ଝାରସୁଗୁଡ଼ା ପୌର କାର୍ଯ୍ୟାଳୟ ସ୍ଥାନାନ୍ତର ନକରିବାକୁ ବିଜେଡି ଜିଲ୍ଲାପାଳଙ୍କ ନିକଟରେ ଫେରାଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଝାରସୁଗୁଡ଼ା : ପୌର ପରିଷଦର ନୂତନ କାର୍ଯ୍ୟାଳୟ ପାଇଁ ସହରର ବିଟିଏମ୍ ଅଞ୍ଚଳରେ ଜାଗା ଚିହ୍ନଟୀକରଣ କାର୍ଯ୍ୟ ଶେଷ ହୋଇଛି। ଆସନ୍ତା ୬ ତାରିଖରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ ସମୟରେ ଏହି ପ୍ରକଳ୍ପ ପାଇଁ ଶିଳାନ୍ୟାସ ବି ହେବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଏହା ପୂର୍ବରୁ ବିଟିଏମ୍ ଜାଗାକୁ ନେଇ ବିବାଦ ଆରମ୍ଭ ହୋଇଛି। ବିଜେଡ଼ିର ଅଭିଯୋଗ ଅନୁସାରେ, ଝାରସୁଗୁଡ଼ା ପୌର ପରିଷଦର କାର୍ଯ୍ୟାଳୟ ସହରର ମଧ୍ୟ ଭାଗରେ ଥିବାରୁ ପରିମଳ, ଷ୍ଟ୍ରିଟ ଲାଇଟ୍, ହୋଲଡିଂ ଟିକସ, ବିଲ୍‌ଡିଙ୍ଗ ପ୍ଲାନ୍, ରାସନ କାର୍ଡ, ଜନ୍ମ ମୃତ୍ୟୁ ପଞ୍ଜିକରଣ ସହିତ ସାମାଜିକ କଲ୍ୟାଣ ଯୋଜନା ଯଥା ଭତ୍ତା ବଣ୍ଟନ କାର୍ଯ୍ୟ ସୂଚାରୁ ରୂପେ ହୋଇପାରୁଛି। ସହରର ମଧ୍ୟଭାଗରେ କାର୍ଯ୍ୟାଳୟ ଥିବାରୁ ବିଭିନ୍ନ ୱାର୍ଡରୁ ଲୋକେ ଆସି ସେମାନଙ୍କ ଅଭିଯୋଗ ବି ଦାଖଲ କରିପାରୁଛନ୍ତି । କିନ୍ତୁ କାର୍ଯ୍ୟାଳୟ ବିଟିଏମ୍‌କୁ ସ୍ଥାନାନ୍ତର ହେଲେ ଏଠାକାର ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବେ ବୋଲି ମତପ୍ରକାଶ ପାଇବା ପରେ ଆଜି ପୌରାଧ୍ୟକ୍ଷା ରାନୀ ହାତୀ ଓ ବିଜେଡ଼ିର କାଉନସିଲରମାନେ ଜିଲ୍ଲାପାଳଙ୍କୁ ଭେଟି ଏହି ନିଷ୍ପତ୍ତ ଉପରେ ପୁନର୍ବିଚାର କରିବାକୁ ଅନୁରୋଧ କରିଥିଲେ | ଏହାସହିତ ବିଟିଏମ୍‌ରେ ନିର୍ମାଣ ହେବା ପୂର୍ବରୁ ସେଠାରେ ଥିବା ପ୍ରାୟ ୪୦ଟି ଦୋକାନୀ ଓ ଲୋକଙ୍କୁ ଥଇଥାନ କରିବାକୁ ଦାବି କରିଥିଲେ । ଏହି ସମୟରେ କାଉନସିଲର ନବନିତ କୌର, ମଧୁମିତା ଶୁଭନିଲ, ପୱନ ଶର୍ମା, ବାସନ୍ତୀ ଟପୋ, ଗିତାଞ୍ଜଳୀ ପଣ୍ଡା, ନିତାରାଣୀ ସା, ସୁଷମା ବରାଳ, ଡାନିଏଲ୍‌ ଲାକ୍ରା, ମନିଷା ଚୌହାନ, ସୁକୁନ ଲାକ୍ରା, ଜୟନ୍ତୀ ନାଏକ, ବବିତା ରଣବିଡ଼ା, ଝରଣା ଭୋଇ, ପ୍ରତିମା ଭଇଁସାଲ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault