ହେଡଲାଇନସ୍:

କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂପୁରରେ ବୈଜ୍ଞାନିକ ପଦ୍ଧତି ରେ ବ୍ରଏଲର ଚାଷ ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୧୨.୦୯.୨୦୨୫/ସୁମନ୍ତ କୁମାର ଦାସ: କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର ଆନୁକୁଲ୍ୟରେ ଯୁବଉଦ୍ୟୋଗୀ ମାନଙ୍କ ପାଇଁ ବ୍ରଏଲର ଚାଷ ଉପରେ ଏକ ୩ ଦିନିଆ ତାଲିମ ଅନୁଷ୍ଠିତ ହୋଇଛି। ପ୍ରାଣୀ ସମ୍ପଦ ବିକାଶ ବିଭାଗର ମିଳିତ ଉଦ୍ୟମରେ, ଏହି ତାଲିମରେ ତିର୍ତ୍ତୋଲ ବ୍ଲକର ବିଭିନ୍ନ ଗ୍ରାମରୁ ୨୦ ଜଣ ଯୁବଉଦ୍ୟୋଗୀ ଭାଗ ନେଇଥିଲେ। ଏହି ତାଲିମ ତା ୧୦.୦୯. ୨୦୨୫ ରିଖ ରୁ ଆରମ୍ଭ ହୋଇ ତା ୧୨.୦୯.୨୦୨୫ ରିଖରେ ସମ୍ପନ୍ନ ହୋଇଛି। ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧିକାରୀ ମାନଙ୍କ ଉପସ୍ଥିତିରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ. ଜୀବନଜିତ ସେନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପ୍ରାଣୀ ବିଜ୍ଞାନୀ ଡ. ତପନ ପଲାଇ, ପ୍ରାଣୀ ଚିକିତ୍ସା ଅଧିକାରୀ ଡ.ଦୁର୍ଗା ପ୍ରସାଦ ମିଶ୍ର ଭାଗ ନେଇଥିବା ଚାଷୀମାନଙ୍କୁ କୁକୁଡ଼ା ପାଳନ ବିଷୟରେ ଜ୍ଞାନ ପ୍ରଦାନ କରିଥିଲେ। କୁକୁଡ଼ା ପାଳନରେ ଗୃହ ପରିଚାଳନା, ଖାଦ୍ୟ ପରିଚାଳନା, ରୋଗ ପରିଚାଳନା, ଟୀକାକରଣ, ପ୍ରକଳ୍ପ ପ୍ରସ୍ତୁତି ଆଦି ବିଷୟରେ ସମସ୍ତ ଜ୍ଞାନ ପ୍ରଦାନ କରାଯାଇଥିଲା। ତାଲିମ କାର୍ଯ୍ୟକ୍ରମର ୨ୟ ଦିନରେ ଗଡ଼କୁଜଙ୍ଗ ଠାରେ ଅବସ୍ଥିତ ୪୦୦୦ ବ୍ରଏଲର ଫାର୍ମ ପରିଦର୍ଶନରେ ଯାଇ ଚାଷୀ ମାନେ ଫାର୍ମ ପରିଚାଳନାର ସମସ୍ତ କାର୍ଯ୍ୟ ଦେଖି ଶିଖିଥିଲେ। ୩ୟ ଦିନରେ ଡ.ଅଜୟ କୁମାର ସାହୁ, ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଏବଂ ଡ.ଯଦୁନାଥ ପରିଡା, ସହକାରୀ ପ୍ରାଣୀ ସମ୍ପଦ ଅଧିକାରୀଙ୍କ ଉପସ୍ଥିତିରେ ଭାଗ ନେଇଥିବା ଯୁବଉଦ୍ୟୋଗୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବୈଜ୍ଞାନିକ ଡ଼. ଦ୍ୱାରିକା ମୋହନ ଦାସ, ସସ୍ମିତା ପୁରୋହିତ ,ସରିତା ଦାସ ସହଯୋଗ କରିଥିଲେ।

0
0
0
s2sdefault