ହେଡଲାଇନସ୍:

ଭଞ୍ଜନଗରରେ ନୂତନ ଆଞ୍ଚଳିକ ପରିବହନ ଅଧିକାରୀ ଙ୍କ ଦାୟିତ୍ବ ଗ୍ରହଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ନୂତନ ଆର୍ .ଟି.ଓ ଭାବେ ଭାଗୀରଥି ନାୟକ ଗତ ସୋମବାର ଦିନ ଦାୟିତ୍ବ ଗ୍ରହଣ କରିଥିବା ଜଣାପଡିଛି | ଏହାପୂର୍ବରୁ ସେ ମାଲକାନଗିରିରେ କାର୍ଯ୍ୟରତ ଥିଲେ | ମୋଟରଯାନ ନିରୀକ୍ଷକ କିଶୋର କୁମାର ଦେ ସହନିରୀକ୍ଷକ ଶୁଭାଶିଷ ମହାରଣା ଓ ଟ୍ରାଫିକ୍ ଅଧିକାରୀ ଜିତେନ୍ଦ୍ର କୁମାର ମୁର୍ମୁଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଶ୍ରୀ ନାୟକଙ୍କୁ ସ୍ବାଗତ କରିଥିଲେ | ଦୁର୍ଘଟଣା ହାରକୁ ରୋକିବା, ଟ୍ରାଫିକ୍ ନିୟମ କଡ଼ାକଡ଼ି ପାଳନ ଓ ସଚେତନତାକୁ ବ୍ୟାପକ କରିବାକୁ ପ୍ରାଥମିକତା ଦିଆଯିବ ବୋଲି ସେ କହିଛନ୍ତି | ପ୍ରକାଶ ଥାଉକି ଶ୍ରୀ ନାୟକ ପୂର୍ବରୁ ଏଠାରେ ଏମ୍‌.ଭି.ଆଇ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି |

0
0
0
s2sdefault