ଜଗତସିଂହପୁର,ତା-୧୭. ୦୯. ୨୦୨୫/ସୁମନ୍ତ କୁମାର ଦାସ: ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ୭୫ ତମ ଜନ୍ମ ଦିବସ ପାଳନ ଅବସରରେ ରାଜ୍ୟବ୍ୟାପୀ ୭୫ ଲକ୍ଷ ବୃକ୍ଷରୋପଣ ର ଆହ୍ବାନ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରପା ଗ୍ରାମ ପଞ୍ଚାୟତ ର ବାଲି ବିଲ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶିଳ୍ପ ଦକ୍ଷତା ବିକାଶ ବୈଷୟିକ ଶିକ୍ଷା ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ, ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ ଶ୍ରୀ ନିରଞ୍ଜନ ବେହେରା ,ତିର୍ତ୍ତୋଲ ବିଡ଼ିଓ ଗିରିଜା ଶଙ୍କର ମଲ୍ଲିକ, ଏ ବି ଡି ଓ ସତ୍ୟଜିତ ସ୍ୱାଇଁ ପ୍ରମୁଖ ମଞ୍ଚଶିନ ଥିଲେ। ଆୟୋଜିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ମନ୍ତ୍ରୀ ଶିଳ୍ପ ଦକ୍ଷତା ବିକାଶ ବୈଷୟିକ ଶିକ୍ଷା ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଲେ ଯେ ବର୍ତ୍ତମାନ ଅସମୟ ଜଳବାୟୁ ପରିବର୍ତ୍ତନ ରେ ପ୍ରକୃତି ଅନେକ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରୁଛି। ଏଥିପାଇଁ ବୃକ୍ଷରୋପଣ ହିଁ ଏକମାତ୍ର ଉପାୟ। ସେଥିପାଇଁ ଆଜି ଭାରତ ର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ୭୫ ତମ ଜନ୍ମ ଦିବସ ଉପଲକ୍ଷେ ସାରା ରାଜ୍ୟ ରେ ୭୫ ଲକ୍ଷ ବୃକ୍ଷ ରୋପଣ ର ଆହ୍ବାନ ଦିଆ ଯାଇଛି। ଜଗତସିଂହପୁର ଜିଲ୍ଲାରେ ଆଜି ଏହି ଏକ ଦିବସୀୟ ବୃକ୍ଷ ରୋପଣ ଅଭିଯାନ ରେ ୩ ଲକ୍ଷରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରାଯାଉଛି।ପ୍ରତ୍ୟେକ ବ୍ଲକ୍ ତଥା ମ୍ୟୁନିସପାଲିଟି ରେ ୫୦୦ ରୁ ଅଧିକ ଲେଖାଏଁ ବୃକ୍ଷ ରୋପଣ କରାଯାଇଛି। ପ୍ରକୃତି ର ସନ୍ତୁଳନ ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଘରେ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ସେ ଆହ୍ଵାନ ଦେଇଥିଲେ। ପରିବର୍ତ୍ତନ ର ଏହି ସ୍ୱର ରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଯୁବ ପିଢୀ, ମହିଳା ସମସ୍ତେ ସାମିଲ ହେବାପାଇଁ ସେ କହିଥିଲେ। ଆଜି ସଭାରେ ଅଧ୍ୟକ୍ଷତା କରି ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ ସ୍ବାଗତ ଭାଷଣ ଦେବା ସହ ଆଜି କାର୍ଯ୍ୟକ୍ରମ ର ମହତ୍ତ୍ଵ ପ୍ରତିପାଦିତ କରିଥିଲେ। ଏହାପରେ ଅତିଥି ମାନେ ସେଠାରେ ବୃକ୍ଷ ରୋପଣ କରିଥିଲେ। ଏକ ହଜାର ଚାରା ଅତିଥି ତଥା ଉପସ୍ଥିତ ଅଧିକାରୀ, ଛାତ୍ରଛାତ୍ରୀ , ଓ ଉପସ୍ଥିତ ଜନ ସାଧାରଣ ଙ୍କ ଦ୍ଵାରା ରୋପଣ କରାଯାଇଥିଲା। ଶ୍ରମ ବିଭାଗ ତରଫ ରୁ ଆଜି ୬୦ ଜଣ ପଞ୍ଜୀକୃତ ନିର୍ମାଣ ଶ୍ରମିକ ମାନଙ୍କୁ ଚାରା ରୋପଣ କରାଯାଇଥିଲା।
ପ୍ରକାଶ ଥାଉ କି, ଆଜି ଜିଲ୍ଲା ରେ ୩ ଲକ୍ଷ ରୁ ଉର୍ଦ୍ଧ୍ବ ଚାରା ରୋପଣ କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମ ରେ ବିଭାଗୀୟ ଅଧିକାରୀ,ବିଦ୍ୟାଳୟ ର ଛାତ୍ରଛାତ୍ରୀ, ମିଶନ ଶକ୍ତି ମହିଳା, ଗଣ ମାଧ୍ୟମ ର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟ
ଜିଲ୍ଲା ସ୍ତରୀୟ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ
- Hits: 4