ରାୟଗଡ଼ ତା : ୫-୯-୨୦୨୫: ରାୟଗଡ଼ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଜିଲ୍ଳାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଯୋଗ ଦେଇ ଶ୍ରୀଜଗନ୍ନାଥ ଓ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ । ବରେଣ୍ଯ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ ମାଝୀ, ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହାକ, ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ବିଷମକଟକର ଅଧ୍ୟକ୍ଷ ଜଗନ୍ନାଥ ମେହେର ଓ ଏଡିଇଓ ଭଜନଲାଲ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ ।
ରାୟଗଡ ଭଳି ଜିଲ୍ଲାରେ ଶିକ୍ଷାର ଗୁଣାତ୍ମକ ବିକାଶର ଆବଶ୍ୟକତା ରହିଛି । ମୌଳିକ ଭାଷା ଓ ସଂଖ୍ୟାଜ୍ଞାନର ବିକାଶ ଶିଶୁଙ୍କ ଜ୍ଞାନର ଭିତ୍ତିଭୂମିକୁ ସୁଦୃଢ କରିପାରିବ। ଶିକ୍ଷକ ଶିକ୍ଷା ସହିତ ଶିଶୁଙ୍କ ଶୃଙ୍ଖଳା, ଚରିତ୍ର ଗଠନ ସହ ସାମାଜିକ ଚଳଣି ଆଦିର ପରିବର୍ତ୍ତନରେ ସହାୟକ ହୋଇଥାନ୍ତି । ଅବସର ପ୍ରାପ୍ତ ଶିକ୍ଷକ ଅନୁଭୂତିସମ୍ପର୍ଣ ଅଟନ୍ତି। ଜିଲ୍ଲାରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ ମୁଖ୍ଯ ସ୍ରୋତକୁ ଆଣିବାରେ ସେମାନଙ୍କ ସହଯୋଗ କାମନା କରିଥିଲେ ।
ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ନାହାକ ମୁଖ୍ଯମନ୍ତ୍ରୀ ଶିକ୍ଷା ଯୋଜନାର ଆଭିମୁଖ୍ଯ ଓ ବିବରଣୀ ଉପସ୍ଥାପନ କରିଥିଲେ ।
ଏହି ଅବସରରେ ଚଉଦ ଜଣ ଉଚ୍ଚ ବିଦ୍ୟାଳୟ, ଦଶଜଣ ପ୍ରାଥମିକ ଓ ଜଣେ ସି ଆର ସି ସି ଙ୍କୁ ପୁରସ୍କୃତ କରାଯାଇଥିଲା ।
ଦ୍ବିତୀୟ ଅଧିବେଶନରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ତରଫରୁ ରାୟଗଡ ଜିଲ୍ଲାରୁ ଆସିଥିବା ଅଠେଇଶି ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ , ଉପଢୌକନ ଓ ମାନପତ୍ର ମାଧ୍ୟମରେ ସମ୍ମାନିତ କରାଯାଇଥିଲା । ଅବସରପ୍ରାପ୍ତ ଶିକ୍ଷକଙ୍କ ଆଦର୍ଶ ଓ କର୍ମଠତାରୁ ଶିକ୍ଷା ମିଳିଥାଏ , ନୂତନ ପିଢି ଉପରେ ଏହାର ସୁପ୍ରଭାବ ରହିଥିବା ଜିଲ୍ଲା ସଂପାଦକ ନୀଳାଞ୍ଚଳ ମିଶ୍ର କହିଛନ୍ତି । ଆୟୋଜନରେ ଜିଲ୍ଲାଶିକ୍ଷାଧୀଶଙ୍କ କାର୍ଯ୍ଯାଳୟ, ବାଳିକା ଉଚ୍ଚ ବିଦ୍ୟାଳୟର କର୍ମକର୍ତ୍ତାଗଣ, ଜିଲ୍ଲା ଶିକ୍ଷକ ସଂଘର ସଂଗଠକ ସାନନ୍ଦ ବେନିଆ, କୋଷାଧ୍ୟକ୍ଷ ନୀଳାଚଳ ପଣ୍ଡା, ସଂଗଠନ ସମ୍ପାଦକ ମହେନ୍ଦ୍ର ବାଗ, ରାଜ୍ୟ ଉପସଭାପତି ନରେଶ ସିଂ, ରାଜ୍ୟ ଆଞ୍ଚଳିକ ସମ୍ପାଦକ ଦୀପକ ରାଉତ, ରାୟଗଡ଼ ବ୍ଳକ ସଭାପତି ସଦାନନ୍ଦ ନାୟକ, ସୁରେଶ ପଟ୍ଟନାୟକ, ପୁରନ୍ଦର ପାଣି, ସରୋଜ କୁମାର ପତ୍ରି, ବିଜୟ କୁମାର ପଣ୍ଡା, ପ୍ରଦୀପ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ ।
ରାଜ୍ୟ
ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ପାଳିତ
- Hits: 8