ସ୍କୁଟି ଡିକି ଭାଙ୍ଗି ୩ ଲକ୍ଷ ଟଙ୍କା ଲୁଟ ଘଟଣା, ଜଣେ ଗିରଫ, ଜଣେ ଫେରାର, ୨ ଲକ୍ଷ ଟଙ୍କା ସହ ବାଇକ ଜବତ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର,୨୪/୯()- ସ୍କୁଟି ଡିକି ଭାଙ୍ଗି ତିନି ଲକ୍ଷ ଟଙ୍କା ଲୁଟ ଅଭିଯୋଗ ରେ ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳରୁ ଜଣଙ୍କୁ ଗିରଫ କରିଲା ରାୟଗଡା ଜିଲ୍ଲା ଗୁଣପୁର ପୋଲିସ l ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅଞ୍ଚଳର ଏ. ଆଜାନା ରାଓ (୩୩) l ଏଥି ସହ ଗୋଟିଏ ବାଇକ୍ ଜବତ ସହ ୨ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଛି l ଗତ ୯ ତାରିଖ ରେ ଗୁଣପୁର ର ଜୈନକ ବ୍ୟକ୍ତି ରମାକାନ୍ତ ମହାପାତ୍ର ଇଣ୍ଡିଆନ୍ ବ୍ଯାଙ୍କ ରୁ ସୁନା ବନ୍ଧକ ଦେଇ ତିନି ଲକ୍ଷ ଟଙ୍କା ଲୋନ୍ ଆଣିଥିଲେ l ବ୍ୟାଙ୍କ୍ ରୁ ଟଙ୍କା ଉଠାଇ ସ୍କୁଟି ଡିକି ରେ ରଖିଥିଲେ l ବାଟରେ କିଛି ଆବଶ୍ୟକ ଜିନିଷ କିଣିବା ପାଇଁ ବେବର୍ତ୍ତା ସାହି ଛକ ରେ ଓହ୍ଲାଇ ଥିଲେ | ଜିନିଷ କିଣି ଆସିବା ବେଳକୁ ସ୍କୁଟି ଡିକି ଭାଙ୍ଗି ତିନି ଲକ୍ଷ ଟଙ୍କା କେହି ଲୁଟି ଦେଇଥିବା ଜାଣିବାକୁ ପାଇଥିଲେ l ଏହା ପରେ ସେ ଏନେଇ ଗୁଣପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ l ପୋଲିସ ସହର ର ବିଭିନ୍ନ ସ୍ଥାନରେ ଥିବା ସିସିଟିଭି ଫୁଟେଜ ଯାଂଚ କରି ବିଭିନ୍ନ ଥାନା କୁ ଖବର ଦେଇଥିଲା | ଲୁଟ ର 15 ଦିନ ପରେ ଜଣଙ୍କୁ ଗିରଫ କରିବା ସହ ତା ପାଖରୁ ଦୁଇ ଲକ୍ଷ ଟଙ୍କା ଉଦ୍ଧାର କରାଯାଇ ବୁଧବାର କୋର୍ଟ ଚାଲାଣ କରାଯାଇଥିବା ଆଇ ଆଇ ସି କେ କେ ବି କେ କହଁର ସୂଚନା ପ୍ରଦାନ କରିଛନ୍ତି l ଉଦ୍ଧାର କରାଯାଇଥିବା ଟଙ୍କା ଲୁଟ ର ଶିକାର ହୋଇଥିବା ରମାକାନ୍ତ ମହାପାତ୍ର ଙ୍କୁ ଥାନା ରେ ହସ୍ତାନ୍ତର କରାଯାଇଥିଲା l ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି ପୋଲିସ ପକ୍ଷରୁ କୁହାଯାଇଛି l ପୂର୍ବରୁ ମଧ୍ୟ ସହରର ଅନେକ ଲୋକଙ୍କ ଡିକି ଭାଙ୍ଗି ଟଙ୍କା ଲୁଟ ହୋଇଥିବା ଅଭିଯୋଗ ରହିଛି l ପୋଲିସ ଅଭିଯୁକ୍ତ କୁ ରିମାଇଣ୍ଡ ରେ ଆଣି ପଚରା ଉଚରା କଲେ ଅନେକ ଘଟଣା ର ପର୍ଦ୍ଧାଫାଶ ହୋଇ ପାରିବ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି l ପୋଲିସ ଏହି ପ୍ରସଙ୍ଗ ରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ଦାବୀ ହୋଇଛି l

0
0
0
s2sdefault