ଝାରବନ୍ଧ:ପାଇକମାଲ/ମନୋହର ଦାଶ ସାରା ରାଜ୍ୟରେ ବର୍ତ୍ତମାନ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ସରି ନ ଥିବା ବେଲେ ଝାରବନ୍ଧ ବନ ବିଭାଗ ଅଧିନ କୁର୍ଲୁପାଲି ଭଣ୍ଡାରପୁରୀ ମଧ୍ୟରେ ଥିବା ସଂରକ୍ଷିତ ଜଙ୍ଗଲରୁ କୁର୍ଲୁପାଲି ସରପଞ୍ଚ ଙ୍କ ସ୍ୱାମୀ ତଥା ପୂର୍ବତନ ସରପଞ୍ଚ ତୁକରାମ ପଟେଲ ବେଆଇନ ଭାବେ ଗଛ କାଟି ନଷ୍ଟ କରିଥିବାର ଅଭିଯୋଗ ହୋଇଛି । ଏ ଘଟଣା କୁ ନେଇ ଜଙ୍ଗଲ ସୁରକ୍ଷା କମିଟି ତଥା ଗ୍ରାମବାସୀ ବନ ବିଭାଗ, ଜିଲ୍ଲା ପ୍ରଶାସନ ଙ୍କୁ ଅଭିଯୋଗ କଲାପରେ ମଧ୍ୟ କୌଣସି ସଂନ୍ତୋଷଜନକ କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବାରୁ ଆଜି ପାଇକମାଲ ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ରେ ବସିଥିଲେ । ପ୍ରାପ୍ତ ସୂଚନାଅନୁଯାୟୀ ପୂର୍ବତନ ସରପଞ୍ଚ ତୁକରାମ ପଟେଲ ଗ୍ରାମ୍ୟ କମିଟି ତଥା ଜଙ୍ଗଲ ସୁରକ୍ଷା କମିଟି କୁ ବେଖାତିର କରି ବେଆଇନ ଭାବେ ଶହ ଶହ ଗଛ କାଟି ନେଇଛନ୍ତି । ଜଙ୍ଗଲ ବିଭାଗ ର କୌଣସି ନୀତି ନିୟମ କୁ ଭୟ ନ କରି ଏପରି କାଣ୍ଡ କରିଥିବାର ଧାରଣକାରୀ କହିଛନ୍ତି । ଅନ୍ୟପଟେ ବନ ବିଭାଗ ଗଛ କଟା କୁ ନେଇ ହାରାହାରି ଦୁଇ ମାସ ବିତି ଯାଇଥିଲେ ସୁଦ୍ଧା ଜଙ୍ଗଲରେ କଟିଥିବା ସମସ୍ତ ଗଛ , ଗଛକୁ ଅଣାଯାଇଥିବା ଯାନକୁ ଜବତ ନ କରିବା ଏବଂ କ୍ଷମତାଶାଳୀ ବ୍ୟକ୍ତି ବୋଲି ତୁକରାମ ପଟେଲଙ୍କୁ ଛାଡ଼ି ଦେଇଥିବାରୁ ବନ ବିଭାଗପ୍ରତି ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି ।
ଏହି ଗଣଧାରଣା ରେ କୁର୍ଲୁପାଲି ଗ୍ରାମର ହୃଦାନନ୍ଦ ପଟେଲ, ଭରତ ମହାନନ୍ଦ, କେଶବ ସାହୁ , ସୁରେଶ ସାହୁ, ଶ୍ୟାମଲାଲ ବାରିକ, ଗୋବର୍ଦ୍ଧନ ପ୍ରଧାନ ଙ୍କ ସହିତ ଶତାଧିକ ମହିଳା ପୁରୁଷ ଗଣଧାରଣା ରେ ବସିଥିଲେ । ଏହାକୁ ସମର୍ଥନ କରି ଝାରବନ୍ଧ ପୁର୍ବତନ ବ୍ଲକ ଅଧ୍ୟକ୍ଷ ବିଜୟକେତନ ପ୍ରଧାନ ସମର୍ଥନ ଜଣାଇ ଧାରଣା ରେ ବସିଥିଲେ। ଧାରଣା ସ୍ଥଳକୁ ପାଇକମାଲ ରେଞ୍ଜର ହୃଦାନନ୍ଦ ମିଶ୍ର ଆସି ଧରଣାକାରୀଙ୍କ ସହ ଆଲୋଚନା କରି ପ୍ରାଥମିକ ତଦନ୍ତ ସରିଛି, ୮୦ ଗୋଟି ଗଛ ଜବତ କରାଯାଇଛି, ବନ ବିଭାଗର ଆଇନ ଅନୁଯାୟୀ ପ୍ରାଥମିକ ତଦନ୍ତ ପ୍ରକ୍ରିୟା ଜାରି ରହିଛି । ଚଳିତ ଅକ୍ଟୋବର ୧୦ ତାରିଖ ଦିନ ଧାରଣାକାରୀଙ୍କ ଅଭିଯୋଗ ମୁତାବକ ଏକ ସ୍ୱତନ୍ତ୍ର ଟିମ ଗଛ କଟାଯାଇଥିବା ସଂରକ୍ଷିତ ଜଙ୍ଗଲ କୁ ଯାଇ ତଦନ୍ତ କରାଯାଇ ଆଇନ ଅନୁଯାଇ ଦୋଷୀ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲିଖିତ ପ୍ରତିଶୃତି ପରେ ଧାରଣାରୁ ଉଠିଥିଲେ ।
ରାଜ୍ୟ
ରିଜର୍ଭ ଜଙ୍ଗଲ ରୁ କଟିଲା ଶହ ଶହ ଗଛ - ରେଞ୍ଜ ଅଫିସ ଧାରଣା ଦେଲେ ଗ୍ରାମବାସୀ
- Hits: 105











