କୁଚିଣ୍ଡା:(ଅଜୟ କୁମାର ବାଘ) ଲଘୁଚାପ ଜନିତ ଲଗାଣ ବର୍ଷାରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବକ୍ସମା ଗ୍ରାମପଞ୍ଚାୟତ ଲାଡ଼ ଗ୍ରାମର ସୌଦାମିନି ବାରିକଙ୍କ ଘରଟି ଭାଙ୍ଗି ଯାଇଛି l ଫଳରେ ରୋଷେଇବାସ ଓ ରହିବା ପାଇଁ ସୌଦାମିନିଙ୍କ ସମେତ ସ୍ୱାମୀ,ପୁଅ,ଝିଅ ଚାରି ପ୍ରାଣୀ ଏବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ସୌଦାମିନିଙ୍କ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବାରୁ ପକ୍କା ଘର ନିର୍ମାଣ କରିବାକୁ ସକ୍ଷମ ନୁହନ୍ତି l ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ତାଙ୍କ ନାମ ନାହିଁ l ଏଣୁ ସେ ପକ୍କା ଘର ପାଇବାରୁ ବଞ୍ଚିତ ହୋଇଛନ୍ତି l ତୁରନ୍ତ ଜିଲ୍ଲା ପ୍ରଶାସନ ଏହି ଯୋଜନାରେ ସୌଦାମିନିଙ୍କୁ ସାମିଲ କରିବାକୁ ସେ ପ୍ରଶାସନକୁ ନିବେଦନ କରିଛନ୍ତି l ସମ୍ବଲପୁର ଜିଲ୍ଲାପାଳ ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ କରିବା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ସହ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି l
ରାଜ୍ୟ
ଲଗାଣ ବର୍ଷାରେ ଭାଙ୍ଗିଲା ଗରିବ ସୌଦାମିନିଙ୍କ ଘର: 'ଆବାସ' ଯୋଜନାରେ ସାମିଲ ଦାବି
- Hits: 361