ହେଡଲାଇନସ୍:

ବ୍ରହ୍ମପୁର ଓକିଲ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଉପରେ ମାଲକାନଗିରି ଓକିଲ ସଂଘର ‘ପେନ୍ ଡାଉନ୍’ ପ୍ରତିବାଦ ସହ ତ୍ୱରିତ ଗିରଫ ଓ କ୍ଷତିପୂରଣ ଦାବି।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ମାଲକାନଗିରି ରୁ ସୁରେନ୍ଦ୍ର ବେମାଳ:  ବ୍ରହ୍ମପୁରର ବରିଷ୍ଠ ଓକିଲ ଓ ଓଡ଼ିଶା ବାର୍ ପରିଷଦର ସଦସ୍ୟ ପୀତବାସ ପଣ୍ଡାଙ୍କ ନିର୍ମମ ହତ୍ୟାକାଣ୍ଡ ଉପରେ ସମଗ୍ର ଓଡ଼ିଶାର ଆଇନଜୀବୀ ମହଳରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଏହି ଘଟଣାକୁ ବିରୋଧ କରି ଆଜି ମାଲକାନଗିରି ବାର୍ ଆସୋସିଏସନ୍ ପକ୍ଷରୁ ଏକଦିନିଆ ‘ପେନ୍ ଡାଉନ୍’ ପ୍ରତିବାଦ ପାଳନ କରାଯାଇଛି। ସକାଳ ୧୦ଟାରେ ଜିଲ୍ଲା ବାର୍ ଆସୋସିଏସନ୍ ସମ୍ମିଳନୀ କକ୍ଷରେ ଆୟୋଜିତ ଜରୁରୀକାଳୀନ ବୈଠକରେ ସମସ୍ତ ଓକିଲମାନେ ଏକ ସ୍ୱରରେ ଶ୍ରୀ ପଣ୍ଡାଙ୍କ ହତ୍ୟାକୁ ଦୃଢ଼ ଭାବରେ ନିନ୍ଦା କରିଥିଲେ। ବୈଠକରେ ଉପସ୍ଥିତ ବରିଷ୍ଠ ଓକିଲମାନେ ମତ ପ୍ରକାଶ କରି କହିଥିଲେ ଯେ, ଏହି ହତ୍ୟାକାଣ୍ଡ ଆଇନ ବୃତ୍ତିର ମୂଳ ଆଦର୍ଶ ନ୍ୟାୟ, ନୀତି ଓ ମାନବତାର ଉପରେ ଏକ ଗଭୀର ଆଘାତ ଦେଇଛି। ଓଡ଼ିଶା ବାର୍ ପରିଷଦ, କଟକ ଦ୍ୱାରା ୭ ଅକ୍ଟୋବରରେ ଜାରି ହୋଇଥିବା ରାଜ୍ୟସ୍ତରୀୟ ପ୍ରସ୍ତାବକୁ ସମର୍ଥନ କରି, ମାଲକାନଗିରି ବାର୍ ଆସୋସିଏସନ୍ ଆଜି ସମସ୍ତ କୋର୍ଟ କାର୍ଯ୍ୟ ବିରତ ରଖି ‘ପେନ୍ ଡାଉନ୍’ ପ୍ରତିବାଦରେ ସହଭାଗ ହୋଇଛନ୍ତି। ତେବେ ପୀତବାସ ପଣ୍ଡାଙ୍କ ହତ୍ୟାରେ ଜଡିତ ସମସ୍ତ ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ସହ ମୃତ ଓକିଲଙ୍କ ପରିବାରକୁ ରାଜ୍ୟ ସରକାର ଦ୍ୱାରା ଉପଯୁକ୍ତ ଓ ପର୍ଯ୍ୟାପ୍ତ କ୍ଷତିପୂରଣ ଦିଆଯାଉ ଓ ଆଇନଜୀବୀଙ୍କ ସୁରକ୍ଷା ନିଶ୍ଚିତ କରି ରାଜ୍ୟସ୍ତରୀୟ ସୁରକ୍ଷା ମେକାନିଜମ୍ ଗଠନ କରାଯାଉ।ବାର୍ ଆସୋସିଏସନ୍ ଏହି ପଦକ୍ଷେପ ରାଜ୍ୟରେ ଆଇନଜୀବୀଙ୍କ ସୁରକ୍ଷା ଓ ନ୍ୟାୟ ବ୍ୟବସ୍ଥା ସମ୍ପର୍କରେ ଗଭୀର ଚିନ୍ତନର ଆବଶ୍ୟକତାକୁ ଉତ୍ତେଜିତ କରିଛି। ମାଲକାନଗିରି ସହିତ ସମଗ୍ର ଓଡ଼ିଶାର ଓକିଲମାନେ ଏକତା ପ୍ରଦର୍ଶନ କରି ଶୀଘ୍ର ଦୋଷୀଙ୍କ ଉପରେ କଡା କାର୍ଯ୍ୟନୁଷ୍ଠାନ କରି ଗିରଫ କରିବା ସହ ସହାୟତ ରାଶି କ୍ଷତି ପୂରଣ ବାବଦ ପ୍ରଦାନ କରିବା ଉଦେଶ୍ୟରେ ମାଲକାନଗିରି ଓକିଲ ସଂଘର ସଭାପତି ପ୍ରୀତପାଲ ସିଂଙ୍କ ତତ୍ତ୍ୱବଧାନରେ ଉପସଭାପତି ସରୋଜ କୁମାର ମହାନ୍ତି ଓ ଅନ୍ୟମାନଙ୍କ ଉପସ୍ଥିତରେ ମୁଖ୍ୟମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀଙ୍କୁ ହସ୍ତକ୍ଷେପ କରି ଶୀଘ୍ର ନ୍ୟାୟ ପ୍ରଦାନ କରିବା ଏବଂ ରାଜ୍ୟ ସାରା ଓକିଲମାନଙ୍କ ସୁରକ୍ଷା ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ ।

0
0
0
s2sdefault