ଗୁଣପୁର ରେ ବିଜେପି ପକ୍ଷରୁ ଜି: ଏସ:ଟି ହ୍ରାସ ନେଇ ସାମ୍ବାଦିକ ସମ୍ମିଳନୀ ।

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର ,ଆଜି ରାୟଗଡ଼ା ଜିଲ୍ଲା ଗୁଣପୁର ବିଜେପି ପକ୍ଷରୁ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ପ୍ରଧାନ ମନ୍ତ୍ରୀ ମୋଦି ଙ୍କ ନେତୃତ୍ବ ରେ ହୋଇଥିବା ଜି: ଏସ:ଟି ହ୍ରାସ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଥିଲା । ରାମନା ଗୁଡ଼ା ବ୍ଲକ ଅଧ୍ୟକ୍ଷ ତଥା ବିଜେପି ର ସଂଯୋଜକ ରବି ଶଙ୍କର ଗମାଙ୍ଗ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି ସାମ୍ବାଦିକ ସମ୍ମିଳନୀ ରେ କେନ୍ଦ୍ରର ବିଜେପି ସରକାର ପୁର୍ବରୁ ଥିବା ଜି: ଏସ :ଟି ହ୍ରାସ କରିଥିବାରୁ ଭାରତ ଓ ରାଜ୍ୟରେ ବଢ଼ିବ ଲୋକଙ୍କ ଆର୍ଥିକ ବିକାଶ ବୋଲି ବରିଷ୍ଠ ବିଜେପି ନେତା ୱାଇ : ଗଣପତି, କହିଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପୂର୍ବତନ ମହିଳା ମୋର୍ଚ୍ଚା ସମ୍ପାଦିକା ରଞ୍ଜିତା କରଡା ଓ ଜିଲ୍ଲା ମୁଖ୍ୟ ଜି : ଏସ ଟି କୋଡିନେଟର ପୃଥିବୀରାଜ ଧନପତି ଯୋଗ ଦେଇ ଜିଏସ୍‌ଟି ହ୍ରାସ ଯୋଗୁଁ ଦେଶ ରେ ସାଧାରଣ ଲୋକ ଙ୍କ ପାଇଁ ସଞ୍ଚୟ ଉତ୍ସବ ଆରମ୍ଭ ହୋଇଛି । ଏହା ଦ୍ବାରା ଲୋକଙ୍କ ବୃଦ୍ଧି ପାଇବ ସଞ୍ଚୟ । ସମାଜର ପ୍ରତି ବର୍ଗ ହେବେ ଉପକୃତ ।ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ଆତ୍ମନିର୍ଭର ପଥ ଜରୁରୀ । ସ୍ବଦେଶୀ ସାମଗ୍ରୀ ବିକ୍ରି କରିବାକୁ ଦୋକାନୀ, ବ୍ୟବସାୟୀଙ୍କୁ ଆହ୍ୱାନ ଦେବା ସହ ଏହା ଆତ୍ମନିର୍ଭର ଭାରତ ଅଭିଯାନକୁ ଗତିଶୀଳ କରି ପରବର୍ତ୍ତୀ ପିଢ଼ି ର ଆର୍ଥିକ ସଂସ୍କାର ଆଣିବା ଏହାର ଲକ୍ଷ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଜେପି ର ଅମର ସାହୁ ଶ୍ରୀନିବାସ ସ୍ୱାଇଁ,ଜଗଦୀଶ ପାତ୍ର,ମୁଖି ଦିବାକର, କିରଣ ପାଣିଗ୍ରାହୀ,ମନୋରଞ୍ଜନ ପାଢ଼ୀ, ସତ୍ୟ ସୁନ୍ଦର କର, ଅମିତ ଷଡ଼ଙ୍ଗୀ ,ସନ୍ତୋଷ ପାଣିଗ୍ରାହୀ, ପ୍ରଦୀପ ପାଢ଼ୀ.ସୂର୍ଯ୍ୟ ନାରାୟଣ ପଟନାୟକ,କେ ରବି କୁମାର,ରିତମ ପାତ୍ର,ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।

0
0
0
s2sdefault