ରାଷ୍ଟ୍ରୀୟ ସେବା ଯୋଜନା ଦିବସ ପାଳିତ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଓଡ଼ଗାଁ,୨୪।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟରେ "ରାଷ୍ଟ୍ରୀୟ ସେବା ଯୋଜନା ଦିବସ" ମହା ସମାରୋହରେ ପାଳିତ ହୋଇଯାଇଛି । "ମାନବ ସେବା ହିଁ ମାଧବ ସେବା" ସମ୍ପର୍କିତ ଆଲୋଚନା ହେବା ସହିତ ବୃକ୍ଷ ରୋପଣ, ସଡ଼କ ସୁରକ୍ଷା, ନିଶା ନିବାରଣ, ସାଇବର ଅପରାଧ, ରକ୍ତ ଦାନ, ଯୁବ ଶକ୍ତି ଇତ୍ୟାଦି ସଂପର୍କରେ ଆଲୋଚନା କରାଯାଇଥିଲା । ମହାବିଦ୍ୟାଳୟର ୧୫୦ରୁ ଉର୍ଦ୍ଧ୍ବ ସ୍ଵେଚ୍ଛାସେବୀ ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରି ନିଜସ୍ଵ ମତ ଉପସ୍ଥାପନ କରିଥିଲେ। ଅଧ୍ୟକ୍ଷ ରାଜକିଶୋର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମଧୁବାବୁ ଓ ଗୋପବନ୍ଧୁଙ୍କ ଜୀବନ ଚିତ୍ରକୁ ଉଦାହରଣ ଭାବେ ଗ୍ରହଣ କରି ସମାଜ ସେବାରେ ବ୍ରତୀ ହେବାକୁ ପ୍ରେରଣା ଦେଇଥିବା ବେଳେ ଉପସ୍ଥିତ ଅତିଥି ମାନେ ସେବା ଯୋଜନା ସମ୍ପର୍କରେ ଅନେକ ଉପାଦେୟ ବାର୍ତ୍ତା ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷା ବିଭାଗ ମୁଖ୍ୟ ପ୍ରଦୀପ୍ତ କୁମାର ବିଶ୍ବାଳ, ନୟାଗଡ଼ ଜିଲ୍ଲା ରାଷ୍ଟ୍ରୀୟ ସେବା ଯୋଜନା ସଂୟୋଜକ ଡ଼ଃ ଚିତ୍ତରଞ୍ଜନ ଦାସ, ରାଷ୍ଟ୍ରୀୟ ସେବା ଯୋଜନା ସଂୟୋଜକ ଅରୂପାନନ୍ଦ ରାଉତ ସଭାର ଆଭିମୁଖ୍ୟ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଛାତ୍ରୀ ବିଭାଗ ରାଷ୍ଟ୍ରୀୟ ସେବା ଯୋଜନା ସଂଯୋଜିକା ବିଜୟଲକ୍ଷ୍ମୀ କହଁର ଧନ୍ୟବାଦ ଅର୍ପଣ କରିଥିଲେ । ଜିତେନ୍ଦ୍ର କୁମାର ସାହୁ ଓ ସୁନିଲ କୁମାର ପଲେଇ ପରିଚାଳନାରେ ସହଯୋଗ କରିଥିଲେ।

0
0
0
s2sdefault