ହେଡଲାଇନସ୍:

ଗୋରୁଗାଈ ଙ୍କ ଉପରେ ଚଢିଗଲା ଟ୍ରକ,୧୦ ଗୋରୁଗାଈ ଙ୍କ ମୃତ୍ୟୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖୋର୍ଦ୍ଧାରୁ (ସେକ ଜାଫର): ଜାତୀୟ ରାଜପଥ ଉପରେ ଶୟନରତ ଥିବା ଗୋରୁଗାଈ ଙ୍କ ଉପରେ ଚଳନ୍ତା ଟ୍ରକ ଦଳିଚକଟି ପଳାଇଗଲା । ଏଭଳି ଏକ ଅଭାବନୀୟ ଘଟଣା ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ-ବଡ଼ପାରୀ ବାଇପାସ୍ ଜାତୀୟ ରାଜପଥ ଉପରେ ଘଟିଛି । ଏହି ଦୁର୍ଘଟଣାରେ ଗୋରୁଗାଈ ଙ୍କର କେବଳ ଯେ ମୃତ୍ୟୁ ହୋଇଛି ତା'ନୁହେଁ ବରଂ ଏକାଧିକ ଗୋରୁଗାଈ ଘାଏଲ୍ ହୋଇଛନ୍ତି । ମଦରଟେରେସା ଯୁବକ ସଂଘ ଓ ବଜରଙ୍ଗ ଦଳର କର୍ମକର୍ତ୍ତା ପହଞ୍ଚି ଘାଏଲ୍ ଗୋରୁଗାଈ ଙ୍କ ସେବା ଶୁଶ୍ରୁଷା କରୁଛନ୍ତି । ଅନ୍ୟ ପଟରେ ଗୋପାଳକ ମାନେ ନିଜ ନିଜ ଘରେ ଆଉ ଗୋରୁଗାଈ ଘରେ ନରଖି ପଦାକୁ ଛାଡ଼ି ଦେଉଛନ୍ତି ତେଣୁ ଘର ଗୁହାଳ ଛାଡ଼ି ଗୋରୁଗାଈ ରାସ୍ତାଘାଟରେ ବୁଲୁଛନ୍ତି ଏବଂ ଶୟନରତ ହେଉଛନ୍ତି । ଗାଡ଼ି ଚଳାଚଳ ବେଳେ ଗାଡ଼ି ଚାଳକ ବହୁ ହଇରାଣ-ହରକତ ହେବା ସହିତ ନିଜେ ଦୁର୍ଘଟଣାର ଶିକାର ହେଉଛନ୍ତି ଏଥିରେ ଲୋକଙ୍କ ସମେତ ଗୋରୁଗାଈ ଙ୍କ ଜୀବନ ହାନି ଘଟୁଛି ।

0
0
0
s2sdefault