ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନରେ ଦୁର୍ନୀତି ଅଭିଯୋଗ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝର,ତା୪/୯- କେନ୍ଦୁଝର ଜିଲ୍ଲାର ସଦର ସବଡିଭିଜନର ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପରିଚାଳକ (ଜୀବିକା ମିଶନ)ର ବେପାରୁଆ ଓ ଲାଭଖୋର(ପିସି) ମନୋବୃତ୍ତିି ପାଇଁ ସରକାରଙ୍କ ଜନହିତକର ଯୋଜନା ବାଟବଣା ହେଉଛି ବୋଲି ଗୁରୁତର ଅଭିଯୋଗ ଆସିଛି ।କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକ ଅନୁସୂଚିତ ଜାତିର ଗରୀବ ଚାଷୀଙ୍କ ଜୀବନ ଜୀବିକାର ଉନ୍ନତିକରଣ ନିମନ୍ତେ ଆଦିବାସୀ କଲ୍ଯାଣ ବିଭାଗ ଦ୍ବାରା କୃଷି ଓ କୃଷକ ମାନଙ୍କ ଉନ୍ନତିକରଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ସରକାରୀ ଅଧିକାରୀଙ୍କ ଚାଷୀଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ ଯୋଗୁଁ ଉପଯୁକ୍ତ ସମୟରେ ବିହନ ସାର ଓ ଔଷଧ ପ୍ରଦାନ ନ କରିବା ଦ୍ବାରା ଚାଷୀଙ୍କ ଉନ୍ନତିକରଣ ଓ ଚାଷର ଅମଳ କମ ହେବାର ସମ୍ଭାବନା ରହିଛି। ଉଦାହରଣ ସ୍ୱରୂପ ଚଳିତ ବର୍ଷ କେନ୍ଦୁଝର ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ବର୍ତ୍ତମାନ ଜୁଲାଇ ମାସ ଶେଷ ସପ୍ତାହରେ ଚାଷୀଙ୍କୁ ମକା,ଚିନାବାଦାମ,ହରଡ, କଲରା,ବାଇଗଣ ଇତ୍ୟାଦି ବିହନ ଯୋଗାଇ ଦିଆଯାଇଅଛି । କଥାରେ ଅଛି ‘ଚାଷ ତରତର ବଣିଜ ମଠ' କିନ୍ତୁ ବର୍ତ୍ତମାନ ହରଡ, ମକା, ଚିନାବାଦାମ ଚାଷର ଉପଯୁକ୍ତ ସମୟ ସରିଯାଇଥିବାରୁ ଚାଷୀ ମାନେ ଚାଷକରି ଲାଭବାନ ହେବା ବଦଳରେ କ୍ଷତିଗ୍ରସ୍ତ ହେଉଛନ୍ତି । ନିମ୍ନମାନର ବିହନଯୋଗାଣ ଯୋଗୁଁ ଗଛ ନ ହେବା ଦ୍ବାରା ଚାଷୀମାନଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି। ଏନେଇ କୃଷି ବୈଜ୍ଞାନିକ କହିଛନ୍ତି ଖରିଫ ଫସଲ ଚାଷ ପାଇଁ ମେ, ଜୁନ ମାସରେ ଉନ୍ନତ ବିହନ ଯୋଗାଣ ବ୍ଯବସ୍ଥା କରାଯାଇ କୃଷକ ଓ କୃଷିର ସାମୂହିକ ବିକାଶ ହୋଇପାରିବ କିନ୍ତୁ ବର୍ତ୍ତମାନ ନୂଆ ସରକାରଙ୍କୁ ବଦନାମ କରିବା ପାଇଁ ଏହା ଏକ ଷଡଯନ୍ତ୍ର ବୋଲି କୃଷକ ନେତା ଭାଗିରଥୀ ସିଂହ କହିଛନ୍ତି। ସୂଚନା ମୁତାବକ ଏବର୍ଷ କେନ୍ଦୁଝର ଆଇଟିଡିଏ ଚିନାବାଦାମ ୪୦୦ ଏକର,ମକା ୩୭୫ ଏକର, ହରଡ ୧୨୦ ଏକର, କଲରା ୯୦ଏକର,ବାଇଗଣ ୨୨୦ ଏକର, ଝୁଡ଼ଙ୍ଗ ୨୨୦ଏକର ଇତ୍ୟାଦିର ଖରିଫ ଫସଲ ଚାଷ ପାଇଁ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଅନୁଦାନ କରାଯାଇ ବିହନ ଯୋଗାଇ ଦିଆଯାଇ ଥିବା ବେଳେ ହରିଚନ୍ଦନପୁର ବ୍ଲକ ପାଇଁ ହରଡ଼ ୨୦ ଏକର, ବାଇଗଣ ୩୦ ଏକର,ମକା ୩୦ଏକର ,ଚିନାବାଦାମ ୫୦ଏକର,ଝୁଡ଼ଙ୍ଗ ୨୫ଏକର,କଲରା ୩୦ଏକର ଚାଷ ନ କରି ସରକରୀ ଅର୍ଥ ହରିଲୁଟ ଜଣାପଡିଛି। ଠିକ ସମୟରେ ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଇ ଥାଆନ୍ତା ତାହେଲେ ବର୍ତ୍ତମାନର ବଜାର ଦର ଅନୁସାରେ ଆଦିବାସୀ ଚାଷୀ ଭାଇ ଭଉଣୀ ମାନେ ଢେର ଅଧିକ ଲାଭବାନ ହୋଇଥାନ୍ତେ ବୋଲି ଆଞ୍ଚଳିକ ବିକାଶ ମଞ୍ଚର ସଂପାଦକ କହି କ୍ଷୋଭ ପ୍ରକାଶ କରିଛନ୍ତି।

0
0
0
s2sdefault