ହେଡଲାଇନସ୍:

ନବରଙ୍ଗପୁର ଠାରେ ଓରମାସ,ଜିଲ୍ଲା ପରିଷଦ ପକ୍ଷରୁ ଦୀପାବଳୀ ଷ୍ଟଲ ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର ତା ୧୯.୧୦.୨୦୨୫: ଗତ କାଲି ସନ୍ଧ୍ୟା ୮.୦୦ ଘ ସମୟରେ ନବରଙ୍ଗପୁର ସହର ତହସିଲଦାର କାର୍ଯ୍ୟଳୟ ନିକଟରେ ଓରମାସ ପକ୍ଷରୁ ଦୀପାବଳୀ ଉତ୍ସବ ୨୦୨୫ ଉପଲକ୍ଷେ ଏକ ଦୀପାବଳୀ ଷ୍ଟଲ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଏହି ଷ୍ଟଲ ଉଦ୍ଘାଟନ ସମୟରେ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ,ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ,ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ) ବିଶ୍ଵଜିତ ବର୍ମନ ,ସହକାରୀ ସି ଇ ଓ, ଓରମାସ ରୋସନ୍ କୁମାର କାର୍ତ୍ତିକ, ଡି ଆଇ ପି ଆର୍ ଓ ମନୋଜ ବେହେରା,ଡିପିସି ,ମିଶନ ଶକ୍ତି, ଉପ ନିର୍ଦ୍ଦେଶକ, ହସ୍ତଶିଳ୍ପ,ଡି ସି ଓ, ଓରମାସ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।ନବରଙ୍ଗପୁର ପାପଡାହାଣ୍ଡି, ଚନ୍ଦାହାଣ୍ଡି , ଡ଼ାବୁ ଗାଁ ବ୍ଲକ,ଲିମ୍ଭଭଟା ଅଞ୍ଚଲରୁ ଏସ ଏଚ ଜି ତଥା ଟେରାକୋଟା ଶିଳ୍ପୀ ଓ ମାଟିରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ଉଦ୍ପାଦ ମାଟି ଦିପ, ସାଜସଜ୍ଜା ଉପକରଣ,ସୁନ୍ଦର ମୂର୍ତ୍ତି,କୃତିମ ଫୁଲ,ଆଦିବାସୀ ହସ୍ତଶିଳ୍ପ ପ୍ରଦର୍ଶନୀ କରିଥିଲେ।ନବରଙ୍ଗପୁର ସହରର ଜନସାଧାରଣ ଷ୍ଟଲ ପରିଦର୍ଶନ କରି ଗ୍ରାମୀଣ ଉଦ୍ୟୋଗୀ ଙ୍କ ଆୟ ବୃଦ୍ଧି ଓ ସକ୍ଷମ ଜୀବିକା ପାଇଁ ବିଭିନ୍ନ ପ୍ରଦର୍ଶିତ ଉଦ୍ପାଦ କିଣିବା ପାଇଁ ମାନ୍ୟବର ମନ୍ତ୍ରୀ କହିଥିଲେ।

0
0
0
s2sdefault