ହେଡଲାଇନସ୍:

ତାପଜ କେନ୍ଦ୍ରରୁ ବାହାରୁଛି ୪୬ ନିୟୁତ ଟନ୍‍ ପାଉଁଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ୨୩/୦୯/୨୦୨୫ : ରାଜ୍ୟରେ ଥିବା ୪୫ଟି ବୃହତ୍ତ ତାପଜ ବିଦୁ୍ୟତ୍‍ କେନ୍ଦ୍ରରୁ ଗତ ଆର୍ଥିକ ବର୍ଷରେ ପ୍ରାୟ ୪୬ ନିୟୁତ୍‍ ଟନ୍‍ ପାଉଁଶ ବାହାରିଛି । ଏହାକୁ ଇଟା ତିଆରି କାରଖାନା ସହିତ ସିମେଣ୍ଟ କାରଖାନା, କଂକ୍ରିଟରେ ମିଶାଇବା, ଆଜବେଷ୍ଟସ ନିର୍ମାଣ, ବନ୍ଧ ଓ ରାସ୍ତା କାମରେ ଲଗାଯାଉଛି ।
ତାପଜ କେନ୍ଦ୍ରର ପାଉଁଶ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି ଯେ ତାପଜ କେନ୍ଦ୍ରରୁ ବାହାରୁଥିବା ପାଉଁଶର ସର୍ବାଧିକ ଉପଯୋଗ ନିମନ୍ତେ କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ୟଣାଳୟ ଦବାରା ୨୦୨୧ରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ର ବୋର୍ଡ ୨୦୧୭ ମସିହାରେ ଖାଲୁଆ ଅଞ୍ଚଳ ପୂରଣ ଏବଂ ପରିତ୍ୟକ୍ତ ଖଣି ଗର୍ତ୍ତ ପୂରଣ ପାଇଁ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି ।
ସେହିପରି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ୨୦୧୯ ମସିହାରେ ଅନରୂପ ମାଗଦର୍ଶିକା ଜାରି କରିଛନ୍ତି । ଇତି ମଧ୍ୟରେ ରାଜ୍ୟ ପ୍ରଦୂଷଣ ବୋର୍ଡ ପାଉଁଶକୁ ଜାତୀୟ ରାଜପଥ ସଡକ ନିର୍ମାଣରେ ବିନିଯୋଗ ପାଇଁ ଏକ ୱେବସାଇଟ୍‍ ଉନ୍ମୋଚନ କରିଛନ୍ତି । ଏହାଛଡା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ପାଉଁଶକୁ ପରିତ୍ୟକ୍ତ ପଥର ଖାଦାନ ଗର୍ତ୍ତ ପୂରଣ ପାଇଁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରଣୟନ କରିଛନ୍ତି ।

0
0
0
s2sdefault