ହେଡଲାଇନସ୍:

ଗଣମାଧ୍ୟମରେ ଖବର ପ୍ରସାରଣ ପରେ ରାମତରା ନୂଆ ମୁହାଣ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକ, ନିରାକରଣ ପାଇଁ ନିର୍ଦ୍ଦେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ଏରସମା ବ୍ଲକ ପଦ୍ମପୁର ପଞ୍ଚାୟତର ରାମତରା ରେ ସୂର୍ଯ୍ୟପରାଗ ଦିନ ସମୁଦ୍ର ଅଶାନ୍ତ ହୋଇ କୂଳ ଲଙ୍ଘନ କରିଥିଲା । ଯାହାଫଳରେ ଅଶାନ୍ତ ସମୁଦ୍ର କରାଳ ରୂପ ଧାରଣ କରି ଜନବସତି ଆଡକୁ ମାଡ଼ି ଆସିଥିଲା । ସମୁଦ୍ର ଜୁଆର ସ୍ଥଳଭାଗକୁ ପଶି ଆସିବା ଯୋଗୁଁ ରାମତରା, ଶିଆଳି, କଳାବେଦୀ, ନୋଳିଆସାହି ରେ ବସବାସ କରୁଥିବା ଜନସାଧାରଣ ଭୟଭୀତ ଓ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । କେତେବେଳେ ଯେ, ଏହି ସମୁଦ୍ର ମାଡ଼ି ଆସି ସମଗ୍ର ଅଞ୍ଚଳକୁ ଗ୍ରାସ କରି ନ ଦେବେ ତାହା ସାଧାରଣରେ ଆଲୋଡନ ସୃଷ୍ଟି କରୁଛି । ଅଶାନ୍ତ ସମୁଦ୍ର କୂଳ ଲଙ୍ଘନ ଯୋଗୁଁ ସେଠାରେ ଏକ ନୂଆ ମୁହାଣ ସୃଷ୍ଟି ହୋଇଛି । ୨୦୨୨ ରେ ରାମତରା ଠାରେ ନୂଆ ମୁହାଣ ଖୋଲିଥିବା ବେଳେ, ତତ୍କାଳୀନ ସରପଞ୍ଚ କେଶବ ପାତ୍ରଙ୍କ ଦ୍ୱାରା ତୁରନ୍ତ ଏହାକୁ ବନ୍ଦ କରି ଦିଆଯାଇଥିଲା । ମାତ୍ର ଏବେ ପୁଣି ସେହି ସ୍ଥାନରେ ସମୁଦ୍ର ଲଙ୍ଘିବା ଯୋଗୁଁ ଆଉ ଏକ ମୁହାଣ ସୃଷ୍ଟି ହୋଇଛି । ଆଗାମୀ ଦିନରେ ମୁହାଣ ଟି ବଢିବା ସମ୍ଭାବନା ଥିବାରୁ ଆଖପାଖ ଗାଁରେ ଭୟର ବାତାବରଣ ଖେଳି ଯାଇଛି । ଏହି ଖବର ଗଣମାଧ୍ୟମରେ ପ୍ରସାରଣ ହେବା ପରେ ଆଜି ଜଗତସିଂହପୁର ଜିଲାପାଳ ଜେ ସୋନାଲ, ସ୍ଥାନୀୟ ବିଧାୟକ ଶାରଦା ପ୍ରସନ୍ନ ଜେନା ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି । ତାଙ୍କ ସହିତ ମହାନଦୀ ଦକ୍ଷିଣ ଜଳ ସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସିଦ୍ଧାର୍ଥ ଶେଖର, ଏରସମା ଲୁଣା ତଟ ବନ୍ଧ ବିଭାଗ ସହକାରୀ ଯନ୍ତ୍ରୀ କୈଳାସ ବେହେରା, ଏରସମା ତହସିଲଦାର୍, କୁଜଙ୍ଗ ରେଞ୍ଜର ସଞ୍ଜୟ ପ୍ରଧାନ, ହାୱାଖାନା ବନପାଳ ମଙ୍ଗଳ ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ରହି ସ୍ଥିତିର ଅନୁଧ୍ୟାନ କରି ଏହାର ନିରାକରଣ ଦିଗରେ ଆଲୋଚନା କରିଥିଲେ । ଘାଇକୁ କିଭଳି ଭାବରେ ବାଲି ବସ୍ତା ପକାଇ ବନ୍ଦ କରାଯିବ ସେ ସମ୍ବନ୍ଧରେ ଜଳ ସମ୍ପଦ ବିଭାଗ କୁ ନିର୍ଦ୍ଧେଶ ଦେଇଥିଲେ । ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ପାଇଁ ଅଧିକ ଅର୍ଥ ଯୋଗାଇବାକୁ ସରକାରଙ୍କୁ ଜଣେଇବେ ବୋଲି ଜିଲାପାଳ ପ୍ରତିଶୃତି ଦେଇଥିଲେ । ଏହା ସହିତ ବନ ବିଭାଗ ପକ୍ଷରୁ ଲୁଣା ଜଙ୍ଗଲ ସୃଷ୍ଟି କରିବା ପାଇଁ ରାଜ ନଗର ଡି.ଏଫ୍.ଓ ଙ୍କୁ କହିଥିଲେ । ସୂଚନା ଯୋଗ୍ୟ ଯେ, ଗଡ ହରିଶପୁର ପଂଚାୟତର ହାୱାଖାନା ଠାରୁ ଶିଆଳି ବେଳାଭୂମି ପର୍ଯ୍ୟନ୍ତ ଦୁଇ କିଲୋମିଟର ଯାଏ ଡି.ପି.ଆର୍ କରାଯାଇଅଛି । ଏହାକୁ ରାମତରା ପର୍ଯ୍ୟନ୍ତ ବଢେଇବା ପାଇଁ ପଦ୍ମପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ କେଶବ ପାତ୍ର ଦାବି କରିଥିଲେ । ପଦ୍ମପୁର ପଞ୍ଚାୟତର ସମିତି ସଭ୍ୟ ନାରାୟଣ ସେଠୀ, ବିଶ୍ୱଜିତ୍ ଆଚାର୍ଯ୍ୟ, ଶ୍ରିମନ୍ତ ମାଳି ପ୍ରମୁଖଙ୍କ ସହିତ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ ।

0
0
0
s2sdefault