ହେଡଲାଇନସ୍:

ଦଶମ ଶ୍ରେଣୀ ଛାତ୍ର ନିଖୋଜ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୧୨।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସରକାରୀ ଉଚ୍ଚବିଦ୍ୟାଳୟ ୧୦ମ ଶ୍ରେଣୀର ଜଣେ ଛାତ୍ର ଶୁକ୍ରବାର ସକାଳ ୧୦ଟା ବେଳେ ସ୍କୁଲକୁ ଯିବାକୁ କହି ସ୍କୁଲ ବ୍ୟାଗ୍ ଧରି ଘରୁ ବାହାରି ଯାଇଥିଲା । ତେବେ ସ୍କୁଲ୍ ଛୁଟି ହେବା ପରେ ପୁଅ ଘରକୁ ନଫେରିବାରୁ ଶୁକ୍ରବାର ସନ୍ଧ୍ୟାରେ ନିଖୋଜ ନାବାଳକର ମା' ପିଙ୍କି ସାହାଣୀ ଓଡ଼ଗାଁ ଥାନାରେ ଅଭିଯୋଗ କରିଥିଲେ । ଓଡ଼ଗାଁ ପୋଲିସ ୨୮୨/୨୫ରେ ଏକ ମାମଲା ରୁଜୁ କରି ତ୍ବରିତ ଅନୁସନ୍ଧାନ ଆରମ୍ଭ କରିଛନ୍ତି । ଅଭିଯୋଗ ଅନୁସାରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା କୁମ୍ଭାରପଡ଼ା ଗ୍ରାମର ମାଲେଶ୍ବର ସାହାଣୀ ପରିବାର ନେଇ ଓଡ଼ଗାଁ ବିଜୟ ମଣ୍ଡପ ସାହିର ଏକ ଭଡ଼ାଘରେ ରହନ୍ତି । ଗତକାଲି ବିଦ୍ୟାଳୟରେ ନାବାଳକ ଛାତ୍ରର ଜଣେ ସାଙ୍ଗ ମଧ୍ୟରେ ଝଗଡ଼ାକୁ ନେଇ ପ୍ରଧାନ ଶିକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଥିଲା । ପ୍ରଧାନ ଶିକ୍ଷକ ସେମାନଙ୍କୁ ବୁଝାସୁଝା କରିବା ସହିତ ଶୁକ୍ରବାର ବିଦ୍ୟାଳୟକୁ ଆସିବା ସମୟରେ ଉଭୟେ ସାଙ୍ଗରେ ଅଭିଭାବକଙ୍କୁ ନେଇ ଆସିବାକୁ କହିଥିଲେ। ନିଖୋଜ ଛାତ୍ର ଜଣକର ମା' ଶିକ୍ଷକଙ୍କ ଠାରୁ ଖବର ପାଇ ବିଦ୍ୟାଳୟକୁ ଆସିଲେ । ହେଲେ ଆଗରୁ ସ୍କୁଲ ଯାଉଛି କହି ଘରୁ ବାହାରିଥିବା ପୁଅ ଆସିନଥିବା ଜାଣିବାକୁ ପାଇଥିଲେ । ବିଦ୍ୟାଳୟ ଛୁଟି ପରେ ଘରକୁ ଫେରିଆସିବ ବୋଲି ଆପେକ୍ଷା କଲେ । ମାତ୍ର ସ୍କୁଲ ଛୁଟି ପରେ ନାବାଳକ ଛାତ୍ର ଘରକୁ ନଫେରିବାରୁ ପୁଅ ନିଖୋଜ ହୋଇଥିବା ନେଇ ମା' ଓଡ଼ଗାଁ ଥାନାରେ ଅଭିଯୋଗ କରିଛନ୍ତି । ଏବଂ ସାଙ୍ଗରେ ମା'ଙ୍କ ମୋବାଇଲ ଫୋନ୍ ନେଇଯାଇଥିବା ଜଣାଇଛନ୍ତି । ମୋବାଇଲ ପରେ ଫୋନ୍ ରେ ୩୫ ହଜାର ଟଙ୍କା ରହିଥିବା ଅଭିଯୋଗରୁ ଜଣାଯାଇଛି । ଖବର ଲେଖାଯିବା ପର୍ଯ୍ୟନ୍ତ ନାବାଳକ ଛାତ୍ରର ସନ୍ଧାନ ମିଳିପାରି ନଥିବା ଜଣାଯାଇଛି ।

0
0
0
s2sdefault