ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ର ଗୋବରା ଗ୍ରାମରେ ବର୍ଷ ସାରା ବିଭିନ୍ନ ପର୍ବପର୍ବାଣୀ ପାଳିତ ହେଉଥିବା ବେକେ ଦଣ୍ଡଯାତ୍ରା, ଗଣେଶ ପୂଜା,ଗଜଲକ୍ଷ୍ମୀ ପୂଜା ଏବଂ ଶ୍ୟାମାକାଳୀ ପୂଜା ଧୁମଧାମରେ ପାଳିତ ହୋଇଥାଏ I ଏହି ପ୍ରରିପ୍ରେକ୍ଷୀରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗୋବରା ମୁଖ୍ୟ ସଡ଼କରେ ଆସନ୍ତା କୁମାର ପୂର୍ଣ୍ଣମୀ ତିଥିରେ ଅନୁଷ୍ଠିତ ହେବ ମାଆ ଗଜଲକ୍ଷ୍ମୀଙ୍କ ପୂଜା ଉତ୍ସବ I ଏନେଇ ଆଜି ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି I ଏହି ଅବସରରେ ଗୋବରା ମୁଖ୍ୟ ପଡକ ଏବଂ ଗୋବରା ଗ୍ରାମରେ ନଗର ପରିକ୍ରମା ଅନୁଷ୍ଠିତ ହୋଇଥିଲା I ପାରମ୍ପରିକ ଘଣ୍ଟ,ମୃଦଙ୍ଗ,ଶିଙ୍ଗ ବାଜା ବାଜଣାରେ ନଗର ପରିକ୍ରମା ଅନୁଷ୍ଠିତ ହୋଇଥିବା ବେଳେ ହରିବୋଲ, ହୁଳୁହୁଳି ଶବ୍ଦରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା I କାର୍ଯ୍ୟକ୍ରମରେ ଗୋବରା ଗ୍ରାମବାସୀଙ୍କ ସମେତ ବ୍ୟବସାୟୀ ସଂଘ, ଯୁବକ ସଂଘ ପ୍ରମୁଖ ସହଯୋଗ କରିଥିଲେ I
ରାଜ୍ୟ
ଗୋବରାରେ ଗଜଲକ୍ଷ୍ମୀ ପୂଜା ପାଇଁଶୁଭଖୁଣ୍ଟି ସ୍ଥାପନ
- Hits: 38











