ହେଡଲାଇନସ୍:

ସଂଗଠନ ସୃଜନ ଅଭିଯାନ ମାଧ୍ୟମରେ ଜିଲ୍ଲା ସଭାପତି ଚୟନ ଲାଗି କଂଗ୍ରେସର ଗୁରୁତ୍ୱ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଏଆଇସିସି ପର୍ଯ୍ୟବେକ୍ଷକ ଥିରୁ ଆସାନ ମୌଲାନାଙ୍କ ସାମ୍ବାଦିକ ସମ୍ମିଳନୀ।

କେନ୍ଦୁଝର,ତା୪/୯- କେନ୍ଦୁଝର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଆଜି ଚଳଚଞ୍ଚଳ ହୋଇ ଉଠିଥିଲା। ଜିଲ୍ଲା ସଭାପତି ଚୟନ ଲାଗି ଭାରତୀୟ ଜାତୀୟ କଂଗ୍ରେସ ମୁଖ୍ୟାଳୟରୁ  ଥିରୁ ଆସାନ ମୌଲାନା କେନ୍ଦୁଝର ଜିଲ୍ଲା ଲାଗି ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇ କାଲି ଆସି ପହଞ୍ଚି ଥିବା ଜଣାଯାଇଛି। ସେ କାଲି ପ୍ରବଳ ବର୍ଷା ସତ୍ତ୍ୱେ ଅନେକ ବୁଦ୍ଧିଜୀବୀ ଓ କଂଗ୍ରେସ କର୍ମୀଙ୍କୁ ଭେଟି ଆଲୋଚନା କରିଥିଲେ। କେନ୍ଦୁଝର ଜିଲ୍ଲାରେ କଂଗ୍ରେସର ଉପସ୍ଥିତି ନେଇ ଅନୁଧ୍ୟାନ କରିଥିଲେ। ତେବେ ଆଜି ଦିନ ୧୨ଟାରେ ଜିଲ୍ଲା କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କର ଗସ୍ତ କାର୍ଯ୍ୟକ୍ରମ ସହ କଂଗ୍ରେସର ଉତଥାନ ସମ୍ପର୍କରେ ଅବଗତ କରିଥିଲେ। ଆଜି ଲୋକେ କଂଗ୍ରେସକୁ ଲୋଡୁଛନ୍ତି ଏକ ଶକ୍ତ ବିରୋଧୀ ଦଳ ଭାବେ କଂଗ୍ରେସ ଏବେ ଲୋକଙ୍କ ଆସ୍ଥା ଭାଜନ ହୋଇଛି। ଦଳର ନେତା ରାହୁଲ ଗାନ୍ଧୀ ଦଳର ସଭାପତି ମଲ୍ଲୀକାର୍ଜ୍ଜୁନ ଖାଡ଼ଗେ ଭୋଟ ଚୋରୀ ପ୍ରସଙ୍ଗ ଉଠାଇ ଲୋକଙ୍କ ସମର୍ଥନ ପାଉଛନ୍ତି। ବିହାରରେ ରାହୁଲଙ୍କୁ ଅଭୁତପୂର୍ବ ଲୋକ ସମର୍ଥନ ସ୍ନେହ ମିଳିଛି। ଓଡ଼ିଶାରେ ମଧ୍ୟ କଂଗ୍ରେସ ଭକ୍ତ ଦାସଙ୍କ ନେତୃତ୍ୱରେ ଲଢେଇ କରି ଦକ୍ଷତା ପ୍ରତିପାଦନ କରିଛି। ଏଥର କଂଗ୍ରେସ ଲୋକଙ୍କ ସହ ବେଶୀ ଯୋଡ଼ି ହେବାକୁ ଜିଲ୍ଲା ସଭାପତି ଚୟନ ଲାଗି ବ୍ୟାପକ ବ୍ୟବସ୍ଥା କରିଛି। ତେଣୁ ଏଆଇସିସି ପକ୍ଷରୁ ତାମିଲନାଡୁର ବିଧାୟକ ଥିରୁ ଆସାନ ମୌଲାନାଙ୍କୁ କେନ୍ଦୁଝର ପଠା ଯାଇଛି ସେ ଦଳୀୟ କର୍ମୀ ନେତାଙ୍କୁ ବ୍ଲକ ନଗରପାଳିକା ସ୍ତରରେ ଯାଇ ଭେଟି ଜିଲ୍ଲା ସଭାପତି ଚୟନ ଲାଗି ସୁପାରିଶ କରିବେ। ତାଙ୍କୁ ଏହି କାର୍ଯ୍ୟ ଲାଗି ପିସିସି ପକ୍ଷରୁ ସହ ପର୍ଯ୍ୟବେକ୍ଷକ ରୂପେ ପୂର୍ବତନ ସାଂସଦ ସୁଶୀଳା ତିରିଆ, ପୂର୍ବତନ ବିଧାୟକ ସୁଦର୍ଶନ ଜେନା ଓ ବରିଷ୍ଠ କଂଗ୍ରେସ ନେତା ଯୋଗେଶ ଆଗ୍ରୱାଲ ସହଯୋଗ କରିବେ। ଆଜି ପ୍ରେସ ମିଟରେ ଜିଲ୍ଲା କଂଗ୍ରେସ ସଂଯୋଜିକା ସଂଗୀତା ସିଂହ ଅତିଥି ପରିଚୟ କରି ସ୍ୱାଗତ ଭାଷଣ ରଖିଥିଲେ ସେହିପରି ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ମାର୍ଗଦର୍ଶନ କରିଥିଲେ। ପ୍ରେସ ମିଟ ପରେ ପର୍ଯ୍ୟବେକ୍ଷକ ଜଣେ ଜଣେ କଂଗ୍ରେସ ନେତା କର୍ମୀଙ୍କୁ ଡାକି ଆଲୋଚନା କରିଥିଲେ ଜିଲ୍ଲା ସାରାରୁ ବହୁ କଂଗ୍ରେସ କର୍ମୀ ଓ ନେତା ଯୋଗ ଦେଇଥିଲେ ଅନେକ ଦଳ ଛାଡ଼ିଥିବା ନେତା ମଧ୍ୟ ଉପସ୍ଥିତ ଥିଲେ। ଏହାପରେ କାଲିଠାରୁ ପର୍ଯ୍ୟବେକ୍ଷକ ଜିଲ୍ଲା ସାରା ବୁଲି କଂଗ୍ରେସ କର୍ମୀଙ୍କୁ ଭେଟିବା ସହ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି। ଜିଲ୍ଲାରେ ଅନେକ ସମସ୍ୟା ଥିବାରୁ ଜଣେ ଦକ୍ଷ ସଚ୍ଚୋଟ ବ୍ୟକ୍ତି ଜିଲ୍ଲା ସଭାପତି ହୁଅନ୍ତୁ ବୋଲି ସାଧାରଣରେ ଆଲୋଚନା ହେଉଛି।

0
0
0
s2sdefault