ବାଲିକୁଦା, ଶାସକ ପ୍ରଶାସକ, (ବିଚିତ୍ର ରଞ୍ଜନ ସାହୁ) : ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଅନ୍ତ୍ରଗତ ବୋରିକିନା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡଃ. ଗୀତାଞ୍ଜଳି ସାହୁ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ରୂପେ ବୋରିକିନା ସରପଞ୍ଚ ସାଗରିକା ପରିଡ଼ା ଯୋଗଦେଇ ଫିତା କାଟି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ନାରୀ ମାନଙ୍କ ରକ୍ତଚାପ, ମଧୁମେହ, ହିମୋଗ୍ଲୋବିନ୍ ପରୀକ୍ଷା କରାଯିବା ସହ ବିଭିନ୍ନ ରୋଗର ନିରାକରଣ ଦିଗରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡଃ ସୁବ୍ରତ କୁମାର ସାହୁ, ଡଃ ବିଭୁ ପ୍ରକାଶ ଓଝା, ଡଃ ଅଂଶୁମାନ ପାଢ଼ୀ, ଫାର୍ମାସିଷ୍ଟ ଜ୍ୟୋତିପ୍ରକାଶ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଜୟଶ୍ରୀ ଦାସ ଅତିଥି ପରିଚୟ ପତ୍ର ପ୍ରଦାନ କରିବା ସହିତ ଧନ୍ୟବାଦ ଦେଇଥିଲେ ।
ରାଜ୍ୟ
ବୋରିକିନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ
- Hits: 7