ହେଡଲାଇନସ୍:

ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

( କୈଳାଶ ଚନ୍ଦ୍ର ଚୌଧୁର) ଦକ୍ଷିଣପୁର କ୍ଲଷ୍ଟରସ୍ଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଦରବାଲୀ ଠାରେ ମାସିକ କ୍ଲଷ୍ଟର ଲେବେଲ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକ ରେ ଲାଞ୍ଜିଆ ସମିତି ସଭ୍ୟ ତଥା ଏହି ଅଂଚଳର ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀଯୁକ୍ତ କାହ୍ନୁ ଚରଣ ପାତ୍ର ନିମନ୍ତ୍ରିତ ଅଥିତୀ ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ବ କରିଥିଲେ । ଦକ୍ଷିଣପୁର କ୍ଲଷ୍ଟର ର ୧୨ଟି ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଓ ଏଫ.ଏଲ.ଏନ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇଥିଲେ । ଆମ୍ବଗଡ ବିଦ୍ୟାଳୟର ସୁନିତା ସାହୁ ଓ ଜନତା ସାହୁ, ଗୁଣ୍ଠବନ୍ଧ ବିଦ୍ୟାଳୟର ସୁଜାତା କୁମାରୀ ସାହୁ ଓ ରୁନୁ ବରଡ,ଦକ୍ଷିଣ ପୁର ବିଦ୍ୟାଳୟ ଏ. ପୁଷ୍ପଲତା ଓ ମନୀଷା ବଡମୁଣ୍ଡି, ଲାଞ୍ଜିଆ ବିଦ୍ୟାଳୟର ନମିତା ମହାରଣା ଓ ରଞ୍ଜୁଲତା ପଟ୍ଟନାୟକ, ବାଳକୃଷ୍ଣପୁର ବିଦ୍ୟାଳୟର ଶଶୀରେଖା ମଲ୍ଲିକ ଓ କଲ୍ୟାଣୀ ତ୍ରୀପାଠୀ, ଭେନୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅଳକା ମିଶ୍ର ଓ ଦେବକୀ ମଳିକ, ଭଗବାନପୁର ବିଦ୍ୟାଳୟର କନକଲତା ମହାନ୍ତି ଓ ଶିବାନନ୍ଦ ସାହୁ, ବୁଦାଲୁଣ୍ଡି ବିଦ୍ୟାଳୟର ମହାଲକ୍ଷ୍ମୀ କର , ବାଘଝରି ବିଦ୍ୟାଳୟର ସରସ୍ବତୀ ଅlଚାରୀ, ବିରିବାଡିଆ ବିଦ୍ୟାଳୟର ସୋମିୟ ରଞ୍ଜନ ଦାସ, ତଳକୂମ୍ଭାଝରି ର ସୁଶ୍ରୀ ସଂଗୀତା ପାତ୍ର ଓ ଏସ.ଏସ କୁମ୍ଭାଝରି ର ପି. ନରସିଂହ ଯୋଗ ଦେଇଥିଲେ । କ୍ଲଷ୍ଟର ସି ଆର୍ ସି ସି ଦୁଷ୍ମନ୍ତ କୁମାର ପଟ୍ଟନାୟକ ବୈଠକକୁ ପରିଚାଳନା କରିଥିଲେ।

0
0
0
s2sdefault