କେନ୍ଦୁଝର,ତା୪/୯- ଆଜି କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଓସାକ୍ସ ଆନୁକୂଲ୍ୟରେ ଏଡ଼ସ ସଚେତନତା ଗଣଦୌଡ଼ ସରକାରୀ ମହିଳା ମହାବିଦ୍ୟାଳୟରୁ ଆରମ୍ଭ ହୋଇ ସହର ପରିକ୍ରମା କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମାପ୍ତି ହୋଇଥିଲା। ଅଧ୍ୟକ୍ଷ ଲଳିତ ରଞ୍ଜନ ସାହୁ ଗଣଦୌଡ଼କୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଏହି ଗଣସଚେତନତା ଦୌଡ଼ରେ ଧରଣୀଧର ବିଶ୍ୱବିଦ୍ୟାଳୟ ସମେତ ଆଖପାଖର ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ଆଇସିଟିସି ସୁପରଭାଇଜର ବ୍ରହ୍ମାନନ୍ଦ ସାହୁ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଡିପିଏମ ନିତ୍ୟରଞ୍ଜନ ବରାଳ, ଜିଲ୍ଲା ରେଡ଼କ୍ରସ ଯୁଗ୍ମ ସମ୍ପାଦକ ଏ ଆର ଖାନ, ଆଡିସନାଲ ଡିଷ୍ଟ୍ରିକ୍ଟ ପବ୍ଲିକ ହେଲଥ ଅଫିସର(ଯକ୍ଷ୍ମା) ଡାକ୍ତର ନିଲମ ମହାନ୍ତି,ଡାକ୍ତର ଏଲ କେ ମହାନ୍ତ ଏଡିପିଏଚଓ (ପରିବାର ନିୟନ୍ତ୍ରଣ )ଭରତ କୁମାର ସାହୁ ଡିପିଏଚସିଓ, ବୃନ୍ଦାବନ ସାହୁ ଷ୍ଟାଟିସଟିକାଲ ଆସିଷ୍ଟାଣ୍ଟ, ପ୍ରକାଶ କୁମାର ଦାସ ସିଏସଓ ଦିଶା, ଦେବାନନ୍ଦ ନାଏକ ଆସିଷ୍ଟାଣ୍ଟପ୍ରଫେସର ରାଜନୀତି ବିଜ୍ଞାନ ଅତିଥିଭାବେ ଯୋଗଦେଇ ଏଡ଼ସ ମହାମାରୀରୁ ନିଜକୁ ଯୁବ ପୀଢ଼ିକୁ ଦୂରେଇ ରଖି ଏକ ସୁସ୍ଥ ସମାଜ ଗଠନ ପାଇଁ ଚାଲେଞ୍ଜ ସୃଷ୍ଟି କରିଥିବା ବେଳେ ଏହାକୁ କେବଳ ଯୁବ ଶକ୍ତି ହିଁ ପ୍ରତିହତ କରି ପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏସଏମଆର କଲେଜର ତୁରମ ପୂର୍ତ୍ତି, ତୃପ୍ତିମୟୀ ଦାସ, କେନ୍ଦୁଝର ମହିଳା ମହାବିଦ୍ୟାଳୟର ଲକ୍ଷ୍ମୀପ୍ରିୟା ବାରିକ, କୌଶଲ୍ୟା ନାଏକ, ତପସ୍ୱିନୀ ମୁଣ୍ଡା, ଧରଣୀଧର ବିଶ୍ୱବିଦ୍ୟାଳୟର ରଞ୍ଜନ ସୋରେନ, ବାପୁନ କୁଲାଣ୍ଡିଆ,ଲକ୍ଷ୍ମଣ ମୁର୍ମୁ, ମିନାକ୍ଷୀ ପୂର୍ତ୍ତି ଏହି ମାରାଥନ ଦୌଡ଼ରେ କୃତକାର୍ଯ୍ୟ ହୋଇ ଆସନ୍ତା ଦଶ ତାରିଖରେ ରାଜ୍ୟ ସ୍ତରୀୟ ସଚେତନ ଦୌଡ଼ରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ କଲେଜର ଅଧ୍ୟାପକବୃନ୍ଦ, ଜିଲ୍ଲା ଆଇସିଟିସି କର୍ମକର୍ତ୍ତା ବୃନ୍ଦ ସହଯୋଗ କରିଥିଲେ। ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ଓ ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା।
ରାଜ୍ୟ
କେନ୍ଦୁଝରରେ ଏଡ଼ସ ସଚେତନତା ଗଣଦୌଡ଼
- Hits: 6