ବେଲଗୁଣ୍ଠା--(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଗୋପାଳ ସମାଜ ପଡିଆ ମୁଠାର ନନ୍ଦୋତ୍ସବ ଓ ସାଧାରଣ ବୈଠକ କାର୍ଯ୍ୟକ୍ରମ ବେଲଗୁଣ୍ଠାସ୍ଥିତ ସମାଜ ଗୃହରେ ଅନୁଷ୍ଠିତ ହୋଇଯାଇଅଛି ।ମୁଠା ସଭାପତି ପ୍ରଫୁଲ୍ଲ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମରେମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସ୍ୱତନ୍ତ୍ର ଅତିଥି ଭାବେ ସୋରଡା ବିଧାୟକ ନୀଳମଣି ବିଷୋୟୀ,ଘୁମୁସର ବିଜେପି ମଣ୍ଡଳ ସଭାପତି ନୀଳମାଧବ ପାତ୍ର,କନ୍ଧମାଳ ସାଂସଦ ପ୍ରତିନିଧି ରବୀନ୍ଦ୍ର ଗୌଡ଼,କୁଳର ବରିଷ୍ଠ ଆଇନ ପରାମର୍ଶଦାତା ଅଭିମନ୍ୟୁ ଗୌଡ,ତାଲୁକା ସଭାପତି ଶିବ ଶଙ୍କର ପ୍ରଧାନ,ସମ୍ପାଦକ ମାଲ ଗୌଡ ପ୍ରମୁଖ ମଞ୍ଚାସୀନ ଥିଲେ ।ଏହି ଅବସରରେ ଜନ୍ମାଷ୍ଟମୀ ଉପଲକ୍ଷେ ନନ୍ଦୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅତିଥି ମାନେ ନିଜ ବକ୍ତବ୍ୟ ଜରିଆରେ କୁଳର ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ ।ଉପଯୁକ୍ତ ଶିକ୍ଷା ଅଭାବ ଯୋଗୁଁ ସମାଜଉନ୍ନତିର ସୋପାନରେ ପହଞ୍ଚିପାରୁ ନାହିଁ। ପୁଅ ଝିଅଙ୍କୁ ପାଠ ପଢ଼ାଇ ମଣିଷ କରିଲେ ଭାରତବର୍ଷର ଐତିହ ସଂସ୍କୃତି ଓ ପରମ୍ପାର ଅଧିକ ଉଜ୍ଜଳମ୍ମୟ ହୋଇଉଠିବ ବୋଲି ବେଲଗୁଣ୍ଠା ସ୍ଥିତ ଘୁମୁସର ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜର ପଡ଼ିଆ ମୁଠା ତରଫରୁ ଅନୁଷ୍ଠିତ ନନ୍ଦ ଉତ୍ସବରେ ସୋରଡ଼ା ବିଧାୟକ ଶ୍ରୀ ବିଷୋୟୀ କହିଛନ୍ତି । ମୁଖ୍ୟଅତିଥି ତଥା ଭଞ୍ଜନଗର ବିଧାୟକ ଶ୍ରୀ ନାୟକ ଗୋପାଳ ସମାଜ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରଣାୟନ କରାଯାଇଥିବା ବହୁମୁଖୀ ଯୋଜନାର ସଫଳ ରୂପାୟନ ପାଇଁ ଆହ୍ଵାନ କରିଥିଲେ । ଗୋପାଳନ, କୁକୁଡ଼ାଚାଷ, ଛେଳି ଚାଷ ଓ ମାଛ ଚାଷ ପରି ଲକ୍ଷ ଲକ୍ଷ ଟଙ୍କାର ସବସିଡ଼ ଋଣ ପ୍ରଦାନ କରୁଥିବା ବେଳେ ଆମ ଲୋକେ ଏହାର ସୁଯୋଗ ନେବା ପାଇଁ କହିଊ ।ଏହାରି ମଧ୍ୟରେ ସୋରଡା ବିଧାୟକ ଶ୍ରୀ ବିଷୋୟୀ ସମାଜ ଗୃହର ଉନ୍ନତି ପାଇଁ ୨ ଲକ୍ଷ ଟଙ୍କା ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ ।ତଥା ସମାଜ ଗୃହର ୨୪ ଘଣ୍ଟିଆ ବିଦ୍ୟୁତ୍ ସରବରାହ ପାଇଁ ଏକ ଇନଭେର୍ଟର ପ୍ରଦାନ କରିବେ ବୋଲି ଭଞ୍ଜନଗର ବିଧାୟକ ଶ୍ରୀ ନାୟକ ପ୍ରତିଶୃତି ଦେଇଥିଲେ ।ଦୁଇ ବିଧାୟକଙ୍କ ଏହି ଘୋଷଣା ପରେ ଗୋପାଳ ସମାଜର କର୍ମକର୍ତ୍ତା ଓ ଉପସ୍ଥିତ ସଦସ୍ୟ ମାନେ କରତାଳି ଦେଇ ଅଭିବାଦନ ଜଣାଇବା ସହିତ ସାଧୁବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ଦଶମ ଓ ଉଚ୍ଚ ଶିକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମାଜ ଦ୍ୱାରା ଅତିଥି ମାନଙ୍କ କରକମଳରେ ସମ୍ବର୍ଦ୍ଧିତ କରାଯାଇଥିଲା । ଗୋପାଳ ସମାଜର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମକୁ ନୃସିଂହ ଚରଣ ଗୌଡ଼(କୋକୋ),ଅମୀୟ ଗୌଡ଼,ସମିତି ସଭ୍ୟ ଜିରୋଳି ପ୍ରଫୁଲ୍ଲ କୁମାର ଗୌଡ଼,ପିତ୍ତବାସ ଗୌଡ଼ ଙ୍କ ସମେତ କୁଳର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ ।
ରାଜ୍ୟ
ବେଲଗୁଣ୍ଠା ଗୋପାଳ ସମାଜ ପଡିଆ ମୁଠାର ନନ୍ଦୋତ୍ସବ ଓ ସାଧାରଣ ବୈଠକ କାର୍ଯ୍ୟକ୍ରମ
- Hits: 288