ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ହାଇସ୍କୁଲର ଶିକ୍ଷକ ଲଗାତାର ୨ୟ ଥର ପାଇଁ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 


ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଶିକ୍ଷକ ଶିକ୍ଷାର୍ଥୀ ଓ ଶିକ୍ଷାୟତନ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସମୂହ । । ଏ ସମସ୍ତର ଅଗ୍ରଗତିରେ ଶିକ୍ଷା ଛୁଇଁ ପାରେ ଆକାଶକୁ । ଶୈକ୍ଷିକ ଉନ୍ନତି ନିମନ୍ତେ ସରକାର ନେଇଥିବା ଏକ ଯୁଗାନ୍ତକାରୀ ପଦକ୍ଷେପ ହେଉଛି ପ୍ରୋତ୍ସାହନ ପ୍ରଦାନ । ଏଭଳି ଏକ ଅଭିନବ କାର୍ଯ୍ୟକ୍ରମରେ ବର୍ତ୍ତମାନ ସମଗ୍ର ଓଡ଼ିଶାର କି ପୁରପଲ୍ଲୀ କି ସହର ସମସ୍ତ ବିଦ୍ୟାଳୟର ରୂପରେଖ ବଦଳି ଯାଇଛି । ପୁରାତନ ବିଦ୍ୟାଳୟ ନୂତନତ୍ବର ସ୍ପର୍ଶରେ ନବକଳେବର ଲଭିବା ସହ ସରକାର , ପଞ୍ଚସଖା ଶିକ୍ଷା ସେତୁ ଓ ମୋ ସ୍କୁଲ ଅଭିଯାନଙ୍କ ମିଳିତ ପ୍ରୟାସରେ ବର୍ତ୍ତମାନ ଶିଶୁ, ଶିକ୍ଷକ, ଶିକ୍ଷାୟତନ, ଗୋଷ୍ଠୀ ଓ ପ୍ରଶାସନ କୁ ଉତ୍ସାହିତ କରିବା ନିମନ୍ତେ ଆରମ୍ଭ କରାଯାଇଛି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର।

ଗତ ଶିକ୍ଷାବର୍ଷରୁ ପ୍ରଥମ ଥର କରି ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭଂଜନଗର ସ୍ଥିତ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ୟାମା ପ୍ରସାଦ ମିଶ୍ର , ଇଂରାଜୀ ଭାଷା ବିଷୟରେ ଧାରାବାହିକଭାବେ ଦ୍ବିତୀୟ ଥର ପାଇଁ ଚଳିତ ୨୦୨୫ ଶିକ୍ଷା ବର୍ଷରେ ମଧ୍ୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛନ୍ତି । ସେ ଆଜି ଛତ୍ରପୁରରେ ଆୟୋଜିତ ସମାରୋହରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀମାନ ଭି କୀର୍ତ୍ତିଭାସନ୍ ଓ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମାନ ଅଜୟ ପାତ୍ରଙ୍କଠାରୁ ଉକ୍ତ ପୁରସ୍କାର ଗ୍ରହଣ କରିଛନ୍ତି ଯାହାକି ଏହି ଅଞ୍ଚଳରେ ଓ ମିଶ୍ର ସାର୍ ଙ୍କ ଛାତ୍ର ଛାତ୍ରୀ ଓ ଶୁଭେଚ୍ଛୁଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳାଇ ଦେଇଛି । ପ୍ରକାଶ ଥାଉ କି ଯେ ,ତାଙ୍କ ସହିତ ବାହାଡାପଦର ହାଇସ୍କୁଲର ହୃଷୀକେଶ ନାୟକ ( ହିନ୍ଦୀ) , ଶ୍ରୀବତ୍ସ ହାଇସ୍କୁଲର ବିଷ୍ଣୁ ପ୍ରିୟା ପତି (ଓଡ଼ିଆ) ପାଇଁ ପୁରସ୍କୃତ ହୋଇଛନ୍ତି । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ , ଛାତ୍ର ଛାତ୍ରୀ ଓ ଶୁଭେଚ୍ଛୁ ଶ୍ରୀ ମିଶ୍ରଙ୍କ ଏହି ସଫଳତାରେ ଖୁସି ବ୍ୟକ୍ତ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

0
0
0
s2sdefault