ଜିଲ୍ଲାସ୍ତରୀୟ ଆଦି କର୍ମଯୋଗୀ ଅଭିଯାନ ବୈଠକ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ “ଆଦି କର୍ମଯୋଗୀ ଅଭିଯାନ” ଉପଲକ୍ଷେ ଏକ ଜିଲ୍ଲା ସ୍ତରୀୟ ଅଭିମୁଖୀ କରଣ ପ୍ରାରମ୍ଭିକ ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନି ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l
ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଶଙ୍କର କେରକେଟା , ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହମ୍ମଦ ମୁବାରକ ଅଲ୍ଲୀ , ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସଲମାନ ରାଇକା ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ ସ୍ଵେଚ୍ଛାସେବୀ ସଂଗଠନ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ଅଂଶୁମାନ ମହାପାତ୍ର ଆଦି କର୍ମଯୋଗୀ ଅଭିଯାନ ର ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇ କହିଥିଲେ ଯେ ,ଏହି କାର୍ଯ୍ୟକ୍ରମଟି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ଆକାଂକ୍ଷିତ କାର୍ଯ୍ୟକ୍ରମ ଅଟେ ଯେଉଁଥିରେ ୧୧ କୋଟି ଆଦିବାସୀ ବର୍ଗ ଙ୍କୁ ସଂଶ୍ଲିଷ୍ଟ କରାଯିବ , ଏହା ସହିତ ୧ ଲକ୍ଷ ଆଦିବାସୀ ଅଧ୍ୟୁଷିତ ଗ୍ରାମ , ୩୦ ରାଜ୍ୟ , ୫୦୦ ଜିଲ୍ଲା , ୩୦୦୦ ବ୍ଲକ ରେ ୨୦ ଲକ୍ଷ କର୍ମଯୋଗୀ ସୃଷ୍ଟି କରାଯିବ।
ଆଦି କର୍ମଯୋଗୀ ଅଭିଯାନ ର ମୂଳ ଉଦ୍ଦେଶ୍ୟ ହେଉଛି ଆଦିବାସୀ ଅଞ୍ଚଳରେ ସେବାରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସଚେତନ , କର୍ତ୍ତବ୍ୟ ନିଷ୍ଠ ଓ ଲୋକାଭିମୁଖୀ କରିବା। କର୍ମଚାରୀମାନେ ଆଦିବାସୀ ସମାଜର ସାହିତ୍ୟ , ସଂସ୍କୃତି , ପାରମ୍ପରିକ ପଦ୍ଧତି , ଜୀବନଚାର୍ଯ୍ୟ ଓ ସ୍ଥାନୀୟ ଆବଶ୍ୟକତା ବିଷୟରେ ଗଭୀତାର ଅଧ୍ୟୟନ ଲାଭ କରିବା ସହିତ ସରକାରୀ ଯୋଜନା ଗୁଡ଼ିକର ସୁଚାରୁ ରୁପେ କାର୍ଯ୍ୟକ୍ରମ ଆଦିବାସୀ ଲୋକଙ୍କ ନିକଟରେ କିଭଳି ଭାବରେ ସରକାରୀ ଯୋଜନା ଶତପ୍ରତିଶତ ସେବା ପହଞ୍ଚି ପାରିବ ତାହା ସୁନିଶ୍ଚିତ କରାଇବା ଏହାର ଉଦ୍ଧେଶ୍ୟ ।
ସେ କହିଲେ ଯେ ଏହାର ସଫଳ ରୂପାୟନ ପାଇଁ ଏକ ତ୍ରି ସ୍ତରୀୟ ଶ୍ରେଣୀ ଯେମିତିକି ଆଦି କର୍ମଯୋଗୀ , ଆଦି ସହଯୋଗୀ ଏବଂ ଆଦି ସାଥି ର ସଂରଚନା ର ବ୍ୟବସ୍ଥା ରହିଅଛି , ଯେଉଁ ମାନେ କି ତୃଣମୂଳ ସ୍ତରରେ କାର୍ଯ୍ୟ କରିବେ।
ଗଜପତି ଜିଲ୍ଲାରେ ୭ ଟି ବ୍ଲକ ରେ ୧୦୮ ଟି ଗ୍ରାମ ପଞ୍ଚାୟତ ତଥା ୪୮୫ ଟି ଗ୍ରାମ ରେ ଆଦି କର୍ମଯୋଗୀ ଅଭିଯାନ କାର୍ଯ୍ୟକାରୀ କରାଯିବ। ଏହି ଅଭିଯାନ ରେ ଜିଲ୍ଲା ପ୍ରଶାସନ ଙ୍କୁ ତିନି ଗୋଟି ସ୍ଵେଚ୍ଛାସେବୀ ସଂଗଠନ ଯଥା ପିରାମଲ ଫାଉଣ୍ଡେସନ , ସୁରକ୍ଷା , ସିସିଡ଼ିକୁ ପ୍ରତିଟି ବିକଶିତ ଗ୍ରାମ କରିବା ଲକ୍ଷ୍ୟ ଦିଗରେ ଆବଶ୍ୟକ ହେଉଥିବା କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାରେ ସହଯୋଗ କରିବେ , ଏଣୁ ଜିଲ୍ଲା ବିକଶିତ ଦିଗରେ ଅଗ୍ରସର ହୋଇପାରିବ।

0
0
0
s2sdefault