ପଦ୍ମପୁର :- ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟରେ ସରକାରଙ୍କ “ମାଁ ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଅନ୍ତର୍ଗତ ଯୁବ ରେଡକ୍ରସ ଶାଖା ଆନୁକୁଲ୍ୟରେ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ରାଣୀ ନାଥଙ୍କ ତତ୍ତ୍ବାବଧାନରେ ସାମୂହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦଦ୍ୟାଳୟ ପରିସର, ନିର୍ମାଣଧୀନ ଥିବା ଛାତ୍ରୀନିବାସ ପରିସର ଏବଂ ମହାବିଦ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତାର ଦୁଇ ପାର୍ଶ୍ଵରେ ଅଶୋକ, ଅଁଳା, ପିଜୁଳି, ଓଉ , ଲିଚୁ, ପଣସ, ଜାମୁକୋଳି, ବଉଳ, କୃଷ୍ଣଚୂଡ଼ା, ରାଧାଚୂଡ଼ା ଆଦି ଅନେକ ପ୍ରକାରର ୧୧୦ ଟି ବୃକ୍ଷରୋପଣ କରାଗଲା ଏବଂ ୫୦ ଟି ଚାରା ଛାତ୍ରୀ ଏବଂ ମହାବିଦ୍ୟାଳର କର୍ମଚାରୀମାନଙ୍କୁ ବଣ୍ଟନ କରାଗଲା । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଅଧ୍ୟାପକ, କର୍ମଚାରୀ ବୃନ୍ଦ ଏବଂ ଅନେକ ସଂଖ୍ୟକ ଛାତ୍ରୀ ଉତ୍ସାହର ସହିତ ଯୋଗଦାନ କରିଥିଲେ ।
ରାଜ୍ୟ
ମହିଳା ସ୍ନାତକ ମହାବିଦ୍ୟାଳୟରେ “ମାଁ’ ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ।
- Hits: 5