ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ବହୁ ପୁରାତନ, ଐତିହାସିକ, ଦିବ୍ୟ ଭାବଧାରା ଆଲୈ।କିକ ଆଶ୍ଚର୍ଯ୍ୟ ରେ ଭରା ଓ ଲଷ ଲକ୍ଷ ଜନସାଧାରଣ ଙ୍କ ଆଧ୍ୟାତ୍ମିକ ଭାବଧାରାରେ ଜଡ଼ିତ, ଓଡ଼ିଶା ସରକାରଙ୍କ ଦେବୋତ୍ତର ବିଭାଗ ଅଧୀନରେ ଥିବା ଅବିକଳ ଦ୍ଵିତୀୟ ଶ୍ରୀକ୍ଷେତ୍ର କୁଲାଡ ଗ୍ରାମର ଶ୍ରୀଜଗନ୍ନାଥ ମନ୍ଦିର ର ନୂତନ ପରିଚାଳନା କମିଟି ଗଠନ। ଦୀର୍ଘ ଦିନ ପରେ ପ୍ରଥମଥର ପାଇଁ ଆଜି ସେପ୍ଟେମ୍ବର ୨୪ ବୁଧବାର ୨୦୨୫ ଦିନ ଗଞ୍ଜାମ ଜିଲ୍ଲା ଭଞ୍ଜଭୂମି କୁଲାଡ ଗ୍ରାମର ଶ୍ରୀଜଗନ୍ନାଥ ମନ୍ଦିର ଉନ୍ନତି ନିମନ୍ତେ ନୂତନ ପରିଚାଳନା କମିଟି ଗଠନ ହୋଇଛି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ଜନ୍ମ ଭୂମି କୁଲାଡ ଗ୍ରାମର ଶ୍ରୀଜଗନ୍ନାଥ ମନ୍ଦିର ବହୁ ପୁରାତନ ଓ ଏହା ଓଡ଼ିଶା ରାଜ୍ୟ ଦେବୋତ୍ତର ବିଭାଗ ଅଧୀନରେ ପରିଚାଳିତ ଥିବାରୁ, ମନ୍ଦିର ପ୍ରଶାସନ ତରଫରୁ ସଭାପତି ରୁପେ ସ୍ଥାନୀୟ ଉପଜିଲ୍ଲାପାଳ, ଉପସଭାପତି ରୁପେ ତହସିଲଦାର, ଅତିରିକ୍ତ ତହସିଲଦାର ସଦସ୍ୟ ରୁପେ ଓ ସ୍ଥାନୀୟ ଆର୍.ଆଇ ଉଭୟ କମିଟିର ଆବାହକ ରୁପେ କାର୍ଯ୍ୟଭାର ତୁଲାଇଥାନ୍ତି।
କୁଲାଡ ଶ୍ରୀଜଗନ୍ନାଥ ମନ୍ଦିରର ଅବସ୍ଥିତ ର ପରିସିମା ଆକାର ଓ ଏହି ମନ୍ଦିର ନିର୍ମାଣ ଶୈଳୀ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ଶୈଳୀ ସହିତ କେତେକ ସାମଞ୍ଜସ୍ୟ ଥିବାରୁ, ଏହାକୁ ଅବିକଳ ଦୁତୀୟ ଶ୍ରୀକ୍ଷେତ୍ର ମଧ୍ୟ କୁହାଯାଏ। ଏବଂ ସମଗ୍ର ଘୁମୁସର ଅଞ୍ଚଳର ଅନେକ ସ୍ଥାନରେ ଏହି ମନ୍ଦିର ର ଅନେକ ଭୂସମ୍ପତ୍ତି ଅଛି, ଯାହା ସରକାରୀ କାଗଜ ପତ୍ର ରେ ମଧ୍ୟ ଉଲ୍ଲେଖ ଅଛି। ତେଣୁ ଉକ୍ତ ମନ୍ଦିର ର ସ୍ୱାତନ୍ତ୍ର୍ୟତା ଓ ଏହାର ୧୨ ମାସରେ ୧୩ ପର୍ବ ପର୍ବାଣୀ ହେଉଥିବା ଦୃଷ୍ଟିରୁ ଏହାର ସୁପରିଚାଳନା ନିମିତ୍ତ ଏକ ସ୍ଥାନୀୟ କମିଟି ର ଆବଶ୍ୟକତା ଅନେକ ଦିନରୁ ଥିଲା। ଯେଉଁ କମିଟି ଦେବୋତ୍ତର ବିଭାଗ ପ୍ରଶାସନିକ ଅଧିକାରୀ ଙ୍କ ସହିତ ମିଶି ଅନେକ କାର୍ଯ୍ୟକୁ ଭବ୍ୟ ଓ ସୁଗମ ଭାବରେ ପରିଚାଳିତ କରିପାରିବ। ସେଥିନିମିତ୍ତ ଭଞ୍ଜନଗର ତହସିଲଦାରଙ୍କ ପୂର୍ବ ସୂଚନା ପ୍ରକାରେ ଆଜି ବୁଧବାର ଦିନ ସ୍ଥାନୀୟ ତହସିଲଦାରଙ୍କ କାର୍ଯ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ କୁଲାଡ ଗ୍ରାମର ଅନେକ ବିଜ୍ଞ ଅଭିଜ୍ଞ ବୁଦ୍ଧିଜୀବୀ ଜନସାଧାରଣ ଙ୍କ ସହିତ ଅନେକ ଧାର୍ମିକ ଜନସାଧାରଣ ଉପସ୍ଥିତ ଥିଲେ। ଏଥିରେ ସ୍ଥାନୀୟ ତହସିଲଦାର ଅଭିପ୍ସା ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଅବିନାଶ ମାହାର,ଅନ୍ୟ ଏକ ଅତିରିକ୍ତ ତହସିଲଦାର କାର୍ତ୍ତିକ ଦୋରା ଉପସ୍ଥିତ ଥିଲେ। ଏହା ସହିତ ଜୁନିଅର କ୍ଳର୍କ ନିରଞ୍ଜନ ପଟ୍ଟନାୟକ, ଅନ୍ୟଏକ ପ୍ରିୟ ରଞ୍ଜନ ଓଡିଆ, ରେଭ୍ୟୁନୁ ସୁପରଭାଇଜର୍ ପ୍ରଦିପ କୁମାର ସ୍ଵାଇଁ, ଏନ୍ୟ ଏକ ତ୍ରିଲୋଚନ ନାୟକ ଓ ଆର୍.ଆଇ ଭଗବାନ୍ ବେହେରା ସଂପୂର୍ଣ୍ଣ ସହଯୋଗ କରିଥିଲେ।
ବୈଠକ ରେ ଉପସ୍ଥିତ ସମସ୍ତ ସମ୍ମାନନୀୟ ଜନସାଧାରଣ ଓ ପ୍ରଶାସନିକ ଅଧିକାରୀ ଙ୍କ ସହଯୋଗ ରେ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ର ନୂତନ ପରିଚାଳନା କମିଟି ପାଇଁ, ପ୍ରଥମେ ଉପସ୍ଥିତ ଜନସାଧାରଣଙ୍କ ସହମତି କ୍ରମେ ୧୫ ଜଣ ସଦସ୍ୟ ଙ୍କୁ ନେଇ କମିଟି ସ୍ଥିର ହେଲା ପରେ , ସେଥିରୁ ମୂଖ୍ୟ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏହା ପୂର୍ବରୁ ପ୍ରଶାସନ ତରଫରୁ କେତେକ ସର୍ତ୍ତ ଯଥା - ଯେଉଁ ମାନେ ପରିଚାଳନା କମିଟି ର ସଦସ୍ୟ ରହିବେ ସେମାନେ ମନ୍ଦିର ଭିତରକୁ କୈ।ଣସି ମାଦକ ଦ୍ରବ୍ୟ ସେବନ କରି ଯିବେ ନାହିଁ, ସେମାନଙ୍କ ନାମରେ ମାଲି ମକଦ୍ଦମା ନଥିବ, ସେମାନେ ମନ୍ଦିର ସମ୍ପତ୍ତି କୁ ଅକ୍ତିଆର କରିନଥିବେ , ଏପରି କେତେକ ସର୍ତ୍ତ ରଖାଯାଇଥିବା ଉଲ୍ଲେଖନୀୟ। ମୁଖ୍ୟ ଉପଦେଷ୍ଟା ଦୁଇଜଣ ଙ୍କୁ ବାଦ୍ ଦେଇ ୧୫ ଜଣିଆ କମିଟି ସଦସ୍ୟ ଙ୍କ ମଧ୍ୟରୁ ସଭାପତି ରୁପେ ବ୍ରହ୍ମାନନ୍ଦ ଦାସ ( ପିତା,ହରିହର ଦାସ) ଉପସଭାପତି ରୁପେ ଚିତ୍ତରଞ୍ଜନ ନାୟକ ( ପିତା, ରାମକୃଷ୍ଣ ନାୟକ) ସମ୍ପାଦକ ସଞ୍ଜୟ ପ୍ରଧାନ ( ପିତା, ଉଦୟନାଥ ପ୍ରଧାନ) ସହ ସମ୍ପାଦକ ଲକ୍ଷ୍ମୀକାନ୍ତ ସୁବୁଦ୍ଧି,( ପିତା, ରାମ ମୂର୍ତ୍ତି ସୁବୁଦ୍ଧି) କୋଷାଧ୍ୟକ୍ଷ କେ. ନିଳ ମାଧବ ପାତ୍ର, ( ପିତା, କେ. ହରୀକୃଷ୍ଣ ଚୈ।ଧୁରି) ଙ୍କୁ ଚୟନ କରାଯାଇଥିଲା। ଏବଂ ବିଶିଷ୍ଟ ସମାଜସେବୀ ତଥା ବିଶ୍ବହିନ୍ଦୁ ପରିଷଦର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୁରଲୀଧର ପଣ୍ଡା ଓ ବରିଷ୍ଠ ଆଇନଜୀବୀ ସୁଧିର ଦାସ ଙ୍କୁ ନୁତନ ପରିଚାଳନା କମିଟି ର ଉପଦେଷ୍ଟା ରୁପେ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା। ସୁଚନା ଯୋଗ୍ୟ ଯେ, ଉଭୟ କମିଟି କୁ ନେଇ ଆଗାମୀ ଦିନରେ ମନ୍ଦିର ର ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନିଆଯିବ।
ରାଜ୍ୟ
କୁଲାଡ ଶ୍ରୀଜଗନ୍ନାଥ ମନ୍ଦିରର ସ୍ଥାୟୀ ନୂତନ ପରିଚାଳନା କମିଟି ଗଠନ
- Hits: 390











