ହେଡଲାଇନସ୍:

ଜଗତସିଂହପୁର ଜିଲ୍ଲାପାଳଙ୍କ ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ଆଜି ରାମତରା ଠାରେ ନୂଆ ମୁହାଣର ସ୍ଥିତି ଅନୁଧ୍ୟାନ ପରେ ଜଗତସିଂହପୁର ଜିଲାପାଳ ଜେ ସୋନାଲ, ସ୍ଥାନୀୟ ବିଧାୟକ ଶାରଦା ପ୍ରସନ୍ନ ଜେନା ଅଚାନକ ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ । ସେଠାରେ ଶ୍ରୀ ସୋନାଲ ରୋଗୀ ମାନଙ୍କ ପାଖରେ ବସି ସ୍ୱାସ୍ଥ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ରୋଗୀଙ୍କୁ ପଚାରି ବୁଝି ଏହାର ସମାଧାନ ପାଇଁ କହିଥିଲେ l ପରେ ପରେ ଜିଲ୍ଲାପାଳ ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ସମସ୍ୟା ସମ୍ପର୍କରେ ଡାକ୍ତର ମାନଙ୍କ ସହିତ ପଚାରି ବୁଝିଥିଲେ । ଏରସମା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ l । ଏହି ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଓ ବିଧାୟକଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ l

0
0
0
s2sdefault