ହେଡଲାଇନସ୍:

ତିନି ବର୍ଷରେ ରାଜ୍ୟରେ ୧୦୧ ଶିଶୁଶ୍ରମିକ ଉଦ୍ଧାର ହୋଇଛନ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ୨୩/୦୯/୨୦୨୫ : ବିଗତ ତିନି ବର୍ଷ ଅର୍ଥାତ୍‍ ୨୦୨୨-୨୩ ରୁ ୨୦୨୪-୨୫ ମଧ୍ୟରେ ରାଜ୍ୟରେ ୧୦୧ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଏହିସବୁ ଶିଶୁଙ୍କୁ ଶ୍ରମିକଭାବେ କାର୍ଯ୍ୟରେ ଲଗାଇଥିବା ନିଯୁକ୍ତିଦାତାମାନଙ୍କ ବିରୁଦ୍ଧରେ ବିଭିନ୍ନ ଅଦାଲତରେ ୧୧୬ଟି ମୋକଦ୍ଧମା ଦାୟର କରାଯାଇଛି ।
ଶିଶୁଶ୍ରମିକମାନଙ୍କ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ସର୍ବଶେଷ ଶିଶୁ ଶ୍ରମିକ ଗଣନା ୧୯୯୭ ମସିହାରେ କରାଯାଇଥିଲା । ସେହି ସମୟରେ ରାଜ୍ୟରେ ୨,୧୫,୨୨୨ ଜଣ ଶିଶୁ ଶ୍ରମିକ ଚିହ୍ନଟ ହୋଇଥିଲେ ।
ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଓ ଅଭିଯୋଗ ଏବଂ ଶ୍ରମ ଅଧିକାରୀମାନଙ୍କ ଦ୍ୱାରା ନିରୀକ୍ଷଣ ଆଧାରରେ ମଧ୍ୟ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର କାର୍ଯ୍ୟ କରାଯାଇଥାଏ । ୨୦୧୭ ମସିହା ପରଠାର ରାଜ୍ୟର ଶିଶୁ ଶ୍ରମିକ ଗଣନା କାର୍ଯ୍ୟ କରାଯାଇନଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ।

0
0
0
s2sdefault