ହେଡଲାଇନସ୍:

ମହିଳା ସ୍ନାତକ ମହାବିଦ୍ୟାଳୟରେ ''ଡେଙ୍ଗୁ ସଚେତନତା'' କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଓ ଯୁବ ରେଡ୍କ୍ରସ୍ ମିଳିତ ଆନୁକୁଲ୍ୟରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ ରୀନା ସାହୁ ଆନୁଷ୍ଠାନିକ ଭାବେ ଉଦଘାଟିତ କରି ଡେଙ୍ଗୁ ରୋଗର ଲକ୍ଷଣ ଓ ପ୍ରତିକାର ସଂପର୍କରେ ଆଲୋକପାତ କରିବା ସହ ଚତୁପାର୍ଶ୍ବ ପରିସ୍କାର ପରିଚ୍ଛନ୍ନ ଓ ପାଣି ରହୁଥିବା ସ୍ଥାନକୁ ସଫା ରଖିବା ପାଇଁ ଉଦବୋଧନ ଦେଇଥିଲେ। ଜାତୀୟ ସେବା ଅଧିକାରୀ ସୁଶ୍ରୀ ମଧୁସ୍ମିତା ପ୍ରଧାନ ଓ ଯୁବ ରେଡ୍କ୍ରସର କାଉସିଲର ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡିତଙ୍କ ସହଯୋଗରେ ଏକ ବିରାଟ ରାଲି ସହର ମଧ୍ୟରେ ସଚେତନତା କରାଇଥିଲେ।
ଛାତ୍ରୀମାନେ ଘରଘର ବୁଲି ପ୍ରବଳ ଜ୍ବର , ମୁଣ୍ଡବିନ୍ଧା , ଶରୀର ପୀଡା ଓ ଚର୍ମରେ ଲାଲ୍ ଲାଲ୍ ପଡିଯିବା ଡେଙ୍ଗୁର ଲକ୍ଷଣ ବୋଲି ବୁଝାଇଥିଲେ। ତା ସହ ଡେଙ୍ଗୁରୁ କିପରି ବର୍ତ୍ତିବେ ସେ ସଂପର୍କରେ ବି ଛାତ୍ରୀମାନେ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ଏନ୍.ଏସ୍.ଏସ୍. ଓ ରେଡ୍କ୍ରସଙ୍କ ପରିଚାଳନାରେ ଏ ସମସ୍ତ କାର୍ଯ୍ୟ ହୋଇଥିଲା। ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ।

0
0
0
s2sdefault