୩୨୬ ନମ୍ବର ଜାତୀୟ ରାଜପଥ ପାଲଟିଛି ମରଣାଯନ୍ତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୋଖରୀ ସଦୃଶ୍ୟ ରାଜରାସ୍ତା, ସେପଟେ ଲଘୁଚାପ ସକାଶେ ମୋଟୁ ରେ ବନ୍ୟା ଆଶଙ୍କା l

ମାଲକାନଗିରି:୦୫/୦୯:ମାଲକାନଗିରି ଜିଲ୍ଲାରେ ସଡକ ଦୁର୍ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି l ଜିଲ୍ଲାରେ ଯେଉଁ ବ୍ଲକ କୁ ପରିଦର୍ଶନ କରିବେ ପ୍ରତ୍ୟେକ ବ୍ଲକ ରେ ରାସ୍ତା କାଦୁଅ ପୋଚ ପୋଚ ସହ ପାଣି ଜମିବାର ଚିତ୍ର ଦେଖାଯାଉଛି l ଇଏ ତ ଗଲା ବ୍ଲକ ଏବଂ ଗ୍ରାମଞ୍ଚଳ କଥା ବିଶେଷ କରି ଯଦି ଦେଖିବେ ମାଲକାନଗିରି ଜିଲ୍ଲାର ଜାତୀୟ ରାଜପଥର ଦୃଶ୍ୟ ଯାହାକି ୩୨୬ ନମ୍ବର ଜାତୀୟ ରାଜପଥ ମାଲକାନଗିରି ଠାରୁ ଆରମ୍ବ କରି ସୀମାନ୍ତ ମୋଟୁ ପର୍ଯ୍ୟନ୍ତ ଯେଉଁଠି ଦେଖିବେ ସେଇଠି ବଡ ବଡ ଗାତ ରାଜ ରାସ୍ତା ମଝିରେ ସୃଷ୍ଟି ହୋଇ ପାଣି ଜମିଛି ଏବଂ କୃତିମ ପୋଖରୀ ଭଳି ଦେଖା ଦେଉଛି l ମାଲକାନଗିରି ଠାରୁ ଆରମ୍ବ କରି ସୀମାନ୍ତ ମୋଟୁ ପର୍ଯ୍ୟନ୍ତ ପାଖା ପାଖି ୧୦୦ କିଲୋମିଟର ରୁ ଉର୍ଦ୍ଧ ଦୂରତା ବିଶିଷ୍ଟ ଏହି ରାଜ ରାସ୍ତା ର ମଝିରେ ବଡ଼ ବଡ଼ ଗାତ ସବୁ ସୃଷ୍ଟି ହୋଇ ରାଜ ରାସ୍ତା ମଝିରେ କୁତ୍ରିମ ବନ୍ଧ ପାଲଟି ଯାଇଛି। ସେଥିମଧ୍ୟରୁ ରାଜରାସ୍ତା କୁ ଲାଗିରହିଥିବା କିଛି ଗାଁ ଗୁଡିକ ହେଲା କାଲିମେଳା ବ୍ଲକର ଏମ୍. ଭି-୬୪ ଗ୍ରାମର ମଶାଣି ସମ୍ମୁଖରେ ରୁ ଆରମ୍ବ କରି ଗାଁ ଶେଷ ଦୁର୍ଗା ମଣ୍ଡପ ନିକଟରେ, କାଙ୍ଗୁରୁକୋଣ୍ଡା ଛକ ନିକଟରେ, ଏମ ଭି ୭୪ ଗାଁ ନିକଟରେ, ଏମ ଭି ୯୬ ମସାଣି ନିକଟରେ, ଏମ. ପି. ଭି- ୧୨୭ ଗାଁ ନିକଟରେ, ଏମ. ଭି -୭୯ ସମ୍ମୁଖ ରେ ଏବଂ ଏମ. ଭି -୭୯ ଥାନା ପାର ହେଲା ଲଚ୍ଚିପେଟା ନିକଟରେ, ଏମ ଭି- ୭୯ ଗାଁ ମସାଣି ନିକଟରେ, ମହାରାଜପଲ୍ଲୀ ରାଜସ୍ବ ବିଭାଗ କାର୍ଯ୍ୟଳୟ ଓ ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ନିକଟରେ, ଏମ .ପି. ଭି -୮୧ ଗ୍ରାମ ପ୍ରବେଶ ପୂର୍ଵରୁ, ଓ ଗାଁ ମଝିରେ ରେ କୋଇକୋଣ୍ଡା ଗାଁ ଛକ ନିକଟରେ, ଏମ. ଭି -୮୮ ଗାଁ ପ୍ରବେଶ ପୂର୍ଵ ରୁ ଏବଂ ଏମ ଭି ୮୮ ଗାଁ ନିକଟରେ ଥିବା ପଲୁର ପୋଲିସ ଫାଣ୍ଡି ସମ୍ମୁଖ ରେ, ଏମ ପି ଭି ୧୨୮ ଗାଁ ଛକ ସମ୍ମୁଖୀ ରେ, ଏମ. ପି. ଭି ୫୬, ପୁଷୁଗୁଡା ନ ଏବଂ ପୁଷୁଗୁଡା ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ଵାସ ସମ୍ମୁଖୀ ରେ, ତାଣ୍ଡିମେଟଲା ଏମ. ଭି- ୭୮ ଛକ, କମଳାପୁର ଛକ , ମୁରଲିଗୁଡା ଗାଁ ନିକଟରେ, କୋତାଗୁଡା ଗାଁ ପ୍ରବେଶ ପୂର୍ବରୁ ଓ ପରେ ବାରିବାଞ୍ଚା ଗାଁ ଛକ ଏବଂ ମୋଟୁ ଓ ପୋଡ଼ଶୀ ରାଜ୍ୟ ଆନ୍ଦ୍ର ର କାଲେର କୁ ସଂଯୋଗ କରୁଥିବା ଛକ ନିକଟରେ ଅବସ୍ଥା କହିଲେ ନଚଳେ ଯାହାକୁ ନେଇ ଏହି ରାଜ ରାସ୍ତା ରେ ଯାତାୟାତ କରୁଥିବା ପାଦ ଚଲା କରୁଥିବା ସାଧାରଣ ଜନତା ଠାରୁ ଆରମ୍ବ କରି ସାଇକେଲ ଚାଳକ, ମଟର ସାଇକେଲ ଚାଳକ, ତିନି ଛକିଆ ଅଟ ଚାଳକ, ଚାରି ଛକିଆ କାର, ବୋଲେରୋ, ପିକ ଅପ ଭ୍ୟାନ, ଟ୍ରକ, ଟ୍ରଲର, ଓ ବିଭିନ୍ନ ଘରୋଇ, ଓ ସରକାରୀ ଯାତ୍ରୀ ବାହୀ ବସ, ଆମ୍ବୁଲାନ୍ସ, ଏବଂ ବିଭିନ୍ନ ସମୟ ରେ ଏହି ରାଜ ରାସ୍ତା ରେ ଯାତାୟତ କରିଥିବା ବିଭିନ୍ନ ବିଭାଗୀୟ ସରକାରୀ ଅଧିକାରୀ ସମେତ ସାଧାରଣ ଜନସାଧାରଣ ଏହି ୩୨୬ ନମ୍ବର ଜାତୀୟ ରାଜରାସ୍ତା ଉପରେ ବନ୍ଧ ଭଳିଆ ଦେଖା ଯାଉଥିବା ରାସ୍ତା ମଝିରେ ଗାତ ଗୁଡ଼ିକୁ ନେଇ ଏହି ବାଟ ଦେଇ ଯାତାୟାତ ରେ ନାକେ ଦମ ହେଉଛନ୍ତି। ପ୍ରତିଦିନ ଏହି ବାଟ ଦେଇ ଯାତାୟତ କରୁଥିବା ପୋଡ଼ଶୀ ରାଜ୍ୟ ଆନ୍ଦ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ, ମହାରାଷ୍ଟ ପ୍ରମୁଖ ରାଜ୍ୟ ରୁ ବିଭିନ୍ନ ମାଲ ବୋଝଇ ଟ୍ରକ ଟ୍ରଲର ଡ୍ରାଇଭର ମାନେ ଏବଂ ଯାତ୍ରୀ ବାହୀ ବସ ଗୁଡିକ ର ଡ୍ରାଇଭର ମାନେ ରାସ୍ତା ଖରାପ ଥିବା ସକାଶେ ଅସନ୍ତୋଷ ପ୍ରକାଶ କରିବା ସହିତ ଯାତ୍ରୀ ଜରୁରୀ କାଳୀନ ସମୟରେ ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ୱରେ ପହଞ୍ଚିବାକୁ ନେଇ କ୍ଷବ ପ୍ରକାଶ କରି ତୁରନ୍ତ ରାସ୍ତା ମରାମତି ନିମନ୍ତେ ଦାବି କରିଛନ୍ତି। ବର୍ତ୍ତମାନ ଏକ ସପ୍ତାହରୁ ଉର୍ଦ୍ଧ୍ବ ଧରି ଲଘୁଚାପ ଜନିତ ବର୍ଷା ଯୋଗୁଁ ଉକ୍ତ ରାସ୍ତାରେ ପୋଚ ପୋଚ କାଦୁଅ ଜମିବା ସହିତ ବଡ଼ ଗାତ ହୋଇ ଏଠାରେ ଆଣ୍ଠୁଏ ପାଣି ଜମି କୃତ୍ରିମ ବନ୍ଧ ପାଲଟି ଯାଇଛି ରାସ୍ତା ଯାହାଫଳରେ ସାଧାରଣ ଜନତା ଙ୍କ ଯାତାୟତ ରେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉ ଅଛନ୍ତି! ଏପିରି କି ଏଇ ବାଟ ଯାତାୟତ କରୁଥିବା କେତେକ ମଟର ସାଇକେଲ ଚାଳକ ମାନେ ଏହି ଗର୍ତରେ ପଡି ମଧ୍ୟ ଯାଇଛନ୍ତି! ଏହି ୩୨୬ ନମ୍ବର ଯାତୀୟ ରାଜପଥ ଦେଇ ସୀମାନ୍ତ ମୋଟୁ ବା ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ କୁ ବସ ଯାତାୟାତ କରିଥାଏ l ତେବେ ଏହି ଚିତ୍ର ବୟାନ କରୁଛି ମାଲକାନଗିରି ଜିଲ୍ଲାର ବିକାଶ ର କଥା l ଯଦି ମୁଖ୍ୟ ଜାତୀୟ ରାଜପଥ ଏହିଭଳି ଅବସ୍ଥା ଥାଏ ତେବେ ଗ୍ରାମାଞ୍ଚଳରେ ରାସ୍ତା ଗୁଡିକ କିପରି ରହିଥିବ ବୋଲି ବୁଦ୍ଧିଜିବି ଓ ଅଞ୍ଚଳବାସୀ ମଧ୍ୟ ରେ ଆଲୋଚନା ର ବିଷୟ ପାଲଟିଛି l ତେବେ ଇଏ ତ ଗଲା ରାସ୍ତା ର ଦୃଶ୍ୟ ଯଦି ଦେଖିବା ୩୨୬ନମ୍ବର ଜାତୀୟ ରାଜପଥରେ ହାଇଲେବଲ ବ୍ରିଜ଼ ଗୁଡିକ କାମ ଚାଲୁଛି ତାହା ବି ଅଧପାନ୍ତରିଆ ଅବସ୍ଥାରେ କେଉଁଠି ନିର୍ମାଣ ଦୀନ ସମୟ ସରିଗଲାଣି ତ କେଉଁଟି ଠିକା କମ୍ପାନୀର ମନୋମୁଖୀ କାର୍ଯ୍ୟ l ସେହିପରି ଅବଧି ସରି ବର୍ଷେ କାଳ ବିତିଯାଇଥିଲେ ସୁଦ୍ଧା ୧୧୬ କୋଟିର ୯ଟି ପୋଲ ଅଧୋପାନ୍ତରିଆ ଅବସ୍ଥାରେ l ଗୋବିନ୍ଦପଲ୍ଲୀରୁ ମୋଟୁ ଜାତୀୟ ରାଜପଥର ୧୧୬ କୋଟିର ୯ଟି ପୋଲ ମଂଜୁର ହୋଇଛି l ହେଲେ ଧିମେଇଛି କାମ ଠିକା କମ୍ପାନୀର ମନୋମୁଖୀ ଓ ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ଅବହେଳା ସକାଶେ ହୋଇ ପାରୁନାହିଁ ଲୋକଙ୍କ ଯାତାୟାତ ପୋଲ l ତତ୍କାଳୀନ ସରକାର ଗୋବିନ୍ଦପାଲି ଘାଟିରୁ ମୋଟୁ ପର୍ଯ୍ୟନ୍ତ ୩୨୬ ନମ୍ବର ଜାତୀୟ ରାଜପଥରେ ଦୀର୍ଘ ୧୫୮ କିଲୋମିଟର ୯ ଟି ପୋଲ ନିର୍ମାଣ ୧୧୬ କୋଟି ଟଙ୍କା ମଞ୍ଜୁର କରିଥିଲେ । ସେଥିମଧ୍ୟରୁ ଏମ.ଭି-୭, ଏମ.ଭି-୧୯, ଅମଲଯୋଡ଼ି ଓ ମହାରାଜପାଲ୍ଲୀରେ ପୋଲ ନିର୍ମାଣ ପାଇଁ ୩୭ କୋଟି ମଞ୍ଜୁର ହୋଇଥିଲା। ଛତିଶଗଡ଼ ବିଜାପୁର ଜିଲ୍ଲାର ଶିବଶକ୍ତି ଇଞ୍ଜିନିୟର ୱାର୍କସ କମ୍ପାନି ଏହାର ନିର୍ମାଣ ଦାୟିତ୍ବ ନେଇଛି। ମେ ମାସ ୨୦୨୫ ରେ ଅବଧି ଶେଷ ହୋଇଛି ହେଲେମଧ୍ୟ ଧାର୍ଯ୍ୟ ସମୟରେ କାମ ସରିନି l ମହରାଜପଲ୍ଲୀ ଓ ଅମଲାଯୋଡିରେ ବନ ବିଭାଗ ପକ୍ଷରୁ ପରିବେଶ କ୍ଲିରାନ୍ସ ଓ ଜମି ଅଧିଗ୍ରହଣ ହୋଇନଥିବାରୁ କାମ ଆରମ୍ଭ ହୋଇନି। ସେହିପରି ପାଙ୍ଗାମ,ପଟେରୁ,କାଙ୍ଗୁରକୋଣ୍ଡା, ଏମ୍. ଭି-୯୦ ଏବଂ ଏମ୍. ଭି-୯୬ ଏହି ୫ଟି ପୋଲ ନିର୍ମାଣ ପାଇଁ ୭୯ କୋଟି ବ୍ୟୟରେ ପୋଲ ନିର୍ମାଣ କରାଯାଇଥିଲା। ବିଳାସପୁରର ବ୍ରିଜେଶ ଅଗ୍ରୱାଲ କମ୍ପାନି ଏହାର ଟେଣ୍ଡର ନେଇଥିଲା l ହେଲେ ଆଜି ପର୍ଯ୍ୟନ୍ତ ଲୋକଙ୍କ ଯାତାୟାତ ସକାଶେ ସରିପାରିଲା ନାହିଁ ବ୍ରିଜ଼ l ତୁରନ୍ତ ରାସ୍ତା ମରାମତି ଓ ଅଧାପନ୍ତରିଆ ରହିଥିବା ପୋଲ ଗୁଡିକ ସମ୍ପୂର୍ଣ୍ଣ କରିବାକୁ ବୁଦ୍ଧିଜିବି ଓ ଅଞ୍ଚଳବାସୀ ଦାବି କରିଛନ୍ତି l ବିଭିନ୍ନ ପୋଲ ଗୁଡିକ ରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳୁଛି । ଆଞ୍ଚଳିକ ପାଣିପାଗ ଯାହା ସୂଚନା ଦେଇଛନ୍ତି ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଲଘୁଚାପ ଜାରି ରହିବ। ମୁଖ୍ୟତ ଛତିଶଗଡ, ଆନ୍ଦ୍ର ପ୍ରଦେଶ କୁ ଲଘୁଚାପ ମୁହାଁ ହେବାର ଅସଙ୍କା ରହିଛି ଯଦି ଛତିଶଗଡ ଉପର ମୁଣ୍ଡ ରେ ଅଧିକ ବର୍ଷା ବର୍ଷେ ତାହେଲେ ଗଦାବରୀ ନଦୀ ର ଜଳ ସ୍ତର ଫୁଲିବାରେ ଅସଙ୍କା ରହିଛି। ବର୍ତ୍ତମାନ ଗଦାବରୀ ନଦୀ ର ଜଳ ସ୍ତର ୪୪ ଫୁଟ ପାର କରି ସରିଛି ଯାହାକି ପ୍ରଥମ ବିପଦ ସଂକେତ ସୀମା ଟୋପି ସାରିଲାଣି। ପ୍ରଥମ ବିପଦ ହେଉଛି ୪୩ ଫୁଟ, ଦ୍ୱିତୀୟ ବିପଦ ସଂକେତ ୪୮ ଫୁଟ, ଏବଂ ତୃତୀୟ ବିପଦ ସଂକେତ ୫୩ ରହିଛି। ସୂଚନା ଥାଉକି ୧୯୮୬ ବନ୍ୟା ରେ ୭୫ ଫୁଟ ପାର କରିସାରୀ ଥିଲା ୨୭. ୦୨ ଲକ୍ଷ କ୍ୟୁଶେଖ ଜଳ ନିଷ୍କାସିତ ହୋଇଥିଲା ଠିକ ସେହି ପରି ୨୦୨୨ ମସିହା ରେ ପାଖା ପାଖି ୭୨ ଫୁଟ ଗଦାବରୀ ନଦୀ ଜଳ ସ୍ତର ବୃଦ୍ଧି ପାଇ ୨୪. ୪୩ ଲକ୍ଷ କ୍ୟୁଶେଖ ଜଳ ନିଷ୍କାସିତ ହୋଇଥିଲା ଯଦି ପୁନର୍ବାର ଉପରେ ମୁଣ୍ଡ ରେ ଅଧିକ ମାତ୍ର ରେ ବର୍ଷା ହୁଏ ତାହେଲେ ଗୋଦାବରୀ ନଦୀ ର ଜଳ ସ୍ତର ବୃଦ୍ଧି ପାଇ ବନ୍ୟାପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଅଞ୍ଚଳବାସୀ ଅନୁମାନ କରୁଛନ୍ତି । ଏହି ନେଇ ଆମେ ଯୋଗାଯୋଗ କରିଥିଲୁ ମାଲକାନଗିରି ଏନ୍‌ଏଚ୍ ବିଭାଗର ନିର୍ବାହୀ ଯନ୍ତ୍ରୀ ଗୌରାଙ୍ଗ ପ୍ରସାଦ ମାଝୀ ଙ୍କୁ ପଚାରି ବୁଝିବାରୁ ସେ କହିଲେ ଲଘୁଚାପ ସରିଲା ପରେ ଉକ୍ତ ଖରାପ ରାସ୍ତା ର ମରାମତି କରାଯିବ ବୋଲି ପ୍ରକାଶ କରିଛନ୍ତି। ଅନ୍ୟପଟେ ଏମ. ଭି. ୭୯ ଠାରୁ ସୀମାନ୍ତ ମୋଟୁ ପର୍ଯ୍ୟନ୍ତ ମେଣ୍ଟାନାନ୍ସ କଣ୍ଟ୍ରାକ୍ଟ ଅବଧି ଏକ ବର୍ଷ ପାଇଁ ଅଟକଳ ମୂଲ୍ୟ ଦୁଇ କୋଟି ଚାଳିଶି ଲକ୍ଷ (୨,୪୦, ୦୦୦୦୦) ରହିଛି। ଯାହାକି କୁ ଖୁବ ଶୀଘ୍ର ଉକ୍ତ କାମ ର ଟେଣ୍ଡର ହୋଇ କାମ ଆରମ୍ବ ହେବ ବୋଲି ମଧ୍ୟ ଏନ ହେଚ ନିର୍ବାହୀ ଯନ୍ତ୍ରୀ ପ୍ରକାଶ କରିଛନ୍ତି ।

0
0
0
s2sdefault