ହେଡଲାଇନସ୍:

ଥାନାରେ ଆମ ପୋଲିସ ସମିତି ର ରକ୍ତଦାନ ଶିବିର:୧୨୧ ୟୁନିଟ୍ ରକ୍ତ ସଂଗ୍ରହ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉଦାହରଣ ସାଜିଲେ ୮ ପୋଲିସ କର୍ମଚାରୀ, ୪ ସାମ୍ବାଦିକ, ୫ ମହିଳାଙ୍କ ସମେତ ଦମ୍ପତି ।


ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ଗାଙ୍ଗପୁର ଆମ ପୋଲିସ ସମିତି ଆନୁକୁଲ୍ୟରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ ହୋଇଯାଇଅଛି ।ଝିପି ଝିପି ବର୍ଷା ସତ୍ବେ ୧୨୧ ଜଣ ସ୍ବେଛାକୃତ ଭାବେ ରକ୍ତଦାନ କରି ଉଦାହରଣ ସାଜିଛନ୍ତି । ଗାଙ୍ଗପୁର ଥାନାଧିକାରୀ ବନବିହାରୀ ପ୍ରଧାନଙ୍କ ପ୍ରମୁଖ ପରିଚାଳନାରେ ହୋଇଥିବା ଏହି ଶିବିରକୁ ଭଞ୍ଜନଗର ଉପଖଣ୍ଡ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ,
ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିବା ବେଳେ ସୋରଡା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ଅନ୍ୟତମ ଅତିଥି ଭାବେ ଏସ.ଡି.ପି.ଓ ଡଃ ଦିପକ କୁମାର ମିଶ୍ର, ଯୁବ ସଙ୍ଗଠକ ଜିତେନ୍ଦ୍ର କୁମାର ନାୟକ ଯୋଗଦେଇଥିଲେ ।ଏଥିରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଘୁମୁସର ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତଥା ସମିତି ସଭ୍ୟ କେ.ରବୀନ୍ଦ୍ର କୁମାର ପାତ୍ର,ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଗାଙ୍ଗପୁର ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର ଡାକୁଆ,ବେଲଗୁଣ୍ଠା ପ୍ରେସ୍ କ୍ଳବ ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ, ଅଧ୍ୟାପକ ଡ଼ଃ ସଞ୍ଜୀବ କୁମାର ଦାଶ,ପାଇଲିପଡା ମେଡିକଲ୍ ଅଫିସର ଡ଼ାଃ ଜନାର୍ଦ୍ଦନ ମୋହିନୀ,ଶିବରାମ ମହାରଣା, ରଞ୍ଜିତ ଭୁୟାଁ,ସୀମାଞ୍ଚଳ ବିଷୋୟୀ,ମହନ୍ତ ରାମକୃଷ୍ଣ ଦାଶ,ଚିତ୍ରସେନ ବିଶ୍ୱାଳ, ବଡବୋରସିଂ ସରପଞ୍ଚ ରାମେଶ୍ବର ପାତ୍ର,ଝାଡବନ୍ଧ ସରପଞ୍ଚ ଯୋଗେନ୍ଦ୍ର ସ୍ୱାଇଁ,ମୁନିଗାଡି ସରପଞ୍ଚ ପ୍ରତିନିଧି ସନ୍ତୋଷ ସ୍ୱାଇଁ,ଏସ୍.ଆଇ ଆର୍ତ୍ତତ୍ରାଣ ଦାନୀ ଓ ଅଜୟ ମଲ୍ଲିକ, ଭଞ୍ଜନଗର ସମ୍ବାଦ ପ୍ରତିନିଧି ବିଶ୍ୱମ୍ବର ଜେନା,ଏ.ଏସ. ଆଇ .ୟାଇ ଭି ନାଇଡୁ ଓ ସୁଷମା ବେହେରା ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।ରକ୍ତଦାନ ଶିବିର ଚାଲିଥିବା ବେଳେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ ବିଭିନ୍ନ ଭଜନ ଗାଇ ରକ୍ତଦାତାଙ୍କୁ ପ୍ରୋତ୍ସାହିତ କରିଥିଲେ ।ଏହି ଶିବିରରେ ସ୍ନାତକ ମହାବିଦ୍ୟାଳୟ କ୍ଷତ୍ରିୟ ବରପୁରର ଯୁବ ରେଡ଼କ୍ରସ ର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବେଲଗୁଣ୍ଠା ପ୍ରେସ୍ କ୍ଳବର ଉପସଭାପତି ପ୍ରଭାତ କୁମାର ସାହୁ,ଶିବରାମ ଚୌଧୁରୀ,କୃଷ୍ଣଚନ୍ଦ୍ର ପଟ୍ଟନାୟକ, ପଞ୍ଚାନନ ସାହୁ ଓ ପଞ୍ଚାନନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।ଆଜିର ଏହି ରକ୍ତଦାନ ଶିବିରରେ ପ୍ରମୁଖ ରକ୍ତଦାତଙ୍କ ମଧ୍ୟରେ ମେଡିକାଲ ଅଫିସର ଡ଼ାଃ ଜନାର୍ଦ୍ଦନ ମୋହିନୀ, ଏସ୍.ଆଇ ଅଜୟ ମଲ୍ଲିକ, ବେଲଗୁଣ୍ଠା ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଝରପାରୀ ସରପଞ୍ଚ ମାଧୁରୀ ସ୍ୱାଇଁ, ଝାଡବନ୍ଧ ସରପଞ୍ଚ ପ୍ରତିନିଧି ଅନୀତା ସ୍ୱାଇଁ,ପାଇଲିପଡା ସମିତି ସଭ୍ୟ କେ. ରବୀନ୍ଦ୍ର ପାତ୍ର,ସରପଞ୍ଚ ପ୍ରତିନିଧି ଶିବ ମହାରଣା,ରାୟଗଡ଼ା ଜିଲ୍ଲା ଜବାହାର ନବୋଦୟ ବିଦ୍ୟାଳୟ ଇଂରାଜୀ ଶିକ୍ଷକ ଭବାନୀ ଶଙ୍କର ମହାନ୍ତିଙ୍କ ସମେତ ୧୨୧ ଜଣ ରକ୍ତଦାନ କରିଥିଲେ ।ଗାଙ୍ଗପୁର ଥାନାର ସମସ୍ତ ପୋଲିସ କର୍ମଚାରୀ,ଗୃହରକ୍ଷୀ ମାନେ ସହଯୋଗ କରିଥିଲେ ।ଆଜିର ଏହି ସମସ୍ତ କାର୍ଯ୍ୟକ୍ରମକୁ ଗାଙ୍ଗପୁର ଥାନାଧିକାରୀ ବନବିହାରୀ ପ୍ରଧାନ ଓ ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ପରିଚାଳନା କରିଥିଲେ । ଭଞ୍ଜନଗର ରକ୍ତ ଭଣ୍ଡାର କର୍ମଚାରୀ ମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ ।

0
0
0
s2sdefault