ମାଲକାନଗିରି, ତା:-୦୪/୦୯ ସୀମାନ୍ତ ଛତିଶଗଡ ର ବିଜାପୁର ଜିଲ୍ଲା ଗଙ୍ଗୁଲୁର, ବାସାଗୁତ ଗୁଡା, ଜାଙ୍ଗଲାଗୁଡା ଜଙ୍ଗଲରେ ଯବାନମାନେ କୁମିଙ୍ଗ ଅପରେସନ କରୁଥିବା ସମୟରେ ୧୬ଜଣ ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ସେମାନଙ୍କ ପାଖରୁ ପ୍ରେସର ବୋମା, ଜିଲୋଟିନ,
ଟିଫିନ ବୋମା ସହ ବହୁ ପରିମାଣ ର ବିସ୍ପୋରକ ଜବତ କରାଯାଇ ଥିବା ବିଜାପୁର ଏସପି ଡ.ଜିତେନ୍ଦ୍ର କୁମାର ଯାଦବ ସୂଚନା ଦେଇଛନ୍ତି । ଗିରଫ ମାଓବାଦୀଙ୍କ ସମ୍ପର୍କରେ ଛାନଭିନ କରାଯାଉଛି। ସମାନେ କେଉଁ କେଉଁ ମାଓ ହିଂସାରେ ସମ୍ପୃକ୍ତ ଅଛନ୍ତି ତାହା ଏନକୁଆରୀ ପରେ କୁହାଯିବ ବୋଲି କହିଛନ୍ତି ।