ହେଡଲାଇନସ୍:

ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମ,ଓଡ଼ଗାଁ ବନାଞ୍ଚଳରେ ରୋପଣ ହେଲା ୨୪ଶହ ଚାରା ବୃକ୍ଷ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୧୭।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳର ବାହାଡାଝୋଲା ଓ ଓଡ଼ଗାଁ ସେକ୍ସନରେ ସାମୁହିକ ଚାରା ରୋପଣ ଅଭିଯାନ ମାଧ୍ୟମରେ ବାଲିସିଂଶା ବଧୁଲିପୁର ସଂରକ୍ଷିତ ଜଙ୍ଗଲ ପରିସର ଖାଲି ସ୍ଥାନରେ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମାଲିକଙ୍କ ଉପସ୍ଥିତିରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ୨ ହଜାରରୁ ଉର୍ଦ୍ଧ୍ବ ଭିନ୍ନଭିନ୍ନ ଚାରା ବୃକ୍ଷ ରୋପଣ କରାଯାଇଥିଲା । ସେହିପରି ଚେମେଡି ଠାରେ ବନପାଳ ସରିତା ବରାଳଙ୍କ ଉପସ୍ଥିତରେ ଆଜିର ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସୈ।ମ୍ୟରଞ୍ଜନ ଦଳେଇଙ୍କ ଉପସ୍ଥିତିରେ ରଙ୍ଗଣୀପାଟଣା ପଞ୍ଚାୟତ, ପନ୍ତିଖାରୀ, ରାବରା ଠାରେ ୪ଶହ ଚାରା ରୋପଣ କରାଯାଇଥିଲା । ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଓଡ଼ଗାଁ କଲେଜ ଏବଂ ସମସ୍ତ ସରକାରୀ ଓ ଘରୋଇ ଅନୁଷ୍ଠାନ ମାନଙ୍କର ଉଦ୍ୟମରେ ଚାରା ରୋପଣ ହୋଇ ଯାଇଛି । ଏହି ଅଭିୟାନ କେବଳ ବୃକ୍ଷରୋପଣ ନୁହେଁ, ସମାଜରେ ପରିବେଶ ପ୍ରତି ସଚେତନତା ସୃଷ୍ଟି କରିବାର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇଥିବା ସମସ୍ତେ ମତ ରଖିଛନ୍ତି । ସେହିପରି ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ସେବା ସପ୍ତାହ ଭାବେ ସମଗ୍ର ଦେଶରେ ପାଳନ କରାଯାଉଥିବା ବେଳେ ଆଞ୍ଚଳିକ ବିକାଶ ପରିଷଦ, ଓଡ଼ଗାଁ ତରଫରୁ ମଧ୍ୟ ସ୍ବତନ୍ତ୍ର ଭାବେ ଚାରା ରୋପଣ କରାଯାଇଥିଲା ।

0
0
0
s2sdefault