ହେଡଲାଇନସ୍:

ବାଲିକୁଦା ଏରସମାରେ ଏବେ ଠୁ ବାରି ହେଲାଣି ପାର୍ବଣର ବାସ୍ନା, ବିଭିନ୍ନ ପୂଜା ମଣ୍ଡପରେ ନିର୍ମାଣ ଚାଲିଛି ମା’ ଦୁର୍ଗାଙ୍କ ପ୍ରତିମୃତ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲିକୁଦା, ଶାସକ ପ୍ରଶାସକ, (ବିଚିତ୍ର ରଞ୍ଜନ ସାହୁ) : ବାଲିକୁଦା-ଏରସମା ଅଞ୍ଚଳରେ ମା’ ଜଗତ ଜନନୀ ଙ୍କ ପୂଜା ପାଇଁ ଉତ୍ସବ ମୁଖର ହୋଇଉଠିଛି । ଏଥର ମହାଆଡ଼ମ୍ବର ସହକାରେ ଦୁର୍ଗା ପୂଜା ଅନୁଷ୍ଠିତ ହେବାକୁ ଯାଉଛି । ଆଉ ଦିନ କେଇଟା ପରେ ପୂଜା ମଣ୍ଡପରେ ବିରାଜମାନ ହେବେ ମା’ ଜଗତ ଜନନୀ ଦଶଭୁଜା ମହାମାୟୀ ଜଗଦମ୍ବା । ସୁସଜ୍ଜିତ ବେଶରେ ସଜ୍ଜିତ ହୋଇ ପୂଜା ମଣ୍ଡପରେ ପୂଜା ପାଇବେ । ପାର୍ବଣର ପରିବେଶ ଏବେ ଠୁ ବାରି ହୋଇପଡ଼ିଲାଣି । ଶାରଦୀୟ ଦୁର୍ଗା ପୂଜା ପାଇଁ ବାଲିକୁଦା-ଏରସମା ଅଞ୍ଚଳରେ ବିଭିନ୍ନ ପୂଜା ମଣ୍ଡପରେ ପ୍ରସ୍ତୁତି କାର୍ଯ୍ୟ ଜୋରଦାର ଧରିଛି । ବାଲିକୁଦା-ଏରସମା ଅଞ୍ଚଳରେ ପୂଜା ମଣ୍ଡପ ଗୁଡିକରେ ଷଠି ଓଷା ଠାରୁ ମା’ ଜଗତ ଜନନୀ ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ବସିଲାଣି । ମୂର୍ତ୍ତି କାରିଗର ମାନେ ଜଗତ ଜନନୀ ମା’ ଦୁର୍ଗାଙ୍କ ସହିତ ଲକ୍ଷ୍ମୀ, ସରସ୍ଵତୀ, କାର୍ତ୍ତିକ, ଗଣେଶ, ସିଂହ, ମଇଁଷି ଓ ମହିଷାସୁର, ନର୍ତ୍ତକୀ ଆଦି ମୂର୍ତ୍ତି ନିର୍ମାଣ ଜୋର୍ ସୋର୍ ରେ ଚାଲିଛି । ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଆକର୍ଷଣୀୟ ତୋରଣ ଓ ସାଜସଜ୍ଜା ଆରମ୍ଭ ହୋଇ ଗଲାଣି । ସୂଚନା ଯୋଗ୍ୟ ଯେ, ବାଲିକୁଦା ଅଞ୍ଚଳର ସର୍ବ ପୁରାତନ ବୋରିକିନା ଦୁର୍ଗା ପୂଜା ତତ୍କାଳୀନ ଜମିଦାର ମୁରଲୀ ଚନ୍ଦ୍ର ଲାହାଙ୍କ ଦ୍ୱାରା ବଙ୍ଗୀୟ ରୀତିନୀତି ଅନୁସାରେ ଦୁର୍ଗାପୂଜା ବୋରିକିନା କଚେରୀ ପଡିଆ ଠାରେ ଆରମ୍ଭ ହୋଇଥିଲା । ଜମିଦାରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏବଂ ସମାଜର ସବୁ ସମ୍ପ୍ରଦାୟର ଭାଇଚାରା ସହଯୋଗରେ ବୋରିକିନା ଦୁର୍ଗାପୂଜାର ବେଶ ସୁନାମ ରହିଛି । ରୀତିନୀତି ଅନୁସାରେ ମା’ ଦୁର୍ଗାଙ୍କ ମୂର୍ତ୍ତି ତିଆରି ପାଇଁ ସୁନିଆ ଦିନ ମାଟି ଅନୁକୂଳ କରାଯାଇଥାଏ । ବୋରିକିନାର ଏହି ଐ୍ୟତିହାସିକ ଦୂର୍ଗା ପୂଜା ବାଲିକୁଦା, ଏରସମା, ମାଛଗାଁ ସମେତ ସମଗ୍ର ଅଞ୍ଚଳରେ ସାଂସ୍କୃତିକ ଓ ଆଧ୍ୟାତ୍ମିକତାର ବାର୍ତ୍ତା ବହନ କରେ ବୋଲି ଏ ଅଞ୍ଚଳର ଗ୍ରାମ୍ୟ ମୁରବି କୃଷ୍ଣଚନ୍ଦ୍ର ବରାଳ କୁହନ୍ତି । ତେବେ ଦୁର୍ଗା ପୂଜା ଦେଖିବା ପାଇଁ ସମଗ୍ର ବାଲିକୁଦା, ଏରସମା, ମାଛଗାଁ, ତିର୍ତ୍ତୋଲ, ପାରାଦୀପ, ଜଗତସିଂହପୁର ସମେତ ଦୂରଦୂରାନ୍ତରୁ ଲୋକ ମାନଙ୍କର ଗହଳି ଜମିଥାଏ । ବୋରିକିନାରେ ମୂର୍ତ୍ତିକାରୀଗର ପ୍ରଶାନ୍ତ ମହାନ୍ତି ମୂର୍ତ୍ତି ତିଆରିରେ ନିଜକୁ ବ୍ୟସ୍ତ କରି ଦେଇଛନ୍ତି । ଫଳରେ ବିଭିନ୍ନ ଦେବାଦେବୀଙ୍କର ସୁନ୍ଦର ସୁନ୍ଦର ମୂର୍ତ୍ତି ତିଆରି କରୁଥିବାର ଦେଖିବାକୁ ମିଳିଛି । ପ୍ରଶାସନ ପକ୍ଷରୁ ଆଇନ୍ ଶୃଙ୍ଖଳା ରକ୍ଷା କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଛି । କିଭଳି ଭାବେ ଶୃଙ୍ଖଳିତ ସହ ଦୁର୍ଗା ପୂଜା ପାଳନ କରାଯିବା ସେ ସମ୍ପର୍କରେ ପୂଜା କମିଟି ସଦସ୍ୟ ଙ୍କ ତତ୍ପରତା ଦେଖା ଦେଇଛି । ପୂଜା ମଣ୍ଡପଟିକୁ ଆକର୍ଷଣୀୟ ସାଜସଜ୍ଜା କରାଯିବା ସହିତ ମଣ୍ଡପ ନିକଟରେ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହେବ ବୋଲି କମିଟି ସଦସ୍ୟ ମାନେ ତତ୍ପର ଦେଖାଇଛନ୍ତି ।

0
0
0
s2sdefault