ହେଡଲାଇନସ୍:

ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଶା କର୍ମୀ ଙ୍କ ଅନଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର,: ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଠାରୁ ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡିଶା ରାଜ୍ୟ ଆଶା କର୍ମୀ ସଂଘ ନବରଙ୍ଗପୁର ଜିଲ୍ଲା ତରଫରୁ ଧାରଣା ଦିଆଯାଇଛି l ଆଠ ଦଫା ଦାବି ନେଇ ଏହି ଧାରଣା ଦିଆଯାଇଛି ଜଣେ ଆଶା କର୍ମୀ କିଛି ଭୁଲ କଲେ ସାଙ୍ଗେ ସାଙ୍ଗେ କାର୍ଯ୍ୟାନୁଷ୍ଠାନ ନିଆଯାଊଛି କିନ୍ତୁ ଜଣେ ଅଧିକାରୀ ଭୁଲ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ କୁଣ୍ଟା ବଦ୍ଧ କାହିଁକି? ଏକ ମାସରୁ ଉର୍ଦ୍ଧ ହୋଇଥିଲା ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉ ନାହିଁ କାହିଁକି?ବୋଲି ପ୍ରଶ୍ନ କରିଛି ସଂଘ ବ୍ଲକ ଏହିପରି ଦିନକୁ ଗୋଟିଏ ବ୍ଲକ ର ଆଶାକର୍ମୀ ମାନେ ଆସି ଧାରଣା ଦେବେ ବୋଲି ସୂଚନା ଦେଇଛନ୍ତି l ସକାଳ 10:00 ଘଣ୍ଟା ଠାରୁ 4:00 ପର୍ଯ୍ୟନ୍ତ ଏହି ଅନଶନ ପ୍ରତିଦିନ ଧାରଣା ଜାରି ରହିବ ତେନ୍ତୁଳୀଖୁଣ୍ଟି ତା ୧୪ - ୧୦ - ୨୦୨୫ ରିଖ ମଙ୍ଗଳବାର, ନନ୍ଦାହାଣ୍ଡି ବ୍ଲକତା ୧୫-୧୦ - ୨୦୨୫ରିଖ ବୁଧବାର ନବରଙ୍ଗପୁର ବ୍ଲକ ତା ୧୬ - ୧୦ – ୨୦୨୫ରିଖ ଗୁରୁବାର ପାପଡାହାଣ୍ଡି ବ୍ଳକତା ୧୭ - ୧୦ - ୨୦୨୫ରିଖ ଶୁକ୍ରବାର କୋଷାଗୁମୁଡା ବ୍ଲକତା ୧୮-୧୦ - ୨୦୨୫ରିଖ ଶନିବାର ଡାବୁଗାଁ ବ୍ଲକତା ୧୯ -୧୦ - ୨୦୨୫ରିଖ ରବିବାର ଝରିଗାଁ ବ୍ଳକତା ୨୦-୧୦ - ୨୦୨୫ରିଖ ସମୋବାର ଉମରକୋଟ ବ୍ଲକତା ୨୧ -୧୦ - ୨୦୨୫ରିଖ ମଙ୍ଗଳବାର ଚନ୍ଦାହାଣ୍ଡି ବ୍ଲକତା ୨୨ -୧୦ - ୨୦୨୫ରିଖ ବୁଧବାର ରାଇଘର l ସୂଚନା ଥାଉ କିଗତ ତା ୩୦.୦୮.୨୦୨୫ ରିଖରେ ଘଟିଥିବା ଉମରକୋଟ ବ୍ଲକ, ବଡବାସୀନି ଗ୍ରାମର ଆଶାକର୍ମୀ ଦମୟନ୍ତି ଭତରାଙ୍କ ଉମରକୋଟ ସ୍ବାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର ସାଗରିକା ସ୍ବାଇଁଙ୍କ ଅବହେଳା ଯୋଗୁଁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ରେଫେର ହୋଇ ନବରଙ୍ଗପୁର ଆସୁଥିବା ସମୟରେ ଡାବୁଗାଁ ରାସ୍ତା ପାଖରେ ଗର୍ଭରେ ଥିବା ଛୁଆ ଓ ମାଙ୍କରମୃତ୍ୟୁ ହୋଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ଜିଲା ପ୍ରଶାସନ ତରଫରୁ କିମ୍ବା ରାଜ୍ୟ ସରକାରଙ୍କ ତରଫରୁ ଡ଼ାକ୍ତର ସାଗରିକା ସ୍ବାଇଁଙ୍କ ଉପରେ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନାହିଁ l ସେହି ଡ଼ାକ୍ତର ଙ୍କୁ ନିଲମ୍ବନ କରି ତୁରନ୍ତ ଗିରଫ କରାଯାଉ ନବରଙ୍ଗପୁର ଜିଲ୍ଲା ର ଆଶାକର୍ମୀମାନଙ୍କୁ ଡାକ୍ତର ଖାନାରେ ଦୁର୍ବ୍ଯବହାର କରାଯାଉଛି ତାହା ବନ୍ଦ କରାଯାଉ। ନବରଙ୍ଗପୁର ଜିଲ୍ଲା ର ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଶାକର୍ମୀଙ୍କ ପାଇଁ ବିଶ୍ରାମ ଗୃହତିଆରି କରାଯାଉ। ନବରଙ୍ଗପୁର ଜିଲ୍ଲା ର ସମସ୍ତ ଆଶାକର୍ମୀଙ୍କ ପ୍ରାପ୍ୟ ୧ ତାରିଖରୁ ୧୦ ତାରିଖ ମଧ୍ୟ ରେଦିଆଯାଉ। ନବରଙ୍ଗପୁର ଜିଲ୍ଲା ର ଆଶାକର୍ମୀମାନଙ୍କୁ ଲେବର ରୁମକୁ ଯିବାକୁ ମନା କରାଯାଉଛି, ଲେବର ରୁମକୁଯିବାକୁ ଅନୁମତି ଦିଆଯାଉ କାରଣ ଆଶା ଫର୍ମ ଫିଲାପରେ ସୁବିଧା ହେବ। ଆଶାକର୍ମୀ ମାନଙ୍କୁ ସରକାରୀକର୍ମଚାରୀ ରୁପେ ଘୋଷଣା କରାଯାଉ, ଯେ ପର୍ଯ୍ୟନ୍ତ କରାଯାଇ ନାହିଁ ସେ ପର୍ଯ୍ୟନ୍ତ ୨୪ ହଜାର ଟଙ୍କା ବେତନ ଦିଆଯାଉ ଆଶାକର୍ମୀ ମାନଙ୍କୁ ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ ଦଶ ଲକ୍ଷ ଓ ସ୍ବାଭବିକ ମୃତ୍ୟୁ ହେଲେ ପାଞ୍ଚ ଲକ୍ଷଟଙ୍କା ଦିଅଯାଉ। ଆଶାକର୍ମୀ ମାନଙ୍କୁ ଅବସର କାଳିନ ସହାୟତା ରାଶି ପାଞ୍ଚ ଲକ୍ଷ ଟଙ୍କା ଓ ମାସିକ ପେନସନବାବଦକୁ ପାଞ୍ଚ ହଜାର ଟଙ୍କା ଦିଆଯାଏ l ଯେତେ ଦିନ ପର୍ଯ୍ୟନ୍ତ ସମାଧାନ ହୋଇ ନାହିଁ ସେତିକି ଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଘ ଚେତାବନୀ ଦେଇଛି ଓ ଯାହା ସମସ୍ୟା ହେବ ପ୍ରଶାସନ ବା ସରକାର ଦାୟି ରହିବେ । ଏଥିରେ ଭାରତୀୟ ମଜଦୁର ସଂଘ ଉପଦେଷ୍ଟା ପରମେଶ୍ୱର ବିଷୋୟୀ,ସମ୍ପାଦକ ବିଷ୍ଣୁ ପ୍ରସାଦ ବିଷୋୟୀ ଆଶା କର୍ମୀ ସଂଘ ନବରଙ୍ଗପୁର ଜିଲ୍ଲା ସଭାନେତ୍ରୀ କବିତା ସ୍ୱାଇଁ,ସମ୍ପାଦିକା ଗୀତାଞ୍ଜଳି ହରିଜନ ତେନ୍ତୁଳୀଖୁଣ୍ଟି ବ୍ଲକ ସଭାନେତ୍ରୀ ବିଭାସିନୀ ହରିଜନ ସମ୍ପାଦିକା ମାନସୀ ହରିଜନ ପରିଚାଳନା କରିଥିଲେ ସମସ୍ତ ବ୍ଲକ ର ସଭାନେତ୍ରୀ ସମ୍ପାଦିକା ମାନେ ମଧ୍ୟ ଉପସ୍ଥିତ ଥିଲେ ଏଥିରେ ତେନ୍ତୁଳୀଖୁଣ୍ଟି ବ୍ଲକ ର ପ୍ରାୟ 180 ଜଣ ଆଶା କର୍ମୀ ମାନେ ଉପସ୍ଥିତ ଥିଲେ । ପ୍ରଶାସନ ର କୌଣସି ଅଧିକାରୀ ଙ୍କ ଆସି ନ ଥିବା ସୂଚନା ଦେଇଛନ୍ତି

0
0
0
s2sdefault