ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ଗ୍ରାମାଞ୍ଚଳଠାରୁ ସହରାଞ୍ଚଳର ଅଧିବାସୀ ମାନେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବ୍ୟାପକ ଉନ୍ନୟନ ଯୋଜନା ପ୍ରଣୟନ କରିଛନ୍ତି । ତେବେ ଏହାଧାର୍ଯ୍ୟ ଲକ୍ଷ୍ୟରେ ପହଞ୍ଚି ପାରୁନାହିଁ । ଏରସମା ବ୍ଲକ୍ର ସୋମପୁର ଠାରେ ଏକ ସରକାରୀ ହୋମିଓପ୍ୟାଥିକ୍ ଚିକିତ୍ସାଳୟ ୧୯୯୧ ମସିହା ଠାରୁ ରହିଅଛି । ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଦୈନିକ ଶତାଧିକ ରୋଗୀ ଆସିଥାନ୍ତି । ମାତ୍ର ଏବେ ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ହୋଇଛି । ଘର ଗୁଡିକର ଅବସ୍ଥା ମଧ୍ୟ ନ କହିଲେ ଚଳେ, କ୍ୱାଟର୍ସ ଗୁଡିକ ଭାଙ୍ଗିରୁଜି ଗଲାଣି । ସମ୍ପୁର୍ଣ୍ଣ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ସରିସୃପଙ୍କର ଆଡାସ୍ଥଳି ହୋଇଯାଇଛି । ଫଳରେ ଏଠାକୁ ଆସୁଥିବା ରୋଗୀ ଆତଙ୍କିତ ହୋଇପଡୁଛନ୍ତି । ଦୀର୍ଘଦିନ ଧରି ବୋଧହୁଏ ରୋଗୀ କଲ୍ୟାଣ ସମିତି ବୈଠକ ହୋଇନାହିଁ । ଫଳରେ ରୋଗୀ କଲ୍ୟାଣ ସମିତି ନିମନ୍ତେ ଆସୁଥିବା ଯୋଗାଣକାରୀ ଅର୍ଥ ବାଟବଣା ହୋଇଛି । କିନ୍ତୁ ଏହି ଚିକିତ୍ସାଳୟରୁ ୧୯୯୧ ରୁ ସ୍ଥାପିତ ହୋଇଥିଲେ ସୁଧା ଏହାର କୌଣସି ପରିବର୍ତ୍ତନ ଘଟିନାହିଁ । ସରକାରୀ ଡାକ୍ତରଖାନାରେ ମାଗଣା ଔଷଧ ମିଳୁଥିବା ବେଳେ ଅଧିକାଶଂ ରୋଗୀ ଔଷଧ ପାଉନଥିବା ଅଭିଯୋଗ ହୋଇଛି । ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ନଳକୂପଟି ବହୁଦିନ ଧରି ଅଚଳ ହୋଇପଡିଛି । ଉକ୍ତ ନଳକୂପ ପ୍ରତି କାହାରି ନିଘା ନାହିଁ । ପରିବେଶ ବିଷୟରେ ନକହିଲେ ଭଲ । ସ୍ଥାନୀୟ ଜନସାଧାରଣ ଓ ଜନପ୍ରତିନିଧିଙ୍କର ସହଯୋଗ ମିଳିଲେ ଚିକିତ୍ସାଳୟ ପରିବେଶ ଆହୁରି ସୁନ୍ଦର ହେବ । କିନ୍ତୁ ଏଥିପ୍ରତି କାହାରି ନିଘା ନଥିବା ସାଧାରଣରେ ଚର୍ଚ୍ଚା ହେଉଛି । ସୋମପୁର ନିକଟସ୍ଥ ଗ୍ରାମ ତିତିରା, ଅପଣ୍ଡରା, କୁଳସାହି, ହରିପା, ପୋଦନା, କାଞ୍ଜିଆକଣ, କାମପଡା, ବରକୋଳିଅଣ୍ଟାର ଶତାଧିକ ରୋଗୀ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ନୂତନ ଡାକ୍ତର ନିଯୁକ୍ତି ନିମନ୍ତେ ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ବାରମ୍ବାର ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟରେ ଦାବୀ ହୋଇଥିଲେ ମଧ୍ୟ କୌଣସି ସମସ୍ୟାର ସମାଧାନ କରାଯାଇନାହିଁ । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେଇ ତୁରନ୍ତ ନିୟମିତ ଡାକ୍ତର ନିଯୁକ୍ତି ନିମନ୍ତେ ପଦକ୍ଷପ ନେବାକୁ ସ୍ଥାନୀୟ ଜନସାଧାରଣ ଦାବୀ କରିଛନ୍ତି । ଏରସମା ବ୍ଲକର ଶେଷ ପ୍ରାନ୍ତରେ ଥିବା ଏହି ସୋମପୁର ହୋମିଓପାଥିକ ଡାକ୍ତରଖାନା ତୁରନ୍ତ ସ୍ଥାୟୀ ଡାକ୍ତର ନିଯୁକ୍ତି କରାଯିବା ପାଇଁ ଅଞ୍ଚଳବାସୀ ମାନେ ପ୍ରଶାସନ ନିକଟରେ ଦୃଢ଼ ଦାବି କରିଛନ୍ତି ବୋଲି ଜଣାଇଛନ୍ତି । ନଚେତ ଆଗାମୀ ଦିନରେ ଜନସାଧାରଣ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି କହିଛନ୍ତି ।
ରାଜ୍ୟ
ଅବ୍ୟବସ୍ଥା ଘେରରେ ସୋମପୁର ହୋମିଓପାଥିକ ଡାକ୍ତରଖାନା
- Hits: 9