୍ଷ୍ମଣ ମଲ୍ଲିକ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା।
ପ୍ରାରମ୍ଭରେ ସ୍ମୃତି କମିଟିର ଉପ ସଭାପତି ଅଭୟ କୁମାର ମହାନ୍ତି ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦିକା ପ୍ରତିମା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାତଃ ସମୟରେ କଲେଜ ଛକ ନିକଟ ଗଣେଶ ମନ୍ଦିର ନିକଟରେ ତିଳୋତର୍ପଣ କରାଯାଇଥିଲା।
ଶ୍ରଦ୍ଧାଞ୍ଜଳି ସଭା ପ୍ରାରମ୍ଭରେ ଦିବଂଗତ ଜଗତସିଂହପୁରର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ମଲ୍ଲିକ‌ ଓ ସ୍ବର୍ଗତ ଲକ୍ଷ୍ମଣ ମଲ୍ଲିକ ଙ୍କ ଧର୍ମପତ୍ନୀ ହାରାମଣି ମଲ୍ଲିକ ଙ୍କ ବିୟୋଗରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ଶ୍ରଦ୍ଧାଞ୍ଜଳି ସଭାରେ ଦେବୀ ପ୍ରସାଦ ଚୌଧୁରୀ,ପ୍ରସନ୍ନ ସାମନ୍ତରାୟ, ପ୍ରଶାନ୍ତ କୁମାର ମହାପାତ୍ର, ରାଜକିଶୋର ଗୋଛୟତ, କେଦାର ବିଶ୍ବାଳ,ଭାଗ୍ୟଧର ସ୍ବାଇଁ,ମିନୁ ଚୌଧୁରୀ, ରବି ଦାସ,ସୌମ୍ୟରଞ୍ଜନ ମହାନ୍ତି, ସୌମ୍ୟରଞ୍ଜନ ରାଉତ,ରୁପଶ୍ରୀ ରାଗିଣୀ ଦାସ, ଜଗଦାନନ୍ଦ ବେହେରା, ସମିର ଖୁଣ୍ଟିଆ, ପ୍ରାଣକୃଷ୍ଣ ପଶାୟତ, ଅବନୀକାନ୍ତ ମହାରଣା, ଶରତ ଚନ୍ଦ୍ର ତ୍ରିପାଠୀ,ବିଶ୍ବଜିତ ପୋଥାଳ,ଇମତିୟାଜ ଅହମ୍ମଦ ଖାଁ, ସେଖ୍ ହେଦାୟତ ଅଲ୍ଲୀ,କୃଷ୍ଣଚନ୍ଦ୍ର ପ୍ରଧାନ,ପବିତ୍ର ମୋହନ ଦାସ, ହିତେଶ ମଲ୍ଲିକ, ପ୍ରମୋଦ କୁମାର ସାହୁ, ଦିଲ୍ଲିପ ମହାନ୍ତି, ଆର୍ଶୀବାଦ ତ୍ରିପାଠୀ, ବଳରାମ ମଲ୍ଲିକ, କୈଳାସ ପାଳ, ପ୍ରତାପ ଦାସ,ମାନସ ପଣ୍ଡା, ଗୁରୁଚରଣ ବାରିକ, ଭକ୍ତ ଚରଣ ଦାସ,ସରୋଜ ମହାପାତ୍ର, ସୁକାନ୍ତ ମହାପାତ୍ର, ଆର୍ତ୍ତତ୍ରାଣ ଭୋଇ, ଉମେଶ ସ୍ବାଇଁ, ନାରାୟଣ କାନୁନଗୋ,ଅଜୟ ମହାପାତ୍ର, କାଳନ୍ଦୀ ଖଟୁଆ, ହିଫଜୁଲ୍ ରହେମାନ, ମନୋରଞ୍ଜନ ପାଳ, ଜୀବନ ଜେନା, ସଙ୍କରେଶ୍ବର ଦାସ, ବିଜୟ ମଲ୍ଲିକ,ପ୍ରଣବ ମହାପାତ୍ର, ନିରଞ୍ଜନ ମହାପାତ୍ର,ବିଜୟ ବିଶ୍ବାଳ,ଅଭୟ କୁମାର ମଲ୍ଲ, ଧୃବ ଚରଣ କାଣ୍ତି ପ୍ରମୁଖ ଯୋଗଦେଇ ଦିବଂଗତ ଲକ୍ଷ୍ମଣ ମଲ୍ଲିକ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

0
0
0
s2sdefault