ହେଡଲାଇନସ୍:

ଭିଜିଲାନ୍ସ ଜାଲରେ ଜିଲ୍ଲା ଶ୍ରମ ଅଧିକାରୀ, ୬ ହଜାର ଟଙ୍କା ଲାଞ୍ଚ ନେଇ ଫସିଗଲେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ଚିତ୍ତରଞ୍ଜନ ରାଉତ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଭିଜିଲାନ୍ସ ଟିମ୍ ତାଙ୍କ କାର୍ଯ୍ୟାଳୟରୁ ଲାଞ୍ଚ ଟଙ୍କା ସହ ଧରିଥିବା ସୂଚନା ମିଳିଛି । ଏହା ସହିତ ତାଙ୍କ ଭଡ଼ା ଘର ଉପରେ ଚଢ଼ାଉ କରାଯାଇ ସେଠାରୁ ମଧ୍ୟ ଭିନ୍ନ ଭିନ୍ନ ସ୍ଥାନରେ ଖାମ୍ ଭିତରେ ରଖାଯାଇଥିବା ଲାଞ୍ଚ ଟଙ୍କାକୁ ଜବତ କରାଯାଇଛି । ଏହି ଟଙ୍କାର ମୁଲ୍ୟ ୩୭ ହଜାର ୫ ଶହ ଟଙ୍କା ବୋଲି ଭିଜିଲାନ୍ସ ଟିମ୍ ମୈାଖିକ ସୂଚନା ଦେଇଛନ୍ତି । ନୟାଗଡ଼ ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ବିରୁଡ଼ା ଗ୍ରାମର ଭୁବନ ଚାନ୍ଦ ହାତୀ ୧୯ ଜଣ ବ୍ୟକ୍ତିଙ୍କ ନିର୍ମାଣ ଶ୍ରମିକ ପରିଚୟ ପତ୍ର କରିବା ପାଇଁ ଆବେଦନ କରାଇଥିଲେ । ଉକ୍ତ ଲୋକଙ୍କ କାର୍ଡ଼ କରିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ୬ ହଜାର ଟଙ୍କା ମାଗିଥିଲେ । ସେ ଏହାକୁ ନେଇ ପ୍ରମାଣ ସହ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଭିଜିଲାନ୍ସ ଟିମ୍ ଏହାକୁ ନେଇ ଯୋଜନା ପ୍ରସ୍ତୁତ କରିଥିଲା । ଆଜି ମଧ୍ୟାହ୍ନ ସମୟରେ ନୟାଗଡ଼ ଜିଲ୍ଲା ଶ୍ରମ କାର୍ଯ୍ୟାଳୟଠାରେ ଶ୍ରୀଯୁକ୍ତ ହାତୀ ଜିଲ୍ଲା ଶ୍ରମ ଅଧିକାରୀ ଚାମ୍ବରରେ ଟଙ୍କା ଦେବା ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ତାଙ୍କୁ ଧରିଥିଲା । ତାଙ୍କ ଟେବୁଲ ଡ୍ରରୁ ଟଙ୍କାକୁ ଭିଜିଲାନ୍ସ ଜବତ କରିଛି । ଏହା ସହିତ ନୟାଗଡ଼ ଖଣ୍ଡପଡ଼ା ରାସ୍ତାରେ ଥିବା ତାଙ୍କ ଭଡ଼ା ଘରୁ ମଧ୍ୟ ଅନେକ ଲାଞ୍ଚ ଟଙ୍କା ଜବତ କରିିଛି । ଭୁବନେଶ୍ୱର ଭିଜିଲାନ୍ସ ଡିଏସ୍‌ପି ବ୍ରଜକିଶୋର ସାହୁ, ଇନ୍ସିପେକ୍ଟର ରଶ୍ମିପ୍ରଭା ସେଠୀଙ୍କ ନେତୃତ୍ୱରେ ଦୁଇଟି ଟିମ୍ ଚଢ଼ାଉ କରିଥିଲେ । ଭିଜିଲାନ୍ସ ଟିମ୍ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଗିରଫ କରି ଭୁବନେଶ୍ୱର ନେଇଥିବା ସୂଚନା ମିଳିଛି ।

0
0
0
s2sdefault