ବିଜେପୁର :-ବିଜେପୁର ପୋଲିସ ଆଉ ଥରେ ଏକ ବଡ଼ ଅଭିଯାନରେ ସଫଳତା ହାସଲ କରିଛି। କନ୍ଧମାଳରୁ ଛତିଶଗଡ଼ ଭାୟା ବରଗଡ଼ ମାର୍ଗରେ ଚାଲିଥିବା ଗଞ୍ଜେଇ ଚାଲାଣକୁ ବିଜେପୁର ବୁଡାପାଲି ନିକଟରେ ମାଡ଼ି ବସି ପୋଲିସ ଅଟକାଇ ଦେଇଛି। ଏହି ଅଭିଯାନରେ ୩ ଅନ୍ତରାଜ୍ୟ ଗଞ୍ଜେଇ ବେପାରୀଙ୍କୁ ଗିରଫ କରାଯାଇଛି।
ଅଭିଯାନ ସମୟରେ ୨୯ କିଲୋ ଗଞ୍ଜେଇ, ଗୋଟିଏ ଦେଶୀ ବନ୍ଧୁକ, ୧୨ ରାଉଣ୍ଡ ଜୀବନ୍ତ ଗୁଳି, ୨ଟି ମାଗାଜିନ୍, ୨ଟି ଗାଡ଼ି ଓ ୫ଟି ମୋବାଇଲ୍ ଫୋନ୍ ଜବତ୍ ହୋଇଛି।
ମୁଖ୍ୟ ଅଭିଯୁକ୍ତ ଚିଆଁ ଓରଫ ବୁଦ୍ଧଦେବ ବିଶ୍ଵାଳ (ଝାରସୁଗୁଡ଼ା) ନାମରେ ହତ୍ୟା, ଡକାୟତି ଓ ହତ୍ୟା ଉଦ୍ୟମ ସହିତ ଅନେକ ଅପରାଧିକ ମାମଲା ରହିଛି।
ଅନ୍ୟ ଦୁଇ ସହଯୋଗୀ ପାରଶ ରାମ ଭାନୁ (ଜାଞ୍ଜଗିର-ଚାମ୍ପା, ଛତିଶଗଡ଼) ଓ ତାରାକାନ୍ତ ଭୋଇ (ବୌଦ୍ଧ ଜିଲ୍ଲା) ମଧ୍ୟ ଗିରଫ ହୋଇଛନ୍ତି।
ଏହି ସଫଳ ଅଭିଯାନ ସମ୍ପର୍କରେ ସୂଚନା ଦେଇଛନ୍ତି ବିଜେପୁର ଥାନା ଅଧିକାରୀ ସୁଶାନ୍ତ ମଣି ମହାନ୍ତି। ସେ କହିଛନ୍ତି ଯେ ଗଞ୍ଜେଇ ଓ ଅସ୍ତ୍ର ଚୋରା ଚାଲାଣ ବିରୋଧରେ ପୋଲିସର କଡା ଅଭିଯାନ ଜାରି ରହିବ।
ଉଲ୍ଲେଖ୍ୟ ଯୋଗ୍ୟ ଯେ, କିଛିଦିନ ପୂର୍ବରୁ ମଧ୍ୟ ବିଜେପୁର ପୋଲିସ ଗୋଟିଏ ମହିନ୍ଦ୍ରା ଥାର ଗାଡ଼ି ସହିତ କୋରକ୍ସ ପିସ୍ତାଳ ଓ ବଡ଼ ପରିମାଣର ଟଙ୍କା ଜବତ କରିଥିଲା, ଯାହା ଜିଲ୍ଲାରେ ଅପରାଧିକ କାର୍ଯ୍ୟକଳାପ ନିରୋଧରେ ପୋଲିସର ସତର୍କତା ଓ କଡା ନଜରକୁ ପ୍ରମାଣ କରୁଛି।
ଏହି ଅଭିଯାନ ବରଗଡ଼ ଏସପି ପ୍ରହଲ୍ଲାଦ ମୀନା ଙ୍କ ନେତୃତ୍ୱରେ ସଫଳ ହୋଇଛି।
ରାଜ୍ୟ
ଆକ୍ସନ ମୋଡ଼ରେ ବିଜେପୁର ପୋଲିସ:ଅନ୍ତରାଜ୍ୟ ଗଞ୍ଜେଇ ବେପାରୀ ଗିରଫ
- Hits: 5