ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତୀୟ କପା ନିଗମ ଲିମିଟେଡ଼ ଓ ନିୟନ୍ତ୍ରିତ ବଜାର କମିଟି ପାରଳାଖେମୁଣ୍ଡି ପକ୍ଷରୁ ଆଜି (ବୁଧବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କପା ଚାଷୀଙ୍କ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଚଳିତ କପା ବର୍ଷ ୨୦୨୫-୨୬ ଏମଏସପି ଅନୁଯାୟୀ କପା ବିକ୍ରି କରିବାକୁ ଗୁଗୁଲ ପ୍ଲେଷ୍ଟୋଟ ଏବଂ ଆପଲ ଆଇଓଏସ ପୋଷ୍ଟରେ ଉପଲବ୍ଧ ମୋବାଇଲ୍ ଆପ୍ କପାସ କିଷାନ ମାଧ୍ଯମରେ ଚାଷୀ ମାନେ ନିଜ ନାମ ପଞ୍ଜିକରଣ କରିପାରିବେ। ପଞ୍ଜୀକରଣ କରିବାର ଶେଷ ତାରିଖ ୩୧ ଅକ୍ଟୋବର ୨୦୨୫ ।
ଏହି ପ୍ରଚାର ରଥ ଜିଲ୍ଲାର ସମସ୍ତ ବ୍ଲକରେ ପ୍ରଚାର ପ୍ରସାର କରାଯିବ। ଏଣୁ ସମସ୍ତ ଚାଷୀ ଭାଇ ମାନଙ୍କୁ ଅନୁରୋଧ ପଞ୍ଜିକରଣ ପାଇଁ ଇଛୁକ ଚାଷୀମାନେ ସେମାନଙ୍କ ପଞ୍ଜିକରଣ କରିବା ନିମନ୍ତେ ନିଜ କାଗଜପତ୍ର ଯଥା ଜମି ରେକର୍ଡ , ରାଜସ୍ବ କର୍ତ୍ତୃପକ୍ଷଙ୍କ ଦ୍ୱାରା ଯଥାର୍ଥ ପ୍ରମାଣିତ କପା ଫସଲର ରେକର୍ଡ , ଆଧାର କାର୍ଡ , ନିଜ ଫୋଟ ସହିତ ସମୟସୀମା ମଧ୍ୟରେ ପଞ୍ଜୀକରଣ କରିବାକୁ ଅନୁରୋଧ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଏମ. ପ୍ରକାଶ ରାଓ , ଶ୍ରୀ ରେବତୀ ମୋହନ ରାଉତ , ସମ୍ପାଦକ , ନିୟନ୍ତ୍ରିତ ବଜାର କମିଟି ପାରଳାଖେମୁଣ୍ଡି ସମେତ ନିୟନ୍ତ୍ରିତ ବଜାର କମିଟି ଓ ଜିଲ୍ଲା କୃଷି ବିଭାଗୀୟର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟ
କପା ଚାଷୀଙ୍କ ପଞ୍ଜୀକରଣ ପ୍ରଚାର ରଥ ଶୁଭାରମ୍ଭ
- Hits: 9